ETV Bharat / sukhibhava

Herbs during Monsoon: ବର୍ଷାର ମଜା ନେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ହର୍ବାଲ, ଶୀଘ୍ର ଦୂର ହେବ ରୋଗ

ଫ୍ଲୁ, ଥଣ୍ଡା, ଜ୍ୱର, ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ବର୍ଷା ଋତୁରେ ଅଧିକ ରହିଥାଏ । ଆପଣ ମଧ୍ୟ ବର୍ଷା ଉପଭୋଗ କରିବାକୁ ଚାହାଁନ୍ତି ଏବଂ ଏହି ମଜାରେ କୌଣସି ବିଶୃଙ୍ଖଳା ଚାହୁଁନାହାଁନ୍ତି, ତେବେ କିଛି ହର୍ବାଲକୁ ଆପଣାନ୍ତୁ । ଅଧିକ ପଢନ୍ତୁ

author img

By

Published : Jun 29, 2023, 10:08 AM IST

Herbs during Monsoon
Herbs during Monsoon

ହାଇଦ୍ରାବାଦ: ବର୍ଷା ମଧ୍ୟରେ ମୌସୁମୀ ବର୍ଷା ସବୁଠାରୁ ନିଆରା ହୋଇଥାଏ କିନ୍ତୁ ଏହି ଋତୁରେ ଥଣ୍ଡା, ଜ୍ୱର ଏବଂ ପେଟ ରୋଗ ହେବାର ସମ୍ଭାବନା ଅଧିକ ହୋଇଥାଏ । ପରିବର୍ତ୍ତନ ହେଉଥିବା ଋତୁ ସମସ୍ତଙ୍କର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ଫ୍ଲୁ, ଥଣ୍ଡା, ଜ୍ୱର, ଆଲର୍ଜି ଏବଂ ସଂକ୍ରମଣ ହେବାର ଆଶଙ୍କା ବଢିଯାଇଥାଏ । ଯଦି ଆପଣ ମଧ୍ୟ ବର୍ଷା ଉପଭୋଗ କରିବାକୁ ଚାହାଁନ୍ତି ଏବଂ ଏହି ମଜାରେ କୌଣସି ବିଶୃଙ୍ଖଳା ଚାହୁଁନାହାଁନ୍ତି, ତେବେ କିଛି ଜଡିବୁଟି ସହ ବନ୍ଧୁତା କରିବା ଉତ୍ତମ ହେବ ।

ବର୍ଷା ଋତୁରେ ଏହି ଜଡିବୁଟି ସୁସ୍ଥ ରଖିଥାଏ:

1.ତ୍ରିଫଳା: ତ୍ରିଫଳା ହେଉଛି ତିନୋଟି ଜଡିବୁଟି ଯଥା ଅଁଳା, ବାହାଡା ଏବଂ ହରଡର ମିଶ୍ରଣ ଅଟେ ଏବଂ ଏହା ଆମର ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ବ୍ୟତୀତ ଅଁଳାରେ ଅଧିକ ପରିମାଣର ଭିଟାମିନ୍-ସି ମିଳିଥାଏ ଯାହା ଥଣ୍ଡା ଏବଂ ଫ୍ଲୁର ପ୍ରଭାବକୁ ହ୍ରାସ କରିଥାଏ। ବାହାଡା କାଶର ଚିକିତ୍ସାରେ ସହାୟକ ହୋଇଥାଏ ଏବଂ କଠିନତାକୁ ଦୂର କରିଥାଏ । ଏହା ସହିତ ଏହା ମଧ୍ୟ ତରଳ ଝାଡା ହେଉଥିଲେ ମଧ୍ୟ ଆରାମ ଦେଇଥାଏ । ଶେଷରେ, ହରଡ ବିଷୟରେ କହିବାକୁ ଗଲେ ହରଡ ପାଉଡର ସହିତ ଗାର୍ଗଲିଂ କରିବା ଦ୍ୱାରା ଗଳାକୁ ଆରାମ ମିଳିଥାଏ ଏବଂ ଆମର ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ ।

2. ତୁଳସୀ: ଥଣ୍ଡା ଏବଂ ଫ୍ଲୁ ପାଇଁ ଘରୋଇ ଉପଚାରର ତୁଳସୀ ପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତୁଳସୀ ପତ୍ରର ବ୍ୟବହାର କାଶକୁ ଦୂର କରିବାରେ ଏବଂ ଛାତି ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା ଶ୍ୱାସ ରୋଗରୁ ଶୀଘ୍ର ଆରାମ ମିଳିଥାଏ। ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ମଜବୁତ କରିଥାଏ ଏବଂ ଏହା ସହିତ ଏହା ହୃଦୟର ଅସ୍ଥିରତାକୁ ମଧ୍ୟ ହ୍ରାସ କରିଥାଏ । ତେବେ ଦିନକୁ ଦୁଇଥର ତୁଳସୀ ପତ୍ର ଚାହା ପିଇବା ଆବଶ୍ୟକ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ତତ୍ତ୍ବ ଶରୀରରୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।

ଗିଲୋୟ: ଗିଲୋୟ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି ସମସ୍ତେ ଜାଣନ୍ତି । ସଂକ୍ରମଣ ସହିତ ଲଢିବା ପାଇଁ ଶ୍ବେତ ରକ୍ତ କଣିକାର ପ୍ରଭାବ ବଢାଇବାରେ ଏହା ସହାୟକ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ଯଥାଶୀଘ୍ର ଯେକୌଣସି ରୋଗରୁ ମୁକ୍ତି ପାଇପାରିବେ। ଏହି ଚେରମୂଳି ଗୁଡୁଚି ବା ଅମୃତା ନାଁରେ ବି ଲୋକପ୍ରିୟ । ଓଡିଆରେ ଏହା ଗୁଳଂଚ ଭାବେ ପରିଚିତ । ଅନେକ ରୋଗ ଭଲ କରିବା ଗୁଣ ଥିବାରୁ ଗିଲୟକୁ ମଧ୍ୟ ଅମୃତ ବୋଲି କୁହାଯାଏ ।

ଅଶ୍ବଗନ୍ଧା: ଅଶ୍ୱଗନ୍ଧ ଶରୀରରେ ଶକ୍ତି ଏବଂ ସହନଶୀଳତାକୁ ପ୍ରୋତ୍ସାହିତ କରେ। ଏହା ସ୍ନାୟୁ ପ୍ରଣାଳୀକୁ ଶକ୍ତ କରିବା ସହ ନିଦ ମଧ୍ୟ କରାଇଥାଏ । କେବଳ ଏତିକି ନୁହେଁ, ଏହା କୋଲେଷ୍ଟ୍ରଲ ଏବଂ ରକ୍ତ ଶର୍କରା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଶ୍ୱଗନ୍ଧା ମ୍ୟାଲେରିଆ ବିରୋଧୀ ଗୁଣ ପାଇଁ ମଧ୍ୟ ଜଣାଶୁଣା । ଗର୍ଭବତୀ ମହିଳାମାନଙ୍କ ପାଇଁ ଅଶ୍ବଗନ୍ଧା ବାରଣ କରାଯାଇଛି । କାରଣ ଏହାଦ୍ବରା ସମୟ ପୂର୍ବରୁ ପ୍ରସବ ହେବା ଆଶଙ୍କା ଥାଏ । ଛୁଆକୁ ସ୍ତନ୍ୟପାନ କରାଇବା ଅବଧିରେ ବି ଅଶ୍ବଗନ୍ଧା ସେବନ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.