ଭାରତରେ କଥାରେ ଅଛି, ବିଷକୁ ବିଷରେ ହିଁ ମରାଯାଏ । ଟିକା କ୍ଷେତ୍ରରେ ବି ଠିକ୍ ଏହି ଉକ୍ତି ଲାଗୁ ହେବ । ଟିକା ରୋଗ ସୃଷ୍ଟି କରୁଥିବା ଭୂତାଣୁ ବା ଜୀବାଣୁକୁ ହିଁ ସେହି ରୋଗ ବିରୋଧରେ ବ୍ୟବହାର କରାଯାଏ । ଉଦାହରଣ ସ୍ୱରୂପ, ମିଳିମିଳା ଓ ପୋଲିଓ ଭାଇରସଗୁଡିକୁ ପ୍ରକ୍ରିୟାକୃତ କରାଯାଇ ଟିକା ତିଆରି ହୁଏ । ଡିପଥେରିଆ, ଡିପିିଟି ଓ ଟିବି, ରାବି ପାଇଁ ବି ସେହି ଏକା ପ୍ରକାରେ ଟିକା ପ୍ରସ୍ତୁତ କରାଯାଏ । ଡକ୍ଟର ରାଜେଶ ଶାହ ହେଉଛନ୍ତି ଜଣେ ହୋମିଓପାଥ,ଗବେଷକ ଓ ବୁଦ୍ଧିଜୀବୀ । ମୁମ୍ବାଇର ଲାଇଫ ଫୋର୍ସ ହୋମିଓପାଥି ଓ ବାୟୋସିମିଲିଆର ମୁଖ୍ୟ ଅଛନ୍ତି ଡକ୍ଟର ରାଜେଶ ସେ ନୂଆ ନୋସଡ୍ ଓ ଅନ୍ୟ ହୋମିଓପାଥିକ ଔଷଧ ବିକଶିତ କରିଛନ୍ତି । ବିଜ୍ଞାନସମ୍ମତ ଭାବେ ସେ ମଧ୍ୟ ବିଶ୍ୱର ପ୍ରଥମ କୋଭିଡ-୧୯ ନୋସଡ୍ ବିକଶିତ କରିଛନ୍ତି । ଇଟିଭି ଭାରତ ସୁଖିଭବଃ ସହ ସେ ଟିକା ଓ ହୋମିଓପାଥିକ ନୋସଡ ସଂପର୍କରେ କହିଛନ୍ତି ।
ହୋମିଓପାଥି ଓ ଟିକାକରଣ ମଧ୍ୟରେ ସାମଞ୍ଜସ୍ୟ କ’ଣ ?
ଉଭୟ ହୋମିଓପାଥି ଓ ଟିକା ୧୯୭୬ ମସିହାରେ ହିଁ ବିଶ୍ୱରେ ଆରମ୍ଭ ହୋଇଥିଲା । ଜର୍ମାନୀରେ ଡକ୍ଟର ସାମୁଏଲ ହାନିମାନ ହୋମିଓପାଥି ଚିକିତ୍ସା ପଦ୍ଧତି ଆରମ୍ଭ କରିଥିଲେ । ଇଂଲଣ୍ଡରେ ଡକ୍ଟର ଏଡୱାର୍ଡ ଜେନର ଟିକାକରଣ ଆରମ୍ଭ କରିଥିଲେ । ଉଭୟ ହୋମିଓପାଥି ଓ ଟିକାକରଣ ସମାନ ମୌଳିକ ନୀତି ଉପରେ ଆଧାରିତ । ସେହି ନୀତି ହେଲା –‘ବିଷ ହିଁ ବିଷର ଔଷଧ’ ।
