ETV Bharat / sukhibhava

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଇଲେ ଗର୍ଭନିରୋଧକ ଔଷଧ, ମସ୍ତିଷ୍କରେ ରକ୍ତ ଜମାଟରୁ ଚାଲିଗଲା ଜୀବନ - ଋତୁସ୍ରାବ ଯନ୍ତ୍ରଣା ପାଇଁ ଗର୍ଭନିରୋଧକ ଔଷଧ

Contraceptive Pill Side Effects: ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭନିରୋଧକ ଔଷଧ ଖାଉଥିଲେ ସାବଧାନ। ଯାଇପାରେ ଜୀବନ! ବିଟ୍ରେନର 16 ବର୍ଷୀୟ ଯୁବତୀଜଣକ ଗର୍ଭିନିରୋଧକ ଔଷଧ ଖାଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Contraceptive Pill Side Effects
Contraceptive Pill Side Effects
author img

By ETV Bharat Odisha Team

Published : Dec 20, 2023, 10:48 AM IST

ହାଇଦ୍ରାବାଦ: ମାସିକ ଋତୁସ୍ରାବ ସମୟରେ ଗୋଡ, ଅଣ୍ଟା ଏବଂ ପେଟ କାଟିବା ସାଧାରଣ କଥା । ସାଧାରଣତଃ ଏହି ଯନ୍ତ୍ରଣା ଋତୁସ୍ରାବର ପ୍ରଥମ ଦୁଇଦିନ ହୋଇଥାଏ । କେତେକ ଯୁବତୀ ବା ମହିଳାଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ସାମାନ୍ୟ ହୋଇଥିବା ବେଳେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ହୋଇଥାଏ । ତେବେ ଏହି ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ଅନେକ ମହିଳା ଔଷଧ ସେବନ କରିଥାଆନ୍ତି ।

ତେବେ ଆପଣ ଜାଣିଛନ୍ତି କି ଏହି ଔଷଧ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ? ଜୀବନ ମଧ୍ୟ ନେଇପାରେ ଭୁଲ ଔଷଧ ! ବ୍ରିଟେନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବା ପାଇଁ ଯୁବତୀ ଜଣକ ଗର୍ଭ ନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ବିଟ୍ରେନର 16 ବର୍ଷୀୟ ଯୁବତୀଜଣକ ଏହି ଔଷଧ ଖାଇବା ପରେ ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା । କିନ୍ତୁ ମହିଳାଜଣକ ସେହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ ନକରି ସ୍ଥିତି ଗମ୍ଭୀର ହେବା ପରେ ପରାମର୍ଶ କରିଥିଲେ। ତେବେ ଗର୍ଭନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଥିଲା । ଏକ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଗର୍ଭନିରୋଧକ ଔଷଧ ସେବନର 3 ସପ୍ତାହ ପରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଯୁବତୀଙ୍କ ନାମ ଲୈଲା ଖାନ ବୋଲି ଜଣାପଡିଛି।

25 ନଭେମ୍ବରରେ ଔଷଧ ସେବନ ଆରମ୍ଭ କରିଥିଲେ ଯୁବତୀ: 16ବର୍ଷୀୟ ଯୁବତୀ ଜଣକ ନଭେମ୍ବର 25 ତାରିଖରୁ ଗର୍ଭନିରୋଧକ ଔଷଧ ସେବନ ଆରମ୍ଭ କରିଥିଲେ। ଏହା ପରେ ପ୍ରଥମେ ଡିସେମ୍ବର 5 ତାରିଖରେ ମୁଣ୍ଡବିନ୍ଧା ହେଉଥିବା ନେଇ ସେ ଅନୁଭବ କରିଥିଲେ। କିନ୍ତୁ ଏହାକୁ ପରିବାର ଲୋକେ ସାଧାରଣ ଭାବେ ନେଇଥିବା ବେଳେ ସପ୍ତାହ ଶେଷରେ ତାଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରତି 30 ମିନିଟରେ ତାଙ୍କୁ ବାନ୍ତି ହେଉଥିଲା। ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଅନୁଧ୍ୟାନ କରିବା ପରେ ପେଟରେ ଏକ ପୋକ ରହିଥିବା ନେଇ ଅନୁମାନ କରାଯାଇଥିଲା । ଜୀବନ ପ୍ରତି ବିପଦ ନଥିବା ନେଇ କହିଥିଲେ ଡାକ୍ତର । କିନ୍ତୁ ଔଷଧ ସେବନର 18 ଦିନ ପରେ ଅର୍ଥାତ ଡିସେମ୍ବର 13 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Period Pain: ଋତୁସ୍ରାବ ଯନ୍ତ୍ରଣା ପାଇଁ ପେନ୍ କିଲର ଖାଉଛନ୍ତି କି ? ସ୍ବାସ୍ଥ୍ୟ ଉପରେ ପଡ଼ିପାରେ ଏହି ପ୍ରଭାବ

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲୈଲାଙ୍କୁ ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ତେବେ ସେ କଲେଜରେ ପଢୁଥିବା ବେଳେ ସାଙ୍ଗମାନେ ଗର୍ଭନିରୋଧକ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥିଲେ । 25 ନଭେମ୍ବରରୁ ଲୈଲା ଔଷଧ ଖାଇବା ଆରମ୍ଭ କରିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ କରି ଘରକୁ ଆଣିବା ପରେ ମଧ୍ୟ ଲୈଲାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପେଟରେ ଅଧିକ ଯନ୍ତ୍ରଣା ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନେଇ ସେମାନେ ସ୍ଥିର କରିଥିଲେ କିନ୍ତୁ ଏହି ସମୟରେ ହଠାତ ଶୌଚାଳୟରେ ଖସି ପଡିଥିଲେ ନୈନା । ତେବେ ସେ ଅଚେତ ହୋଇଯିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି ସ୍କାନରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ନେଇ ରିପୋର୍ଟରେ ଜଣା ପଡଇଥିଲା। କିନ୍ତୁ ଜୀବନ ରକ୍ଷା କରିବା ପାଇଁ ଡାକ୍ତରମାନେ ତାଙ୍କ ଅସ୍ତ୍ରପଚାର କରିବା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରକାଶଥାଉକି, ଗର୍ଭନିରୋଧକ ବଟିକା ବ୍ୟବହାର କରିବା କେତେକ କ୍ଷେତ୍ରରେ ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଟାବଲେଟ୍‌ ବ୍ୟବହାର କରିବା ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି ଦର୍ଶାଯାଇଛି । ଏହି ଔଷଧ କ୍ରମାଗତ ସେବନ ଦ୍ବାରା ରକ୍ତ ଜମାଟ ବାନ୍ଧିବା, ହୃଦରୋଗ, ଉଚ୍ଚ ରକ୍ତଚାପ, କର୍କଟ, ମୁଡ୍‌ ସୁଇଂ, ଋତୁସ୍ରାବରେ ସମସ୍ୟା ଦେଖାଯାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.