ETV Bharat / sukhibhava

Monsoon: ଏହି ୫ଟି ଉପାଦାନ ସହ ନିଜ ଚା'କୁ କରନ୍ତୁ ହେଲ୍‌ଦି

ମୌସୁମୀ ଋତୁରେ ବଢିଯାଏ ଚା'ର ଗୁରୁତ୍ବ । ଏହା ଯେ କେବଳ ମୃଦୁପାନୀୟର ଇଚ୍ଛାକୁ ପୂରଣ କରିଥାଏ ତାହା ନୁହେଁ । ଏଥିରେ କିଛି ଔଷଧୀୟ ଉପାଦାନ ମିଶ୍ରଣ କଲେ ମାରାତ୍ମକ ରୋଗ ଓ ସଂକ୍ରମଣରୁ ଏହା ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାଦାନକୁ ମିଶାଇ ଆମ ଚା'କୁ କରିବା ହେଲଦି । ଅଧିକ ପଢନ୍ତୁ

author img

By

Published : Jul 17, 2022, 7:50 PM IST

Monsoon: ଏହି ୫ ଉପାଦାନ ସହ ନିଜ ଚା'କୁ କରନ୍ତୁ ହେଲ୍‌ଦି

ହାଇଦ୍ରାବାଦ: ମୌସୁମୀ ଆସିବା ପରେ ପ୍ରକୃତିର ଏହି ଋତୁକୁ ଉପଭୋଗ କରିବା ପାଇଁ ଦରକାର ପଡ଼େ ଗୋଟିଏ କପ୍‌ ଚା' । ଏହି ଲୋକପ୍ରିୟ ମୃଦୁ ପାନୀୟ ସହ ପ୍ରାୟ ଅଧିକାଂଶ ଲୋକେ ବର୍ଷାର ମଜା ନେବାକୁ ଚାହାଁନ୍ତି । ତେବେ ବର୍ଷା ପାଗ ଯେତିକି ଖୁସି ଦେଇଥାଏ, ଏହି ପାଗରେ ସେତିକି ରୋଗ ମଧ୍ୟ ହୋଇଥାଏ । ଏହି ପାଗରେ ଚା'କୁ ଅଧିକ ଉପଯୋଗୀ କରିବା ଲାଗି ଏହାକୁ ଆପଣ ଅଧିକ ହେଲଦି ବନାଇ ପାରିବେ । କିଛି ହର୍ବ୍ସ ବା ଔଷଧୀୟ ଉପାଦାନ ରହିଛି ଯାହାକୁ ଆପଣ ଚା'ରେ ବ୍ୟବହାର କରିବା ଦ୍ବାରା ଏହା ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବ ।

ଭାରତରେ ପ୍ରିୟ ମୃଦୁ ପାନୀୟ ତାଲିକାରେ ଚା' ଶୀର୍ଷରେ ରହିଛି । ଗରମ କପ୍‌ରେ ହଳଦୀ କିମ୍ବା କିଛି ଔଷଧୀୟ ପଦାର୍ଥ ମିଶାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ମହୌଷଧି ଭାବେ କାର୍ଯ୍ୟ କରେ । ଆପଣଙ୍କ ଚା' ପାଇଁ ଏଠାରେ କିଛି ମିଶ୍ରିତ ଉପାଦାନ ରହିଛି, ଯାହା ସ୍ବାସ୍ଥ୍ୟର ଉନ୍ନତି ତଥା ଋତୁକାଳୀନ ସଂକ୍ରମଣକୁ ରକ୍ଷା କରିବାରେ ସାହାଯ୍ୟ କରିବ ।

