ହାଇଦ୍ରାବାଦ: ଦୁନିଆରେ ମା' ହେବା ହେଉଛି ଏକ ସୁନ୍ଦର ଅନୁଭବ । ଯେତେବେଳେ ଜଣେ ମହିଳା ମା' ହୁଅନ୍ତି, ସେତେବେଳେ ତାଙ୍କ ଖୁସିର କୌଣସି ସୀମା ନଥାଏ । ସେହି ସମୟ, ସେହି ମୁହୂର୍ତ୍ତଟି ଜଣେ ମହିଳାଙ୍କ ପାଇଁ ବହୁତ ଅଲଗା ଏବଂ ସ୍ୱତନ୍ତ୍ର ରହିଥାଏ । ଏଭଳି ପରିସ୍ଥିତରେ ଏମିତି କିଛି ମହିଳା ଅଛନ୍ତି, ଯେଉଁମାନେ ପ୍ରସବ ପରେ ଡିପ୍ରେସନ୍ର ଶିକାର ହୁଅନ୍ତି । ତେବେ ଏହା କାହିଁକି ଘଟେ ? ଏହାର କାରଣ କ’ଣ ? ବାସ୍ତବରେ କିଛି ମହିଳା ପ୍ରସବ ପରବର୍ତ୍ତୀ ଅବସାଦର ଶିକାର ହୁଅନ୍ତି । ଶରୀରରେ ପରିବର୍ତ୍ତନ ଏବଂ ନୂତନ ଦାୟିତ୍ବର ଚାପ ଏତେ ଅଧିକ ଥାଏ ଯେ ସେମାନେ ଉଦାସୀନତା (ଡିପ୍ରେସନର)ର ଶିକାର ହୋଇଥାନ୍ତି ।
ଗର୍ଭଧାରଣ ସମୟରେ କିମ୍ବା ଶିଶୁ ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ପ୍ରସବ ପରବର୍ତ୍ତୀ ଅବସାଦ ଘଟିପାରେ । ଗର୍ଭଧାରଣ ସମୟରେ ମହିଳାଙ୍କର ମାନସିକ ସମସ୍ୟା ଥିଲେ ପ୍ରସବ ପରବର୍ତ୍ତୀ ଅବସାଦ ମଧ୍ୟ ହୁଏ । ବିଶେଷଜ୍ଞ କହିଛନ୍ତି ଯେ ଗର୍ଭାବସ୍ଥାରେ ଅନେକ ଶାରୀରିକ ପରିବର୍ତ୍ତନ, ମାନସିକ ପରିବର୍ତ୍ତନ ଆସିଥାଏ । ମହିଳାମାନେ ଅଧିକ ପ୍ରସବ ଯନ୍ତ୍ରଣା ଅନୁଭବ କରିଥାଆନ୍ତି । ଏହି କାରଣରୁ ସେମାନଙ୍କୁ ଶାରୀରିକ, ମାନସିକ ଏବଂ ଇମୋସନାଲ (ଷ୍ଟ୍ରେସ୍)ଚାପ ହୋଇଥାଏ । ଏହା ସହିତ, ଶିଶୁର ଯତ୍ନ ନେବା ଭଳି ଅନେକ ନୂତନ ଦାୟିତ୍ବ ମଧ୍ୟ ମନେ ପଡ଼ିଥାଏ । ଯାହା ସେମାନଙ୍କ ମାନସିକ ସ୍ଥିତିକୁ ଆହୁରି ପ୍ରଭାବିତ କରେ । ଏହି ପରିସ୍ଥିତିରେ ମହିଳାମାନେ ଛୋଟଛୋଟ କଥାରେ କାନ୍ଦି ପକାନ୍ତି ଏବଂ ବେଳେବେଳେ ଚିନ୍ତାଗସ୍ତ ମଧ୍ୟ ହୋଇଯାଆନ୍ତି । ପ୍ରସବ ପରେ ଏହା ଏକ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।
ଆଜିକାଲି ପ୍ରସବ ପରବର୍ତ୍ତୀ ଅବସାଦର ଘଟଣା ଦ୍ରୁତ ଗତିରେ ବଢ଼ୁଛି । କିନ୍ତୁ କିଛି ମହିଳାମାନେ ଏ ବିଷୟରେ ଜାଣନ୍ତି ନାହିଁ । ସେମାନଙ୍କ ସହ ଏହା କାହିଁକି ଘଟୁଛି ସେମାନେ ଜାଣି ପାରନ୍ତି ନାହିଁ । ତେବେ ଜାଣନ୍ତୁ ଏହା କାହିଁକି ହୁଏ ଏବଂ ଏହାର ଲକ୍ଷଣ ଏବଂ ଚିକିତ୍ସା କ’ଣ ?
