ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣର ଋତୁ । ପର୍ବପର୍ବାଣୀ ହେଉଛି ଉତ୍କୃଷ୍ଟ ସମୟ, ଯେଉଁ ସମୟରେ ଆମେ ଜୀବନର ଖୁସିର ସମୟ ବିତାଇଥାଆନ୍ତି । ଏହି ପାର୍ବଣର ସମୟରେ ପ୍ରିୟ ଖାଦ୍ୟକୁ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ଅସମ୍ଭବ । ତେବେ ପସନ୍ଦର ଖାଦ୍ୟ ସାଙ୍ଗକୁ ପାର୍ବଣରେ ଆପଣାନ୍ତୁ କେତେକ ଯୋଗ ଅଭ୍ୟାସ(yoga tips), ଯାହା ଆପଣଙ୍କୁ ସୁସ୍ଥ ଏବଂ ସୁନ୍ଦର ରଖିବାରେ ସହାୟକ ହେବ ।
![ଜାନୁଶିରାଶନ](https://etvbharatimages.akamaized.net/etvbharat/prod-images/16369152_dfs.jpg)
ଜାନୁଶିରାଶନ(Janushirshasana): ଏହା ପଶ୍ଚିମୋତ୍ତ ଆସନ ଏବଂ ବାଦ୍ଧାକୋସନର ପ୍ରାରମ୍ଭିକ ପର୍ଯ୍ୟାୟ । ଏହି ଆସନ ଆପଣଙ୍କ ମେରୁଦଣ୍ଡକୁ ପ୍ରସାରଣ କରିଥାଏ ଏବଂ ଏହାକୁ ସୁସ୍ଥ ରଖିଥାଏ । ଏହା ଆପଣଙ୍କ ପେଟ ଏବଂ ପେଲଭିକ୍ ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ । ଏଥିସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ ।
![ଉସ୍ତ୍ରାସନ](https://etvbharatimages.akamaized.net/etvbharat/prod-images/16369152_d.jpg)
ଉସ୍ତ୍ରାସନ(Ustrasana): ଯଦି ଆପଣ ଏକ ସରଳ ବ୍ୟାକବେଣ୍ଡ ଖୋଜୁଛନ୍ତି, ତେବେ ସାଧାରଣତ କ୍ୟାମେଲ ପୋଜ୍ ଭାବରେ ଜଣାଶୁଣା ଉସ୍ତ୍ରାସନ ଟ୍ରାଏ କରନ୍ତୁ । ଏହାର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ମଜବୁତ କରିବ । ଏହା ଆପଣଙ୍କ ଶରୀରର ଅଗ୍ର ଭାଗକୁ ବିସ୍ତାର କରିଥାଏ ଏବଂ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି, ଆଣ୍ଠୁ କିମ୍ବା ବେକରେ ଆଘାତ ଲାଗିଛି କିମ୍ବା ପିଠିରେ ଯନ୍ତ୍ରଣା ହେଉଛି ତେବେ ଏହି ଆସନ କରନ୍ତୁ ନାହିଁ ।
![ଉଜୈୟୀ ପ୍ରାଣାୟାମ](https://etvbharatimages.akamaized.net/etvbharat/prod-images/16369152_ujjayi-pranayama.jpg)
ଉଜୈୟୀ ପ୍ରାଣାୟାମ(Ujjayi Pranayama): ପ୍ରାଣାୟାମ ସର୍ବଦା ଆପଣଙ୍କର ଦୈନନ୍ଦିନ ଅଭ୍ୟାସର ଏକ ଅଂଶ ହେବା ଉଚିତ୍ । ଏହା ଏକ ସରଳ ଅଭ୍ୟାସ । ଏହା କେବଳ ଆମର ସ୍ନାୟୁ ପ୍ରଣାଳୀକୁ ସୁସ୍ଥ କରେ ନାହିଁ ବରଂ ଆମ ମନକୁ ଶାନ୍ତ କରିଥାଏ ଏବଂ ଭଲ ନିଦରେ ମଧ୍ୟ ସାହାଯ୍ୟ କରେ । ନିୟମିତ ଅଭ୍ୟାସ ମଧ୍ୟ ଆମର ହୃଦୟ ଏବଂ ଫୁସଫୁସ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
![କପାଳଭାତି](https://etvbharatimages.akamaized.net/etvbharat/prod-images/16369152_dsa.jpg)
କପାଳଭାତି: ଏହାକୁ 'frontal brain cleansing' ମଧ୍ୟ କୁହାଯାଏ । ଏହା ଫୁସଫୁସ କାର୍ଯ୍ୟରେ ଉନ୍ନତି ଆଣେ ଏବଂ ସ୍ନାୟୁ ପ୍ରଣାଳୀକୁ ମଜବୁତ କରେ । ଏହାର ଅଭ୍ୟାସ ଏକାଗ୍ରତା ଏବଂ ସତର୍କତା ବୃଦ୍ଧି କରିଥାଏ, ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ । ଗର୍ଭବତୀ ମହିଳା, ହୃଦରୋଗ, ଉଚ୍ଚ ରକ୍ତଚାପ ଏବଂ ମେରୁଦଣ୍ଡ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଏହି ଯୋଗ କରନ୍ତୁ ନାହିଁ ।
![ସୂର୍ଯ୍ୟ ନମସ୍କାର](https://etvbharatimages.akamaized.net/etvbharat/prod-images/16369152_dsurya-namaskar.jpg)
ସୂର୍ଯ୍ୟ ନମସ୍କାର: ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟ ଅଭିବାଦନ ଭାବରେ ମଧ୍ୟ ଜଣାଶୁଣା, ଏହା ଯୋଗ ଅଭ୍ୟାସ ମଧ୍ୟରୁ ଅନ୍ୟତମ । ଏହା ସମଗ୍ର ଶରୀରକୁ ଉତ୍ସାହିତ କରେ ଏବଂ ଦିନସାରା ସକ୍ରିୟ ରଖିଥାଏ । ଏହା କେବଳ ଆପଣଙ୍କ ଶରୀରକୁ ମଜବୁତ କରେ ନାହିଁ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଗର୍ଭବତୀ ମହିଳା ଏବଂ ମେରୁଦଣ୍ଡରେ ପୀଡିତ ବ୍ୟକ୍ତିମାନେ ଏହି ଯୋଗ କରିବା ଅନୁଚିତ୍ ।