ETV Bharat / sukhibhava

କୋଭିଡ ପରେ ଦେଖା ଦେଉଛି Vitamin Dର ଅଭାବ - ହେଲ୍‌ଥ ଟିପ୍ସ

ଏକ ନୂତନ ଅନୁସନ୍ଧାନ ଅନୁସାରେ, କୋଭିଡ-19 ସଂକ୍ରମଣ, ଭିଟାମିନ୍-ଡି'ର ଅଭାବ ଏବଂ ଏହା ଦ୍ବାରା ସୃଷ୍ଟି ହୋଇଥିବା ରୋଗ ସମସ୍ୟାକୁ ଆହୁରି ବଢାଇ ଦେଇଛି(Vitamin D deficiency increased in people post Covid) । ଜାଣନ୍ତୁ କେମିତି କରିବେ ମୁକାବିଲା

Vitamin D
Vitamin D
author img

By

Published : Dec 29, 2022, 7:53 AM IST

ହାଇଦ୍ରାବାଦ: ଗତ କିଛି ଦଶନ୍ଧି ମଧ୍ୟରେ, ଖରାପ ଖାଦ୍ୟ, ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ, ସମଗ୍ର ବିଶ୍ୱରେ ଭିଟାମିନ-ଡି ଅଭାବରେ ପୀଡିତ ହେଉଛନ୍ତି ଅଧିକାଂଶ ଲୋକ । ଏଥିସହିତ, କୋଭିଡ-19 ସଂକ୍ରମଣ, ଭିଟାମିନ୍-ଡି'ର ଅଭାବ ଏବଂ ଏହା ଦ୍ବାରା ସୃଷ୍ଟି ହୋଇଥିବା ରୋଗ ସମସ୍ୟାକୁ ଆହୁରି ବଢାଇ ଦେଇଛି(Vitamin D deficiency increased in people post Covid) । ଏହି ପରିପ୍ରେକ୍ଷୀରେ କରାଯାଇଥିବା ଅନେକ ଗବେଷଣାରେ, ଏହା ନିଶ୍ଚିତ ହୋଇଛି ଯେ, କୋଭିଡ୍-19ର ପାର୍ଶ୍ୱ ପ୍ରତିକ୍ରିୟାରେ ଭିଟାମିନ୍-ଡି'ର ଅଭାବ ଦେଖାଯାଏ ।

ସାଧାରଣତଃ ଲୋକମାନେ ଭାବନ୍ତି ଯେ, ଶରୀରରେ କେବଳ ହାଡକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ -'D' ଆବଶ୍ୟକ । ଏହା ମଧ୍ୟ ସତ୍ୟ, ହାଡକୁ ସୁସ୍ଥ ରଖିବାରେ ଭିଟାମିନ୍ D ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଭିଟାମିନ୍-ଡିର ଆବଶ୍ୟକତା ଏବଂ ଉପକାର କେବଳ ହାଡରେ ସୀମିତ ନୁହେଁ । ଶରୀରର ବିକାଶ, ରୋଗରୁ ରକ୍ଷା ପାଇବା ଏବଂ ଅନେକ ପ୍ରଣାଳୀର ସୁଗମ କାର୍ଯ୍ୟ ପାଇଁ ଶରୀରରେ ସଠିକ୍ ପରିମାଣର ଭିଟାମିନ୍ ଡି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ କେବଳ ଶାରୀରିକ ନୁହେଁ ଅନେକ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ଯଦିଓ ଭିଟାମିନ୍-ଡିର ଆଂଶିକ ଅଭାବ ସବୁ ବୟସର ଲୋକଙ୍କଠାରେ ଏକ ସାଧାରଣ ସମସ୍ୟା, କିନ୍ତୁ ଯଦି ଏହି ଅଭାବ ବଢିଯାଏ, ତେବେ ଏହା ବିଭିନ୍ନ ରୋଗ ବୃଦ୍ଧି ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ସେହିପରି 2020 ମସିହାରେ, ଚିକାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭିଟାମିନ୍-ଡିରେ ଅଭାବ ଥିବା ପ୍ରାୟ 20% ଲୋକ କୋଭିଡ୍-19 ପଜିଟିଭ୍ ବୋଲି ଜଣାପଡିଛି । ଅନ୍ୟ କେତେକ ଅନୁସନ୍ଧାନରେ ମଧ୍ୟ ପ୍ରମାଣିତ ହୋଇଥିଲା ଯେ, ଭିଟାମିନ୍-ଡି ଅଭାବ ଥିବା ବ୍ୟକ୍ତି କୋରୋନା ସଂକ୍ରମଣ ହେଲେ ସମସ୍ୟା ଗମ୍ଭୀର ହୋଇପାରେ । ତେବେ ଏହାର କାରଣ କଣ ଏବଂ କିପରି ଚିକିତ୍ସା କରିବେ ଜାଣନ୍ତୁ...