  1. ତୁଳସୀ ପତ୍ର (Tulsi/Holy basil):- ଚିକିତ୍ସା ଔଷଧୀୟ କ୍ଷେତ୍ରରେ ତୁଳସୀ ଏକ ବିଶେଷ ଉପାଦାନ । କେବଳ ଏକ କପ୍ ତୁଳସୀ ମିଶ୍ରିତ ଚା' ଛାତି ଜନିତ ସମସ୍ୟାକୁ ଦୂର କରିବା ସହ ନାକକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଥଣ୍ଡା ଓ କାଶର ଲକ୍ଷଣକୁ ହ୍ରାସ କରିଥାଏ । ତୁଳସୀରୁ ମିଳୁଥିବା ଭିଟାମିନ୍ ଏ, ଡି, ଆଇରନ୍, ଫାଇବର ଏବଂ ଅନ୍ୟାନ୍ୟ ଉପାଦାନ ଜୀବାଣୁ ନଷ୍ଟ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହାସହିତ ପାଟି ଓ ଦାନ୍ତର ସ୍ବାସ୍ଥ୍ୟକୁ ବଜାୟ ରଖିବା ପାଇଁ ତୁଳସୀ ଏକ ଚମତ୍କାର ଔଷଧ ।
    ତୁଳସୀ ପତ୍ର (Tulsi/Holy basil)
    ତୁଳସୀ ପତ୍ର (Tulsi/Holy basil)
  2. ହଳଦୀ (Turmeric):- ହଳଦୀରେ କର୍କୁମିନ୍, ଡେସମେଥୋକ୍ସିକର୍କୁମିନ୍ ଏବଂ ବିସ୍-ଡେସମେଥୋକ୍ସିକର୍କୁମିନ୍ ଥାଏ । ଏହା ଆମ ଶରୀରର ଭିତର ମୂଳକୁ ଦୃଢ କରିଥାଏ । ହଳଦୀର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ଏହା ମୌସୁମୀ ଋତୁରେ ସୃଷ୍ଟି ହେଉଥିବା ଅନେକ ସଂକ୍ରମଣର ଚିକିତ୍ସା କରିଥାଏ । ଥଣ୍ଡା ଏବଂ ଗଳା ଯନ୍ତ୍ରଣାକୁ ରୋକିବା ଏବଂ ଦୂର କରିବା ପାଇଁ ଏହା ବ୍ୟବହୃତ ହୁଏ । ହଳଦୀରେ ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ, ଯାହା କୌଣସି ରୋଗ ଦ୍ବାରା ହେଉଥିବା ପ୍ରଦାହ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରିଥାଏ ।
    ହଳଦୀ (Turmeric)
    ହଳଦୀ (Turmeric)
  3. ଅଦା (Ginger):- ରାସ୍ତାରେ ମିଳୁଥିବା ପକୁଡି ଏବଂ ସିଙ୍ଗଡା ଖାଇବା ଅତ୍ୟନ୍ତ ପ୍ରଲୋଭନକାରୀ ହୋଇପାରେ । କିନ୍ତୁ ଏହା ପେଟରେ ଭୟଙ୍କର ଯନ୍ତ୍ରଣା ଦେଇପାରେ । ଏଣୁ ଅଦା ମିଶ୍ରିତ ଚା' ପିଇବା ଲାଭଦାୟକ ହୋଇଥାଏ । ଅଦା ହଜମ କରିବା ସହ ଏବଂ ମେଟାବୋଲିକ୍ କାର୍ଯ୍ୟକୁ ବଢାଇଥାଏ । ଏହା ଆଭ୍ୟନ୍ତରୀଣ ସ୍ବାସ୍ଥ୍ୟରେ ଉନ୍ନତି ଆଣେ । ଯେଉଁମାନେ ସକାଳର ଅସୁସ୍ଥତା ଅନୁଭବ କରନ୍ତି ସେମାନଙ୍କ ପାଇଁ ଅଦା ଚା' ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ।
    ଅଦା (Ginger)
    ଅଦା (Ginger)
  4. ମନ୍ଦାର ଫୁଲ (Hibiscus):- ମନ୍ଦାର ଫୁଲରେ ବିଟା-କାରୋଟିନ୍, ଭିଟାମିନ୍ ସି ଏବଂ ଆଣ୍ଟୋସିଆନିନ୍ ଭରପୂର ରହିଛି । ଏହାକୁ ଚା'ରେ ମିଶାଇବାରେ ସର୍ବୋତ୍ତମ ଉପାଦାନ ହୋଇଥାଏ । ଏହା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସନ୍ତୁଳନରେ ରଖେ । ଏହା ସଂକ୍ରମଣ କିମ୍ବା ରୋଗର ପ୍ରତିରୋଧକୁ ରୋକିଥାଏ । ମନ୍ଦାର ଫୁଲରେ ଆଣ୍ଟିଅକ୍ସିଡାଣ୍ଟର ଉଚ୍ଚ ସ୍ତର ଅଛି ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି ।
    ମନ୍ଦାର ଫୁଲ (Hibiscus)
    ମନ୍ଦାର ଫୁଲ (Hibiscus)
  5. ସପ୍ତପର୍ଣ୍ଣା (Saptaparna):- ଏହା ଏକ ଔଷଧୀୟ ଗଛ । ମୌସୁମୀ ସମୟରେ ମ୍ୟାଲେରିଆ ଭଳି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏଭଳି ରୋଗ ବିରୋଧରେ ଲଢେଇ କରିବା ପାଇଁ ଏହି ଗଛ ସାହାଯ୍ୟ କରିଥାଏ । ଏହା ଜ୍ବର କମାଇବାରେ ମଧ୍ୟ ସାହାଯ୍ୟ କରେ । ଏହାବ୍ୟତୀତ ଚର୍ମ ସମ୍ବନ୍ଧୀୟ ରୋଗ ଓ ଗ୍ୟାସ ଜନିତ ରୋଗରୁ ମଧ୍ୟ ଏହା ଉପଶମ ଦେଇଥାଏ ।
    ସପ୍ତପର୍ଣ୍ଣା (Saptaparna)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.