ETV Bharat / sukhibhava

ସକାଳୁ ଶରୀରରେ ଏହିସବୁ ଲକ୍ଷଣ ଦେଖାଗଲେ ହୁଅନ୍ତୁ ସାବଧାନ !

author img

By

Published : Jul 9, 2023, 2:13 PM IST

Updated : Jul 9, 2023, 3:38 PM IST

ଡାଇବେଟିସ ରୋଗ ଏକ ସାଇଲେଣ୍ଟ କିଲର ଅଟେ । ଯାହା ଧୀରେ ଧୀରେ ଶରୀରକୁ ନଷ୍ଟ କରିଥାଏ । ଏହାକୁ ଏଡାଇବା ପାଇଁ, ଏହାର ଲକ୍ଷଣ ଏବଂ ସମୟାନୁବର୍ତ୍ତୀ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଶରୀର ସକାଳେ ଏପରି ଅନେକ ସଙ୍କେତ ଦେଇଥାଏ ଯାହା ରକ୍ତ ଶର୍କରା ସହ ଜଡିତ । ତେବେ ସେଗୁଡିକୁ କେବେ ଅଣଦେଖା କରିବା ଉଚିତ୍ ନୁହେଁ ।

ସକାଳୁ ସକାଳୁ ଶରୀରରେ ଏହି ଲକ୍ଷଣ ଦେଖାଗଲେ ହୁଅନ୍ତୁ ସାବଧାନ! ହୋଇପାରନ୍ତି ଡାଇବେଟିସ ରୋଗର ଶିକାର

ହାଇଦ୍ରାବାଦ: ଭାରତରେ ଗତ କିଛି ବର୍ଷ ମଧ୍ୟରେ ମଧୁମେହ(ଡାଇବେଟିସ) ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଡାଇବେଟିସ୍ ରୋଗ ହେଉଛି ଏକ ମେଟାବୋଲିକ୍ ଡିସଅର୍ଡର । ଯାହା ଶରୀରରେ ଯଥେଷ୍ଟ ଇନସୁଲିନ୍ ତିଆରି କରିପାରେ ନାହିଁ କିମ୍ବା ଏହାକୁ ସଠିକ୍ ଭାବରେ ବ୍ୟବହାର କରିବାରେ ଅସୁବିଧା ହୁଏ । ଫଳସ୍ୱରୂପ ଶରୀରରେ ଇନସୁଲିନ୍ ଅଭାବ ହେତୁ ସୁଗାର ସ୍ତର ବଢିବାରେ ଲାଗେ, ଯାହା କିଡନୀ, ଚର୍ମ, ହାର୍ଟ, ଆଖି ଏବଂ ପୁରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ମଧୁମେହ ରୋଗ ଯେକୌଣସି ବୟସରେ ହୋଇପାରେ । ଶିଶୁ, କିଶୋର ଏବଂ ଯୁବା ବୟସ୍କମାନେ ଟାଇପ୍ 1 ଡାଇବେଟିସ୍ ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ବେଳେ 40 ବର୍ଷ ବୟସ ପରେ ବୟସ୍କମାନଙ୍କ ଠାରେ ଟାଇପ୍ 2 ଡାଇବେଟିସ୍ ଅଧିକ ଦେଖାଯାଏ । ଶରୀରରେ ରକ୍ତରେ ଶର୍କରା ବଢିଥାଏ ଏବଂ କମିଥାଏ । କିନ୍ତୁ ଏହା ଆମେ ଅନୁଭବ କରିପାରୁନାହୁଁ । ଫଳରେ ଡାଇବେଟିସର ଶିକାର ହୋଇଥାଉ । ଏହି ରୋଗ କିଡନୀ ଏବଂ ହୃଦରୋଗର ମଧ୍ୟ କାରଣ ହୋଇଥାଏ ।

ମଧୁମେହ ହେବାର ଆଶଙ୍କା ଥିବା ଲକ୍ଷ୍ମଣଗୁଡ଼ିକୁ ଚିହ୍ନି ଏହାକୁ ରୋକା ଯାଇପାରିବ । ବେଳେବେଳେ ଏହି ଲକ୍ଷଣଗୁଡିକ ଏତେ ସୂକ୍ଷ୍ମ ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ । ଆମ ମଧ୍ୟରୁ ଅନେକ ଲୋକ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ଆମ ଶରୀର ସକାଳେ ଅନେକ ସଙ୍କେତ ଦେଇଥାଏ, ଯାହା ରକ୍ତରେ ବ୍ଲକ ସୁଗାର ସହ ଜଡିତ । ଆସନ୍ତୁ ଜାଣିବା, ସକାଳେ ଦେଖାଯାଉଥିବା ମଧୁମେହର ଏହି ଲକ୍ଷଣଗୁଡ଼ିକ କ’ଣ

