ହାଇଦ୍ରାବାଦ: ବହୁତ୍ କମ୍ ଲୋକେ ପ୍ରଗାଢ ସ୍ମରଣ ଶକ୍ତି ନେଇ ଜନ୍ମ ହୋଇଥାନ୍ତି। ସ୍ମରଣଶକ୍ତି ଦ୍ବାରା ଜଣକର ପର୍ସାନାଲିଟି ଦ୍ବିଗୁଣିତ ହୋଇଥାଏ । କିନ୍ତୁ କେତେକ କାରଣ ପାଇଁ ଛୋଟ ଛୁଆଙ୍କ କ୍ଷେତ୍ରରେ କମ ସ୍ମରଣ ଶକ୍ତି ରହିଥାଏ । ବେଳେେଳେ ଛୋଟ ଛୁଆଙ୍କୁ କିଛି ପଚାରିଲେ ମୁଁ ଜାଣନି, ମୁଁ ଭୁଲି ଯାଇଛି ଏଭଳି ଉତ୍ତର ଦେଇଥାଆନ୍ତି । ଏହା ଶୁଣି ବାପାମାଆଙ୍କର ମଧ୍ୟ ଚିନ୍ତା ବୃଦ୍ଧି ପାଇଥାଏ । ଯଦି ଆପଣ ମଧ୍ୟ ନିଜ ଛୁଆକୁ ନେଇ ଚିନ୍ତିତ ରହିଛନ୍ତି ତେବେ ଆପଣ ଚାହିଁଲେ ମଧ୍ୟ ଛୁଆର ସ୍ମୃତିଶକ୍ତି ବୃଦ୍ଧି ହୋଇପାରିବ ।
- ପ୍ରତିଦିନ ଛୁଆକୁ ଓମେଗା-3, ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହାସହିତ ପାଚିଲା ଫଳ, ତଟକା ପନିପରିବା, ବାଦାମ ଏବଂ ମାଛକୁ ଖାଦ୍ୟରେ ସାମିଲ କରନ୍ତୁ । ଏକ ବାଲାନ୍ସ ଡାଏଟ୍ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
- ପ୍ରାୟତଃ ଛୋଟ ଛୁଆମାନେ ଶୋଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, ସ୍ମୃତିଶକ୍ତି ସହିତ ଶୋଇବାର ଏକ ବିଶେଷ ସମ୍ବନ୍ଧ ରହିଛି । ତେବେ ଅଧିକା ସମୟ ଶୋଇବା ବଦଳରେ ତାଙ୍କୁ ବ୍ୟାୟାମ କିମ୍ବା ଖେଳିବା ପାଇଁ ପ୍ରୋତ୍ସାହିତ କରିବା ଉଚିତ । ଏହା ଦ୍ବାରା ବ୍ରେନରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇପାରିବ ଏବଂ ଛୁଆ ମଧ୍ୟ ଆକ୍ଟିଭ ହେବ ।
ଏହା ମଧ୍ୟ ପଢନ୍ତୁ: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଆପଣାନ୍ତୁ ଏହି ଟିପ୍ସ
- ବାକି ସମୟରେ ଛୁଆକୁ ମେମୋରି ଏନହାନ୍ସିଙ୍ଗ ଗେମ ବା ବୁଦ୍ଧି ଖଟାଇ ଖେଳାଯାଉଥିବା ଗେମ ଖେଳିବାକୁ ଦିଆଯିବା ଆବଶ୍ୟକ । ଯେପରି କି ପଜଲ୍ସ ଏହଂ ଚେସ୍ । ଏହାସହିତ ପାଠ ପଢ଼ିବା ସମୟରେ କିଛି ଟାକ୍ସ ଦେବା ଉଚିତ । ଯେପରିକି ପାଠ ପଢ଼ିବା ସମୟରେ କିଛି ପ୍ରଶ୍ନ ଉତ୍ତର ପଚାରିବା ଦ୍ବାରା ପାଠ ପ୍ରତି ଆଗ୍ରହ ବଢିବ ଏବଂ ସ୍ମୃତିଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହାସହ ଛୁଆମାନଙ୍କୁ ଗପ କହିବା ଆବଶ୍ୟକ । ଗପ ଶୁଣିବା ପରେ ଛୁଆଙ୍କୁ କହିବାକୁ କୁହନ୍ତୁ । ଏହା ଦ୍ବାରା ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ ।
- ବେଳେବେଳେ କିଛି କହିବା ସମୟରେ ଛୋଟଛୁଆମାନେ ହଠାତ ବୁଝିପାରନ୍ତି ନାହିଁ । ଏହି କ୍ଷେତ୍ରରେ ସେମାନଙ୍କୁ ଛବି ଦେଖାଇବା ଉଚିତ । ଏହାସହ କେତେକ ସମୟରେ ସେମାନଙ୍କୁ ଆନିମେଟେଡ୍ ଷ୍ଟୋରୀ ଦେଖାନ୍ତୁ । କାରଣ କିଛି ପିଲା ଆଖିରେ ଦେଖିଥିବା ଛବିକୁ ଶୀଘ୍ର ଭୁଲନ୍ତି ନାହିଁ । ଏଭଳି କରି ଆପଣ ଛୁଆର ସ୍ମୃତିଶକ୍ତିକୁ ବୃଦ୍ଧି କରିପାରିବେ । ବିନା ଚାପରେ ଉତ୍ତର ଦେବାରେ ସକ୍ଷମ ହେବେ ଛୁଆ । ଛୋଟ ଛୋଟ କଥାକୁ ବଡ଼ ନକରି ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ବ୍ୟତୀତ ଯୋଗ ଏବଂ ବ୍ୟାୟାମ ଦ୍ବାରା ମଧ୍ୟ ବୃଦ୍ଧି ପାଇବ ସ୍ମରଣଶକ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