ETV Bharat / sukhibhava

ପ୍ରୋଟିନ୍ ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ - ପ୍ରୋଟିନ ମିଳୁଥିବା ଖାଦ୍ୟ

ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ପ୍ରୋଟିନ(protein) ନିହାତି ଜରୁରୀ । ଏଥିପାଇଁ ପ୍ରୋଟିନ୍ ଶେକ୍ ପିଇବା ବଦଳରେ କେଉଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ, ଜାଣନ୍ତୁ

protein food
protein food
author img

By

Published : Jan 6, 2023, 1:30 PM IST

ହାଇଦ୍ରାବାଦ: ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରୋଟିନ୍(protein) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । କିନ୍ତୁ ଏଥିପାଇଁ ପ୍ରୋଟିନ୍ ଶେକ୍ ପିଇବା ଜରୁରୀ ନୁହେଁ ବୋଲି ଡାଏଟିଟିସିଆନଙ୍କ ମତ । ଡାଏଟିଟିସିଆନ କହନ୍ତି ଯେ, କେବଳ ଖାଦ୍ୟ ମାଧ୍ୟମରେ ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ପାଇପାରିବେ । ତେବେ କେଉଁ ଖାଦ୍ୟ ଖାଇଲେ, ଶରୀରକୁ ପ୍ରୋଟିନ୍ ମିଳିଥାଏ, ଏବଂ ପ୍ରୋଟିନ୍ ଆମ ଶରୀରରେ କି କି ଆବଶ୍ୟକତାକୁ ପୂରଣ କରିଥାଏ, ଜାଣନ୍ତୁ

ଗ୍ରୀକ୍ ଦହି(Greek yogurt)-ପ୍ରାୟ ଅଧା କପ୍ ଗ୍ରୀକ୍ ଦହି(100 ଗ୍ରାମ) ପ୍ରାୟ 10 ଗ୍ରାମ ପ୍ରୋଟିନ୍ ଯୋଗାଇଥାଏ । ଏଥିରେ କ୍ୟାଲସିୟମ୍ ମଧ୍ୟ ଅଧିକ ଥାଏ, ଯାହା ଦାନ୍ତ ଏବଂ ହାଡ ସ୍ୱାସ୍ଥ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦୁଗ୍ଧରୁ ଆୟୋଡିନ୍ ମଧ୍ୟ ମିଳିଥାଏ, ଯାହା ଥାଇରଏଡ୍ କାର୍ଯ୍ୟ ଏବଂ ମେଟାବୋଲିଜିମ୍ ପାଇଁ ଜରୁରୀ । ତେଣୁ ନିୟମିତ ଭାବେ ଦୁଗ୍ଧଜାତୀୟ ଖାଦ୍ୟ କିମ୍ବା ଗ୍ରୀକ୍ ଦହି ଖାଇବାକୁ ପରାମର୍ଶ ଦେଇଛନ୍ତି ଡାଏଟିସିଆନ ।

କୋଟେଜ୍ ପନିର(Cottage cheese)-ଅଧା କପ୍ କୋଟେଜ୍ ପନିର 11 ଗ୍ରାମ ପ୍ରୋଟିନ୍ ଯୋଗାଇଥାଏ । ବିଶେଷତଃ ଯଦି ଆପଣ କମ୍ ଚର୍ବିଯୁକ୍ତ, କ୍ୟାଲୋରୀ କମ୍ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହାକୁ ଏକ ଉତ୍କୃଷ୍ଟ ସ୍ନାକ୍ସ ଭାବରେ ବ୍ୟବହାର କରିପାରିବେ । ଏହାକୁ ସାଲାଡ୍ ରୂପେ କନ୍ଦମୂଳ ସହ ମଧ୍ୟ ମିଶାଇ ଖାଇପାରିବେ ।

ଅଣ୍ଡା-ଦୁଇଟି ଅଣ୍ଡା 12 ଗ୍ରାମ ପ୍ରୋଟିନ୍ ଯୋଗାଇଥାଏ ଏବଂ ଏହା ମଧ୍ୟ ଭିଟାମିନ୍-D ର ଏକ ଉତ୍ତମ ଉତ୍ସ । ଅଣ୍ଡା କୋଲାଇନ୍ ମଧ୍ୟ ଯୋଗାଇଥାଏ । ଅଣ୍ଡାରେ ଭରପୂର ପରିମାଣରେ ପ୍ରୋଟିନ ଥାଏ । ସେଥିପାଇଁ ନିୟମିତ ଅଣ୍ଡା ସେବନ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।