ହୋମିଓପାଥିରେ ବ୍ୟାକଟେରିଆ, ଭାଇରସ, ପାରାସାଇଟରୁ ପ୍ରସ୍ତୁତ ୫୦ରୁ ଅଧିକ ଔଷଧ ରହିଛି । ଏହାକୁ ନୋସଡ୍ସ୍ କୁହାଯାଏ ନୋସଡ୍ସ ଓ ଟିକା ଏକା ନୀତି ଉପରେ ଆଧାରିତ ଥିଲେ ବି ସେଗୁଡିକର ପ୍ରସ୍ତୁତି ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । ଜୀବାଣୁ ବା ଭୂତାଣୁକୁ ଦୁର୍ବଳ କରାଯାଇ ଟିକା ପ୍ରସ୍ତୁତ ହେଉଥିବା ବେଳେ ନୋସଡ୍ସ ଜୀବାଣୁ ବା ଭୂତାଣୁଗୁିକୁ ସମର୍ଥ କରାଯାଇ ପ୍ରସ୍ତୁତ କରାଯାଏ । ତେଣୁ ନୋସଡ୍ସର ପ୍ରସ୍ତୁତି ଶୈଳୀ ଅଦ୍ୱିତୀୟ ।
ଗୋଟିଏ ନିର୍ଦ୍ଦିଷ୍ଟ ଟିକା କେବଳ ନିର୍ଦ୍ଦିଷ୍ଟ ରୋଗର ସଂକ୍ରମଣକୁ ରୋକିବାକୁ ବ୍ୟବହାର କରାଯାଏ । ଉଦାହରଣ ସ୍ୱରୂପ, ମିଜଲ୍ସ ଟିକା କେବଳ ମିଜଲ୍ସ ପ୍ରତିକାର ପାଇଁ ବ୍ୟବହାର ହୁଏ । କିନ୍ତୁ ହୋମିଓପାଥି ନୋସଡ୍ସ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ରୋଗ ପାଇଁ ବ୍ୟବହାର ହୁଏ ନାହିଁ । ନୋସଡ୍ସ, ଏକାଧିକ ରୋଗ ବିରୋଧରେ ସୁରକ୍ଷା କବଚ ଭାବେ ବ୍ୟବହାର ହୋଇପାରିବ । ହୋମିଓପାଥିକ ସମାନତା ନୀତି ଆଧାରରେ ନୋସଡ୍ସ କାର୍ଯ୍ୟ କରେ । ଉଦାହରଣ ସ୍ୱରୂପ, ଟିବି ଜର୍ମରୁ ପ୍ରସ୍ତୁତ ନୋସଡ୍ ମାଇଗ୍ରେନ୍, କଲିଟିସ ବିରୋଧରେ ବି ବ୍ୟବହାର ହୋଇପାରେ ।
ଗୋନୋରିଆ ଜର୍ମରୁ ପ୍ରସ୍ତୁତ ନୋସଡ୍ ଆସ୍ତମା, ପିଠି ଯନ୍ତ୍ରଣା ଓ ଅନ୍ୟ ରୋଗ ବିରୋଧରେ ବ୍ୟବହାର କରାଯାଏ । ଟିକା ଅପେକ୍ଷା ନୋସଡ୍ସର ପ୍ରୟୋଗ ବ୍ୟାପକ ହୋଇଥାଏ । ଦେଖିବାକୁ ଗଲେ , ନୋସଡ୍ସର ବ୍ୟବହାର କେବଳ ରୋଗର ପ୍ରତିକାର ପାଇଁ ନୁହେଁ, ବରଂ ଆରୋଗ୍ୟ ପାଇଁ ବି ହୁଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨୫ ପ୍ରକାର ସାଧାରଣ ଟିକା ରହିଥିବା ବେଳେ ହୋମିଓପାଥିକ ଗ୍ରନ୍ଥ ଅନୁସାରେ ୫୦ଟି ସାଧାରଣ ନୋସଡ୍ସ ରହିଛି । କୌତୁହଳର ବିଷୟ ହେଲା ଯେ, ଟୁବରକଲିନମ ନାମକ ଟିବି ନୋସଡ୍ ୧୭୭୫ ମସିହା ବେଳକୁ ହିଁ ଡକ୍ଟର ସାମୁଏଲ ସ୍ୱାନଙ୍କ ଦ୍ୱାରା ବିକଶିତ ହୋଇସାରିଥିଲା । ଏହାର ୭ ବର୍ଷ ପରେ ହିଁ ରବର୍ଟ କୋଚ୍ ଟିବି ବ୍ୟାକଟେରିଆ ଆବିଷ୍କାର କରିଥିଲେ । ସେହିଭଳି ରାବି ନୋସଡ୍କୁ ୧୮୩୪ ମସିହାରେ ଡକ୍ଟର କନଷ୍ଟାଂଟାଇନ୍ ହେରିଂ ପ୍ରସ୍ତୁତ କରିଥିଲେ । ଏହାର ୫୦ ବର୍ଷ ପରେ ହିଁ ରାବି ଟିକା ପ୍ରସ୍ତୁତ ହେଲା । ତେଣୁ ହୋମିଓପାଥି ଔଷଧ ପ୍ରସ୍ତୁତିରେ ଜୈବିକ ସାମଗ୍ରୀ ବ୍ୟବହାର ବହୁ ପୁରୁଣା ।
ମାଇକ୍ରୋବାୟୋଲୋଜି ଓ ଇମ୍ୟୁନୋଲୋଜିରେ ଅଗ୍ରଗତିସହ ଟିକା ବିଜ୍ଞାନରେ ବୈପ୍ଲବିକ ପରିବର୍ତ୍ତନ ଆସିଲା । ଟିକାକୁ ଅଧିକ ସୁରକ୍ଷିତ ଓ ପ୍ରଭାବଶାଳୀ କରିବା ପାଇଁ ଗବେଷଣା ଚାଲିଲା । ଦୁର୍ଭାଗ୍ୟବଶତଃ ହୋମିଓପାଥି ନୋସଡସ୍ କ୍ଷେତ୍ରରେ ଆବଶ୍ୟକୀୟ ଗବେଷଣାରୁ ଦୂରେଇ ଗଲା । ତେଣୁ ଗତ ଶତାବ୍ଦୀରେ ନୋସଡ୍ ଏକ ପ୍ରଫିଲାକଟିକ୍ ମେଡିସିନ ଭାବେ ବିକଶିତ ହୋଇପାରିଲା ନାହିଁ ।
ଜଣେ ନୋସଡ୍ ଗବେଷକ ଭାବେ ଡକ୍ଟର ରାଜେଶ କହନ୍ତି ଯେ, ହୋମିଓପାଥ୍ ଡାକ୍ତରମାନେ କମ୍ ବିଜ୍ଞାନସମ୍ମତ ହୋଇ ଅଧିକ ଦର୍ଶନବାଦୀ ହୋଇପଡିଲେ । ଏଥିଯୋଗୁଁ ହିଁ ହୋମିଓପାଥି ଓ ନୋସଡ୍ର ଅଭିବୃଦ୍ଧି ମନ୍ଥର ହୋଇଗଲା ବୋଲି କହନ୍ତି ଡକ୍ଟର ରାଜେଶ । ଏବେ ନୋସଡ୍ ଗବେଷଣା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେଉଛି ବୋଲି ଡକ୍ଟର ରାଜେଶ କହନ୍ତି । ଭାଇରୋଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ, ଇମ୍ୟୁନୋଲୋଜିଷ୍ଟଙ୍କ ଟିମ୍ ସହ ସେ ନିଜେ ବି ୧୯୯୬ ମସିହାଠାରୁ ନୋସଡ୍ ଗବେଷଣାରେ ସଂପୃକ୍ତ ଅଛନ୍ତି । ଏହି ଗବେଷଣା ଦ୍ୱାରା ରୋଗ ପ୍ରତିକାର ଓ ଆରୋଗ୍ୟ କ୍ଷେତ୍ରରେ ହୋମିଓପାଥିର ଉଲ୍ଲେଖନୀୟ ଅବଦାନ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ଡକ୍ଟର ରାଜେଶ ।