ETV Bharat / sukhibhava

Teeth Care Tips: ଶୀତଦିନେ ଦାନ୍ତବିନ୍ଧା ସମସ୍ୟାକୁ ହାଲୁକା ଭାବେ ନିଅନ୍ତୁନି, କରନ୍ତୁ ଏପରି ଚିକିତ୍ସା

ଅଧିକାଂଶ ଲୋକେ ଶୀତଦିନରେ ଦାନ୍ତବିନ୍ଧା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମାତ୍ର ଏହା କେବଳ ଯେ, ଥଣ୍ଡା କାରଣରୁ ହୋଇଥାଏ ଭାବନ୍ତୁ ନାହିଁ । ଏହାର ଅନ୍ୟାନ୍ୟ କାରଣ ମଧ୍ୟ ରହିଥାଏ । ତେଣୁ ଶୀତଦିନେ କିପରି ଦାନ୍ତର ଯତ୍ନ ନେବେ(Teeth Care Tips), ଜାଣନ୍ତୁ

Teeth pain
Teeth pain
author img

By

Published : Jan 11, 2023, 2:01 PM IST

ହାଇଦ୍ରାବାଦ: ମୁଣ୍ଡବିନ୍ଧା ଭଳି ଦାନ୍ତବିନ୍ଧା ଭାରି ପୀଡାଦାୟକ । ଦାନ୍ତରେ ଯନ୍ତ୍ରଣା ସାଧାରଣ ହୋଇଥିଲେ ମଧ୍ୟ ଏହା ବେଳେବେଳେ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଦାନ୍ତ କ୍ଷୟ, ଦାନ୍ତରେ ପୋକ ଲାଗିବା ଏବଂ ଦାନ୍ତ ମାଢି ଫୁଲିବା ଦ୍ବାରା ଏହାର ଆଖପାଖ ଟିସୁ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ସମଗ୍ର ଶରୀର ଏକ ପ୍ରକାର ରୋଗାଗ୍ରସ୍ତ ହୋଇଯାଏ କହିଲେ କିଛି ଭୁଲ୍ ହେବନି । କାରଣ ଦାନ୍ତବିନ୍ଧା ସମୟରେ ଖାଦ୍ୟ ଗ୍ରହଣ କଷ୍ଟକର ହୋଇଯାଏ, ଫଳରେ ଏହାର ପ୍ରଭାବ ସିଧାସଳଖ ସ୍ବାସ୍ଥ୍ୟ ଉପରେ ପଡିଥାଏ । ବିଶେଷ କରି ଶୀତଦିନରେ ହିଁ ଏହି ସମସ୍ୟା ଅଧିକ ଦେଖାଯାଏ । ତେଣୁ ଶୀତଦିନେ କିପରି ଦାନ୍ତର ଯତ୍ନ ନେବେ(Teeth Care Tips), ଜାଣନ୍ତୁ...

କାରଣ:ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର ଏନାମେଲ୍, ଡେଣ୍ଟିନ୍ ଓ ସେମେଣ୍ଟମ୍କୁ ନଷ୍ଟ କରିଦିଏ । ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି ଡାଏବେଟିସ୍ ମାଲିଟସ୍, ଜୋଗ୍ରେନ ସିଣ୍ଡ୍ରୋମ୍ ଓ କେତେକ ଔଷଧ ସେବନ । ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । ଅଭାବ ହେଲେ ଓ ମାଢ଼ି କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଲିଭରକୁ ନଷ୍ଟ କରୁଛି ଫାଷ୍ଟ ଫୁଡ୍

ଚିକିତ୍ସା:- ଦାନ୍ତକୁ ସୁରକ୍ଷିତ ରଖିବା ପାଇଁ ଏକ ନିରବଛିନ୍ନ ପ୍ରୟାସ ଆପଣାଇବା ଉଚିତ୍ । କାରଣ ଗୋଟିଏ ବା ଦୁଇ ଦିନରେ ସଚେତନତା ପ୍ରଭାବ ପକାଇବ ନାହିଁ । ତେଣୁ ନିୟମିତ ଭଲ ଭାବେ ଦାନ୍ତ ଘଷନ୍ତୁ ଏବଂ ଫ୍ଲସ କରନ୍ତୁ । ଦାନ୍ତ ମାଢି ଯେପରି ନଫୁଲେ ଓ ରକ୍ତ ନପଡେ, ସେଥିପ୍ରତି ସତର୍କ ରୁହନ୍ତୁ । ନାକ ବା ଗାଲ ପାଖରେ ଫୁଲିଗଲେ, ତାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଇନିଅନ୍ତୁ । ସାମାନ୍ୟ ଯନ୍ତ୍ରଣା ହେଲେ ଲୁଣ ପାଣିରେ ପାଟି ସଫା କରନ୍ତୁ ।

ନିୟମିତ ଯତ୍ନ ନେବା ପରେ ଯଦି ଦାନ୍ତବିନ୍ଧା କିଛିଦିନ ଧରି ଲାଗିରହୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସ୍କ୍ରିନିଙ୍ଗ କରି ପ୍ରାରମ୍ଭରୁ ରୋଗ ଚିହ୍ନଟ କରାଯାଇଥାଏ । ଦାନ୍ତ ବାହାର କରିବା(extraction) ବା ଚିକିତ୍ସା କରି ରଖିବା(restoration) କ୍ଷୟର ପରିମାଣ ଉପରେ ନିର୍ଭର କରେ । କ୍ଷୟ ହୋଇଥିବା ବଡ଼ ଭାଗ ଦାନ୍ତକୁ ପୁନର୍ନିମାଣ ନିମନ୍ତେ କୌଣସି ପଦ୍ଧତି ଉପଲବ୍ଧ ହୋଇନାହିଁ । ତେଣୁ ଦନ୍ତକ୍ଷୟକୁ ଦେଖି ଡାକ୍ତର ଏହା ଉପରେ ନିଷ୍ପତ୍ତି ନେଇଥାନ୍ତି । ତେଣୁ ଦାନ୍ତରେ ଯଦି କୌଣସି ସାମାନ୍ୟ ଅସୁବିଧା ସୃଷ୍ଟି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଇ ନେବା ଉଚିତ୍ । ନଚେତ୍ ରୋଗ ବୃଦ୍ଧି ପାଇଲେ ଚିକିତ୍ସା କଷ୍ଟକର ହୋଇପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.