ଚିକେନ୍-ଚିକେନ୍ ମଧ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ । ପ୍ରତି 100 ଗ୍ରାମ ଚିକେନରେ ପ୍ରାୟ 27 ରୁ 29 ଗ୍ରାମ ପ୍ରୋଟିନ୍ ମିଳିଥାଏ ।

ଶରୀର ପାଇଁ ପ୍ରୋଟିନର ଆବଶ୍ୟକତା:-ଜଣେ ଲୋକ ପାଖାପାଖି ୦.୮ ରୁ ୧.୦ ଗ୍ରାମ /କିଗ୍ରା ବଡି ୱେଟ୍ ପ୍ରୋଟିନ ଦରକାର କରିଥାଏ । ଜଣେ ବ୍ୟକ୍ତିଙ୍କର ଓଜନ ଯଦି ୫୦ କିଲୋଗ୍ରାମ, ତାହା ହେଲେ ସେ ଦିନକୁ ୪୦ରୁ ୫୦ ଗ୍ରାମ ପ୍ରୋଟିନ ଆବଶ୍ୟକ କରନ୍ତି । ଏଥିପାଇଁ ୨ରୁ ୩ କୋଟୋରି ଡାଲି, ଗୋଟିଏ ଗ୍ଲାସ ଦୁଗ୍ଧ ବା ଦୁଗ୍ଧଜାତ ସାମଗ୍ରୀ ଖାଇଲେ ଏହି ଆବଶ୍ୟକତା ପୂରଣ ହୋଇଥାଏ । ଜଣେ ଆମିଷାଶୀ ଦିନକୁ ୨ରୁ ୩ ଖଣ୍ଡ ମାଛ ବା ଚିକେନର ଗୋଟିଏ ବଡ ଅଂଶ ନହେଲେ ୨ଟି ଅଣ୍ଡା ଖାଇବା ଦରକାର ।

ଆମ ଶରୀର ପାଇଁ ପ୍ରୋଟିନର ଭୂମିକା:-ଶରୀର ଗଠନ ପାଇଁ ପ୍ରୋଟିନକୁ ପ୍ରାଥମିକ ପୋଷକ ଭାବେ ବିଚାର କରାଯାଏ । ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପ୍ରୋଟିନ ନିହାତି ଆବଶ୍ୟକ । ଶରୀରର ତ୍ୱଚା, ମାଂସପେଶୀ, ଅଙ୍ଗ ଓ ଗ୍ରନ୍ଥିର ଢାଞ୍ଚା ଗଠନ ପାଇଁ ପ୍ରୋଟିନ ଦରକାର । ପିତ ଓ ପରିସ୍ରାକୁ ଛାଡିଦେଲେ ଶରୀରର ଅନ୍ୟ ସମସ୍ତ ଅଂଶରେ ଏହା ତରଳୀକୃତ ଭାବେ ଥାଏ । ପୁରୁଣା ଓ ଅଚଳ ହୋଇପଡିଥିବା କୋଷିକା ଓ ଟିସୁଗୁଡିକର ମରାମତି ଓ ପରିବର୍ତ୍ତନରେ ସହାୟକ ହୋଇଥାଏ ପ୍ରୋଟିନ । ବ୍ଲଡରେ ପିଏଚ୍ ସ୍ତର ବଜାୟ ରଖିବାରେ ସହାୟକ ହୁଏ ପ୍ରୋଟିନ । ପ୍ରୋଟିନଗୁଡିକ ଏନଜାଇମ, ହରମୋନ ଓ ଆଣ୍ଟିବଡିର ଅବିଚ୍ଛେଦ୍ୟ ଅଂଶ । ରକ୍ତ, ତ୍ୱଚା, କେଶ, ନଖ, ମାଂସପେଶୀ ଓ ଅଙ୍ଗପ୍ରତ୍ୟଙ୍ଗ ଗଠନରେ ଆବଶ୍ୟକ ହେଉଥିବା ଉପାଦାନ ଯୋଗାଇଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.