ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, 90% ଗର୍ଭବତୀଙ୍କ କ୍ଷେତ୍ରରେ ଦେଖାଯାଉଛି ପୋଷକ ତତ୍ତ୍ବ ଅଭାବ - ଗର୍ଭବତୀଙ୍କୁ କାହିଁକି ପୋଷକ ତତ୍ତ୍ବର ଅଭାବ ଦେଖାଯାଏ

Micronutrient Deficiencies in Pregnancy: 90 ପ୍ରତିଶତ ଗର୍ଭବତୀଙ୍କ ଠାରେ ଦେଖାଯାଉଛି ପୋଷକ ତତ୍ତ୍ବର ଅଭାବ । ଏନେଇ ଏକ ରିସର୍ଚ୍ଚରେ ଖୁଲାସା କରାଯାଇଛି । ଜାଣନ୍ତୁ କଣ ରହିଛି ଏହା ପଛର କାରଣ

women trying for baby lack essential nutrients

author img

By ETV Bharat Odisha Team

Published : Dec 7, 2023, 5:33 PM IST

Updated : Dec 8, 2023, 1:32 PM IST

ହାଇଦ୍ରାବାଦ: ବିଶ୍ବରେ ପ୍ରାୟ 90 ପ୍ରତିଶତ ଗର୍ଭବତୀ ମହିଳାଙ୍କୁ ପୋଷକ ତତ୍ତ୍ବର ଅଭାବ ଦେଖାଯାଇଥାଏ । ଫଳରେ ମହିଳା ଏବଂ ଗର୍ଭରେ ରହିଥିବା ଶିଶୁ ମଧ୍ୟ ଉତ୍ତମ ପୋଷଣ ପାଇବାରୁ ବଞ୍ଚିତ ହୋଇଥାଆନ୍ତି । ଏନେଇ ରିପୋର୍ଟ ପ୍ରକାଶିତ ହୋଇଛି । ଅଧ୍ୟୟନ ଅନୁଯାୟୀ, 18 ରୁ 38 ବର୍ଷ ବୟସର 1 ହଜାର 729 ମହିଳାଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା । ଅଧିକାଂଶ ମହିଳା ଦୁଗ୍ଧଜାତ ଦ୍ରବ୍ୟରେ ରହିଥିବା ଭିଟାମିନ ପାଉନଥିବା ଦେଖାଯାଇଥିଲା । ଅର୍ଥାତ ଭିଟାମିନ୍ B12, B6, D, ଫଲିକ୍ ଏସିଡ୍ ଏବଂ ରାଇବୋଫ୍ଲାଭିନ ଭଳି ଭିଟାମିନର ଅଭାବ ଦେଖାଯାଇଥିଲା । ଯାହାକି ଗର୍ଭସ୍ଥ ଶିଶୁ ପାଇଁ ଜରୁରୀ ଅଟେ ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଭିଟାମିନର ଅଭାବ କାରଣରୁ ଗର୍ଭବତୀ ମହିଳା ଏବଂ ଛୁଆଙ୍କ ଠାରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସମୟ ପୂର୍ବରୁ ପ୍ରସବ, କମ୍ ଓଜନ ବିଶିଷ୍ଟ ଶିଶୁ ଏବହଂ ଶିଶୁ ମୃତ୍ୟୁ ହାର ଭଳି ସମସ୍ୟା ଦେଖାଯାଉଛି । ଗର୍ଭବତୀମାନେ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ବ ପାଉନଥିବା ବେଳେ ଏହା ଏକ ପ୍ରକାର ଚିନ୍ତାଜନକ ବିଷୟ ଅଟେ । ତେବେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟରେ ପୋଷକ ତତ୍ତ୍ବ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୋତ୍ସାହିତ କରିବା ଉଚିତ ଅଟେ।

ଗର୍ଭବତୀ ମହିଳାଙ୍କୁ କାହିଁକି ପୋଷକ ତତ୍ତ୍ବର ଅଭାବ ଦେଖାଯାଏ:

  • ସୁସ୍ଥ ଖାଦ୍ୟର ଅଭାବ: ଅନେକ ମହିଳା ସୁସ୍ଥ ଖାଦ୍ୟ ଖାଇନଥାଆନ୍ତି । ଜଙ୍କଫୁଡ, ମିଠା ପାନୀୟ ଏବଂ ଅନେକ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିବା ବେଳେ ପୋଷକ ତତ୍ତ୍ବର ଅଭାବ ଦେଖାଯାଇଥାଏ ।
  • ଗରିବୀ: ଅନେକ ଗର୍ଭବତୀ ମହିଳାଙ୍କ ପାଖରେ ସୁସ୍ଥ ବା ପୋଷଣ ଯୁକ୍ତ ଖାଦ୍ୟ କ୍ରୟ କରିବା ପାଇଁ ଅର୍ଥର ଅଭାବ ଦେଖାଯାଇଥାଏ । ଫଳରେ ଗର୍ଭବତୀ ଏବଂ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ବ ମିଳିପାରେ ନାହିଁ ।
  • ଗର୍ଭବସ୍ଥା ସମ୍ବନ୍ଧୀୟ ଜଟିଳତା: ଗର୍ଭବସ୍ଥା ସମୟରେ ଅନେକ ମହିଳାଙ୍କୁ ସମସ୍ୟା ଦେଖାଯାଇଥାଏ । ସାଧାରଣତଃ ବାନ୍ତି ହେବା ବା ବାନ୍ତି ଲାଗିବା ଭଳି ଲାଗିଥାଏ । ଏହା ଦ୍ବାରା ମହିଳାମାନେ ସୁସ୍ଥ ଆହାର ସେବନରୁ ବଞ୍ଚିତ ହୋଇଥାଆନ୍ତି।

ଗର୍ଭବତୀଙ୍କୁ ପୋଷକତତ୍ତ୍ବର ଅଭାବକୁ କିଭଳି ରୋକିପାରିବା:

  • ପୋଷକଯୁକ୍ତ ଆହାର ଖାଇବା: ଗର୍ଭବତୀ ମହିଳାଙ୍କୁ ଖାଦ୍ୟରେ ଭିଟାମିନ B12, B6, ଭିଟାମିନD ଫଲିକ୍ ଏସିଡ୍ ଏବଂ ରାଇବୋଫ୍ଲାଭିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଯେପରିକି ଦୁଗ୍ଧଜାତ ଖାଦ୍ୟ ପଦାର୍ଥ(କ୍ଷୀର, ଦହି, ପନିର), ଅଣ୍ଡା, ସବୁଜ ପନିପରିବା( ପାଳଙ୍ଗ, ବ୍ରକୋଲି) ମାଛ ଇତ୍ୟାଦି ସାମିଲ କରିବା ଉଚିତ ।
  • ମଲ୍ଟିଭିଟାମିନ ସପ୍ଲିମେଣ୍ଟ: ଯଦି ଖାଦ୍ୟ ପଦାର୍ଥରେ ପୋଷକ ତତ୍ତ୍ବର ଅଭାବ ଦେଖାଯାଏ ତାହାଲେ ଆବଶ୍ୟକତା ପୂରଣ କରିବା ପାଇଁ ମଲ୍ଟିଭିଟାମିନ ସପ୍ଲିମେଣ୍ଟ ଖାଇବା ଉଚିତ।
  • ଡାକ୍ତରଙ୍କ ପରାମର୍ଶ ଜରୁରୀ: ଗର୍ଭାବସ୍ଥାରେ ନିୟମିତ ବ୍ୟବଧାନରେ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

Last Updated : Dec 8, 2023, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.