ପ୍ରସବ ପରବର୍ତ୍ତୀ ଅବସାଦର ଲକ୍ଷଣ:-
- ଅଧିକ ଚିନ୍ତା କରିବା
- ସବୁ ସମୟରେ ଉଦାସୀନ ରହିବା
- କ୍ଳାନ୍ତ ଅନୁଭବ କରିବା
- ନିଦ୍ରା ହୀନତା
- ଭୋକିଲା ଅନୁଭବ ନକରିବା
- କୌଣସି ଜିନିଷରେ ଖୁସି ନମିଳିବା
- ଜିନିଷ ଉପରେ ଧ୍ୟାନ ଦେଇପାରୁନଥିବା
- ଶିଶୁର ଯତ୍ନ ନେବାକୁ ଆଗ୍ରହ ନଲାଗିବା
- ଆତ୍ମହତ୍ୟା କରିବା ଭଳି ଚିନ୍ତାଧାରା ଆସିବା
ପ୍ରସବ ପରବର୍ତ୍ତୀ ଅବସାଦ କାହିଁକି ହୁଏ ?
ଅବାଞ୍ଛିତ ଗର୍ଭଧାରଣ, ଜଟିଳ ଗର୍ଭଧାରଣ କିମ୍ବା ଅତୀତରେ ଯଦି କୌଣସି ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଅଛି, ତେବେ ପ୍ରସବ ପରବର୍ତ୍ତୀ ଅବସାଦ ହେବାର ଅଧିକ ସମ୍ଭାବନା ରହିଛି । ଯଦି ଗର୍ଭାବସ୍ଥା ସମୟରେ କୌଣସି ବଡ଼ ଘଟଣା ଘଟେ । ଯେପରି, କେହି ଆତ୍ମୀୟ ମୃତ୍ୟୁବରଣ କରନ୍ତି କିମ୍ବା ଚାକିରି ହରାନ୍ତି । ଏହା ବ୍ୟତୀତ ଇମୋସନାଲ, ଶାରୀରିକ ଏବଂ ଅର୍ଥନୈତିକ ସମସ୍ୟା ଥିଲେ ମଧ୍ୟ ପ୍ରସବ ପରବର୍ତ୍ତୀ ଅବସାଦର ଶିକାର ହୋଇପାରନ୍ତି । ଅନେକ ଥର ପ୍ରସବ ପରେ ମହିଳାଙ୍କ ପାଇଁ ସପୋର୍ଟର ଅଭାବ ଦେଖାଯାଏ, ଯାହା ଦ୍ବାରା ଜଣେ ମହିଳା ପ୍ରସବ ପରବର୍ତ୍ତୀ ଅବସାଦର ଶିକାର ହୋଇପାରନ୍ତି।
ଏହା ମଧ୍ୟ ପଢନ୍ତୁ: ଡିପ୍ରେସନର ପ୍ରଭାବ ମୁଖ ସୌନ୍ଦର୍ଯ୍ୟ ଉପରେ ପଡେ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ
ପ୍ରସବ ପରବର୍ତ୍ତୀ ଅବସାଦକୁ କିପରି ପରିଚାଳନା କରିବେ:-
ସମୟ ଥାଉ ଥାଉ ପ୍ରସବ ପରବର୍ତ୍ତୀ ଅବସାଦର ଚିକିତ୍ସା କରାଇଦେବା ବହୁତ ଭଲ । ନଚେତ ସ୍ବାସ୍ଥ୍ୟ ଉପରେ ଏହା ବିଶେଷ ପ୍ରଭାବ ପକାଇବା ସହ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିାଇ ପାରେ । ଯଦି ପ୍ରସବ ପରବର୍ତ୍ତୀ ଅବସାଦର ଶିକାର ହୁଅନ୍ତି ତେବେ ସାଙ୍ଗ ଏବଂ ପରିବାର ସହ କଥା ହୋଇପାରିବେ । ଡାକ୍ତରଙ୍କ ସହ କଥା ହୋଇପାରିବେ । ଯଦି ଏହାର ଚିକିତ୍ସା ଶୀଘ୍ର ଆରମ୍ଭ ହୁଏ, ଏହା ଶୀଘ୍ର ଭଲ ହୋଇଯାଏ । ଉଦାସୀନତାରୁ ମୁକ୍ତି ପାଇବା ପାଇଁ କାଉନସିଂଲିଂର ସହାୟତା ନେଇପାରିବେ । କିନ୍ତୁ ଯଦି ଏହି ଉଦାସୀନତା ଜଟିଳ ହୁଏ, ତେବେ ଔଷଧ ମଧ୍ୟ ନେବାକୁ ପଡ଼ିପାରେ ।
(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)