ETV Bharat / sukhibhava

ସାବଧାନ ! ଏହି ଜଳଖିଆ ଖାଇବା ଦ୍ବାରା ବୃଦ୍ଧି ପାଏ ହୃଦୟ ରୋଗ

ଅସ୍ବାସ୍ଥ୍ୟକର ଜଳଖିଆ ଦ୍ବାରା ଶୀଘ୍ର ଓଜନ ବୃଦ୍ଧି ହେବା ସହିତ ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି ଏକ ରିସର୍ଚ୍ଚରରେ ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

unhealthy snacking is bad for heart health

author img

By ETV Bharat Odisha Team

Published : Sep 18, 2023, 4:37 PM IST

ହାଇଦ୍ରାବାଦ: ସମସ୍ତେ ଜଳଖିଆ ଖାଇଥାଆନ୍ତି। କିନ୍ତୁ କେବେ ଭାବିଛନ୍ତି କି ଜଳଖିଆ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ? ଜଳଖିଆର ପୃଷ୍ଟିକର ତତ୍ତ୍ବ ଏବଂ ସମୟ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ଏକ ରିସର୍ଚ୍ଚରୁ ଜଣାପଡିଛି। ବିଶେଷକରି ଅସ୍ୱାସ୍ଥ୍ୟକର ସ୍ନାକ୍ସ ମେଦବହୁଳତା, ଉଚ୍ଚ କୋଲେଷ୍ଟ୍ରଲ, ମଧୁମେହ ଏବଂ ହୃଦରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ। 854 ଜଣଙ୍କ ଜଳଖିଆ ଅଭ୍ୟାସକୁ ନେଇ ତଥ୍ୟ ସଂଗ୍ରହ କରାଯାଇ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନର ଫଳାଫଳ ୟୁରୋପୀୟ ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, 25 ପ୍ରତିଶତ ଲୋକ ଭଲ ଖାଦ୍ୟ ଖାଇବା ସତ୍ତ୍ବେ ଜଳଖିଆରେ ଚିପ୍ସ, ସ୍ନାକ୍ସ ଇତ୍ୟାଦି ଖାଇଥାଆନ୍ତି। ଯେଉଁ କାରଣରୁ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସ ଦ୍ବାରା ଷ୍ଟ୍ରୋକ ଏବଂ ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଏହା ଏକ ଚିନ୍ତାଜନକ ଫଳାଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଜଳଖିଆ ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କୁହାଯାଉଛି। ସୁସ୍ଥ ଜଳଖିଆ କେବଳ ଆମ ଶରୀରକୁ ପୁଷ୍ଟିକର ନୁହେଁ ବରଂ ଏହା ଆମ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଏହା ମଧ୍ୟ ପଢନ୍ତୁ: Morning Habits: ଏହି ଖାଦ୍ୟରୁ ଆରମ୍ଭ କରନ୍ତୁନି ସକାଳ, ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

ଜଳଖିଆରେ କଣ ଖାଇବା ଉଚିତ ନୁହେଁ: ଏକ ରିପୋର୍ଟରେ କୁହାଯାଇଛି ଯେ, ଜଳଖିଆରୁ ହିଁ ଶରୀରକୁ 25 ପ୍ରତିଶତ କ୍ୟାଲୋରୀ ମିଳିଥାଏ। କିନ୍ତୁ ଅସ୍ବାସ୍ଥ୍ୟକର ଜଳଖିଆ ଯେପରିକି କୁକିଜ, ଚିପ୍ସ ଖାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ। ହ୍ବାଇଟ ବ୍ରେଡ କିମ୍ବା ଏଥିରୁ ପ୍ରସ୍ତୁତ ଜିନିଷ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହା ସ୍ୱାସ୍ଥ୍ୟ ପାଇଁ ଏକ ଆଦର୍ଶ ବିକଳ୍ପ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ହ୍ବାଇଟ ବ୍ରେଡରେ ବହୁତ କମ୍ ପୁଷ୍ଟିକର ଖାଦ୍ୟ ଅଛି ଏବଂ ଏହା ଆମ ହଜମ ପ୍ରକ୍ରିୟା ପାଇଁ ଆହୁରି ଖରାପ ହୋଇପାରେ ବୋଲି କୁହାଯାଇଛି। ତେଣୁ ଏସବୁ ଖାଦ୍ୟ ବଦଳରେ ଫଳ, ବାଦାମ, ଡ୍ରାଏଫ୍ରୁଟ୍ସ ଖାଇବା ଆବଶ୍ୟକ। ଯାହାକି ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । ଅନ୍ୟପଟେ ଠିକ ସମୟରେ ଜଳଖିଆ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ। ରାତି 9 ପରେ ସ୍ନାକ୍ସ କରିବା ଉଚିତ ନୁହେଁ ବୋଲି କୁହାଯାଇଛି। ତେବେ ଏହି ସମୟ ପରେ ଅସ୍ବାସ୍ଥ୍ୟକର ସ୍ନାକ୍ସ ଖାଇବା ଦ୍ବାରା ଶୀଘ୍ର ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି କୁହାଯାଇଛି। ଏହାସହ ଷ୍ଟ୍ରୋକ ଏବଂ ହୃଦୟ ସହ ଜଡିତ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ତେବେ ସ୍ନାକ୍ସ ଅଥବା ଯେକୌଣସି ଖାଦ୍ୟ ଖାଇବା ଦ୍ବାରା ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଫଳ, ପନିପରିବା, ଡାଲି, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ ସୁପ୍ରଭାବ ପଡିଥାଏ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.