1. ପାଟି ଏବଂ ଗଳା ଶୁଖିବା

ଯଦି ସକାଳୁ ଉଠିବା ପରେ ତୁରନ୍ତ ଶୋଷ ଲାଗେ, ତେବେ ଏହା ମଧୁମେହର ଲକ୍ଷଣ ହୋଇପାରେ । ଯଦି ପ୍ରତିଦିନ ଶୋଷ ଲାଗେ ଏବଂ ପାଣି ପିଇବାର ଇଚ୍ଛା ଥାଏ, ତେବେ ତୁମ ସୁଗାର ସ୍ତରକୁ ଯାଞ୍ଚ କରିବାକୁ ପଡିବ । ଶୁଖିଲା ପାଟି କିମ୍ବା ଗଳା ମଧୁମେହ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

2. ଥକ୍କାପଣ

ସକାଳେ ଉଠିବା ପରେ ଆମକୁ ସତେଜ ଅନୁଭବ କରିବା ଉଚିତ୍ । କିନ୍ତୁ ଯଦି ସବୁବେଳେ କ୍ଳାନ୍ତ ଅନୁଭବ କରନ୍ତି, ତେବେ ଏହା ମଧୁମେହର ଲକ୍ଷଣ ହୋଇପାରେ । ଥକ୍କାପଣ, ନିଦ୍ରାହୀନତା ଏବଂ ଦୁର୍ବଳ ଅନୁଭବ କରିବା ମଧୁମେହର ଲକ୍ଷଣ ହୋଇପାରେ । ତେଣୁ ଏସବୁକୁ ଆଦୌ ଅବହେଳା କରିବା ଉଚିତ ନୁହେଁ ।

ଏହା ମଧ୍ୟ ପଢନ୍ତୁ: ମଧୁମେହ ରୋଗୀଙ୍କ ଆଖି ସମସ୍ୟା କରାଇପାରେ ଡାଇବେଟିକ୍ ରେଟିନୋପାଥୀ

3. ଅସ୍ପଷ୍ଟ ଦେଖାଯିବା

ମଧୁମେହ ଆଖି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏପରି ପରିସ୍ଥିତିରେ ଯଦି ସକାଳେ ସ୍ପଷ୍ଟ ଦେଖିବାରେ ଅସୁବିଧା ଅନୁଭବ କରନ୍ତି, ତେବେ ଏହା ଉଚ୍ଚ ରକ୍ତ ଶର୍କରାର ସଙ୍କେତ ହୋଇପାରେ । ଡାକ୍ତରମାନେ କହିଛନ୍ତି ଯେ, ମଧୁମେହ ଲେନ୍ସର ଆକାରକୁ ବଢାଇପାରେ, ଯଦ୍ୱାରା ସ୍ପଷ୍ଟ ଦେଖିହୁଏ ନାହିଁ । ଏହି ଲକ୍ଷଣଗୁଡିକ ଦେଖାଯିବା ମାତ୍ରେ ଏହାକୁ ଅଣଦେଖା ନ କରି ତୁରନ୍ତ ରକ୍ତରେ ଶର୍କରା ଯାଞ୍ଚ କରିବା ଉଚିତ୍ ।

4. କୁଣ୍ଡେଇ ହେବା

ଶରୀରରେ କୁଣ୍ଡେଇ ହେବା ମଧ୍ୟ ମଧୁମେହର ଅନ୍ୟତମ ଲକ୍ଷଣ ହୋଇପାରେ । ଯଦି ସକାଳୁ ଉଠିବା ପରେ ଶରୀରରେ କୁଣ୍ଡିଆ ଅନୁଭବ କରନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ମଧୁମେହ ରୋଗ ହେଲେ ସକାଳେ ଉଠିବା ପରେ ଚର୍ମ, ପାଟି, ଯୌନାଙ୍ଗରେ କୁଣ୍ଡେଇ ହୋଇପାରେ ।

5. ଝିମଝିମ ଲାଗିବା

ଯଦି ସକାଳେ ଉଠିବା ପରେ ଶରୀରରେ ଝିମଝିମ ଅନୁଭବ ହୁଏ, ତେବେ ଏହାକୁ ମଧୁମେହର ଲକ୍ଷଣ ଭାବରେ ମଧ୍ୟ ବିବେଚନା କରାଯାଇପାରେ । ବାସ୍ତବରେ, ରକ୍ତରେ ସୁଗାର ସ୍ତର ବୃଦ୍ଧି ଦ୍ୱାରା ସ୍ନାୟୁ ସିଷ୍ଟମ ପ୍ରଭାବିତ ହୁଏ । ଫଳରେ ଶରୀରର କିଛି ଅଙ୍ଗରେ ଝିମଝିମ ଅନୁଭବ ହୁଏ । ଏପରି ସ୍ଥିତିରେ ମଧୁମେହ ରୋଗୀମାନେ ସକାଳେ ହାତ କିମ୍ବା ପାଦରେ ଝିମଝିମ ଅନୁଭବ କରିପାରନ୍ତି । ଏହାକୁ ଡାଇବେଟିସ୍ ନ୍ୟୁରୋପାଥି କୁହାଯାଏ ।

Last Updated : Jul 9, 2023, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.