କାରଣ

ଭିଟାମିନ୍-ଡି ଆମ ଶରୀରରେ କ୍ୟାଲସିୟମ୍, ଫସଫେଟ୍, ମ୍ୟାଗ୍ନେସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପରି ଖଣିଜ ପଦାର୍ଥର ଅବଶୋଷଣରେ ସାହାଯ୍ୟ କରେ । ଯେଉଁଥିପାଇଁ କେବଳ ଆମର ହାଡ ଏବଂ ମାଂସପେଶୀ ଶକ୍ତିଶାଳୀ ରହେ ନାହିଁ, ବରଂ ହୃଦୟ, କିଡନୀ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ସହିତ ଜଡିତ ସମସ୍ୟାକୁ ମଧ୍ୟ ରୋକାଯାଇଥାଏ ।

ଏହା ବ୍ୟତୀତ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଏହା ଶରୀରରେ ଅନେକ ହରମୋନ୍ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଏପରି ସ୍ଥିତିରେ ଶରୀରରେ ଭିଟାମିନ୍-ଡିର ଅଭାବ କେବଳ ହାଡ ସହ ଜଡିତ ମୃଦୁ ଏବଂ ଜଟିଳ ରୋଗ ନୁହେଁ, ଅନ୍ୟାନ୍ୟ ଶାରୀରିକ ଏବଂ ବେଳେବେଳେ ସ୍ନାୟୁଗତ ରୋଗ କିମ୍ବା ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ଲକ୍ଷଣ ଏବଂ ପ୍ରଭାବ

2021 ମସିହାରେ ମେଡିକାଲ୍ ଜର୍ଣ୍ଣାଲ୍ ନେଚରରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଥିଲା ଯେ, ଭାରତ, ଆଫଗାନିସ୍ତାନ ଏବଂ ଟ୍ୟୁନିସିଆ ଭଳି ଦେଶରେ ପ୍ରାୟ 20% ଲୋକ ଭିଟାମିନ୍-ଡି ଅଭାବରେ ପୀଡିତ ଅଛନ୍ତି । ଏହି ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଥିଲା ଯେ, ସେତେବେଳକୁ ଭାରତରେ ପ୍ରାୟ 49 କୋଟି ଲୋକଙ୍କର ଭିଟାମିନ୍-ଡିର ବହୁତ ଅଭାବ ରହିଥିଲା ।

ଯେତେବେଳେ ଶରୀରରେ ଭିଟାମିନ୍ ଡି'ର ଅଭାବ ଥାଏ, ସାଧାରଣତ ଲୋକମାନଙ୍କଠାରେ ଅତି ସାଧାରଣ ଲକ୍ଷଣ ଦେଖାଯାଏ, ଯେଉଁଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଥକ୍କାପଣ ଓ ଶକ୍ତିହ୍ରାସ
  • ହାଡ, ପିଠି ଏବଂ ଗଣ୍ଠିରେ ଯନ୍ତ୍ରଣା
  • କେଶ ଝଡିବା କିମ୍ବା ଅଧାରୁ ଛିଣ୍ଡିଯିବା
  • ମନୋବଳ ପରିବର୍ତ୍ତନ
  • ଅତ୍ୟଧିକ ଚାପ
  • ଦୁର୍ବଳ ପ୍ରତିରୋଧକ ଶକ୍ତି
  • କୌଣସି ଆଘାତ କିମ୍ବା କ୍ଷତ ଇତ୍ୟାଦି ଆରୋଗ୍ୟ ନହେବା

ଯେହେତୁ ଏହି ଲକ୍ଷଣଗୁଡିକ ଅତି ସାଧାରଣ, ଅଧିକାଂଶ ଲୋକ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ଯଦି ଶରୀରରେ ଭିଟାମିନ୍-ଡିର ଅଭାବ ଅତ୍ୟଧିକ ହୋଇଯାଏ, ତେବେ ଏହି ଲକ୍ଷଣଗୁଡ଼ିକର ତୀବ୍ରତା ଅଧିକ ଦେଖାଯାଏ ।

ଚିକିତ୍ସା:-

ଭିଟାମିନ୍-ଡି ପ୍ରଚୁର ପରିମାଣରେ ମିଳୁଥିବା ଖାଦ୍ୟ ଖାଇବା ଯେପରିକି କ୍ଷୀର(ବିଶେଷକରି ଗାଈ କ୍ଷୀର), ଦୁଗ୍ଧଜାତ ଦ୍ରବ୍ୟ, ଦହି, ପନିର୍, ବଟର୍, ଅଣ୍ଡା, କମଳା ଜୁସ୍, ମସ୍ରୁମ୍, ଶସ୍ୟଜାତୀୟ ଖାଦ୍ଯ, ସୋୟା ଉତ୍ପାଦ, କୋଡ୍ ଲିଭର ତେଲ ଏବଂ ଅଣ-ଶାକାହାରୀ ମାଛ କିମ୍ବା ଓଷ୍ଟର ଏବଂ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ ଗ୍ରହଣ କରନ୍ତୁ । ଏଥିସହ ପ୍ରତିଦିନ ଅତି କମରେ 20 ରୁ 30 ମିନିଟ୍ ଖରାରେ ଏବଂ ଆବଶ୍ୟକ ସ୍ଥଳେ ସପ୍ଲିମେଣ୍ଟ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.