ହାଇଦ୍ରାବାଦ: ମାଆ କ୍ଷୀର ତୁଳନାରେ ପୁଷ୍ଟିକର ଖାଦ୍ୟ ପଦାର୍ଥ ଆଉ କିଛି ନାହିଁ । ବାସ୍ତବରେ, ମାଆ କ୍ଷୀରରେ ଏପରି ପୋଷକ ତତ୍ତ୍ୱ ଥାଏ, ଯାହା ଶିଶୁ ଜନ୍ମର ପ୍ରଥମ 6 ମାସ ପାଇଁ ନିହାତି ଆବଶ୍ୟକ କରେ । ତେବେ ସ୍ତନ କ୍ଷୀର କମ୍ପୋଜିସନ ଶରୀର ଦ୍ୱାରା ଦୃଢ ଭାବରେ ନିୟନ୍ତ୍ରିତ ହେଉ ଥିବାବେଳେ ଅନୁସନ୍ଧାନରୁ ଜଣାପଡିଛି ଯେ, ମାଆ ଯାହା ଖାଏ ତାହା ସ୍ତନ କ୍ଷୀର ଉପରେ କିଛି ପ୍ରଭାବ ପକାଇଥାଏ ।
ତେଣୁ ସ୍ତନ୍ୟପାନ କରାଉଥିବା ମହିଳାମାନେ କଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ୍ ତାହା ଜାଣିବା ଜରୁରୀ । ନିମ୍ନରେ ଏବାବଦରେ ଆଲୋଚନା କରାଯାଇଛି, ଯାହାକୁ ଅନୁସର କରିପାରିବେ । ସାଧାରଣତ କୌଣସି ଖାଦ୍ୟରେ ପ୍ରତିବନ୍ଧକତା ନଥାଏ । ତେଣୁ, ସ୍ତନପାନ କରାଉଥିବା ମହିଳାମାନଙ୍କୁ ଏକ ସନ୍ତୁଳିତ, ବିବିଧ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯିବା ସହ କିଛି ଖାଦ୍ୟ ଏବଂ ପାନୀୟ ଅଛି ଯାହାକୁ ସ୍ତନ୍ୟପାନ କରାଇବା ସମୟରେ ସୀମିତ କରିବା ଉଚିତ୍ ।
1. ଉଚ୍ଚ ମର୍କ୍ୟୁରୀ ଥିବା ମାଛ
ମାଛ ହେଉଛି ଡୋକୋସାହେକ୍ସେନୋଇକ୍ ଏସିଡ୍ (docosahexaenoic acid, DHA) ଏବଂ ଇକୋସାପେଣ୍ଟେଏନିକ୍ ଏସିଡ୍ (eicosapentaenoic acid , EPA) ର ଏକ ଉତ୍ତମ ଉତ୍ସ । ଏଥିରେ ଦୁଇ ପ୍ରକାରର ଓମେଗା -3 ଫ୍ୟାଟି ଏସିଡ୍ ଯାହା ଶିଶୁମାନଙ୍କ ମସ୍ତିଷ୍କର ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ମାତ୍ର ସ୍ତନ୍ୟପାନ କରାଉଥିବା ସମୟରେ ଉଚ୍ଚ ମର୍କ୍ୟୁରୀ ଥିବା ମାଛ ଭୋଜନ କରିବା ଅନୁଚିତ୍ । ଏହା ଦ୍ବାରା ଶିଶୁର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଭାବରେ ପ୍ରଭାବିତ କରିଥାଏ । ଫଳସ୍ୱରୂପ ସେମାନଙ୍କର ଜ୍ଞାନ, ଉତ୍ତମ ମୋଟର କୌଶଳ(fine motor skills), କଥା ଏବଂ ଭାଷା ବିକାଶ, ଭିଜୁଆଲ୍-ସ୍ପେଟିଆଲ୍ ସଚେତନତା ଆଦି ପ୍ରଭାବିତ ହୋଇଥାଏ ।
ତେଣୁ, ସ୍ତନ୍ୟପାନ କରାଇବା ସମୟରେ ଏହିସବୁ ମାଛ ସେବନ କରିବା ଅନୁଚିତ୍...
- ବିଗେୟେ ଟୁନା
- କିଙ୍ଗ୍ ମାକେରେଲ୍
- ମାର୍ଲିନ୍
- ଅରେଞ୍ଜ ରଫି
- ସାର୍କ
- ସ୍ବୋର୍ଡଫିସ୍
- ଟିଲେଫିସ୍
ଆଲକହଲ
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ସ୍ତନ୍ୟପାନ କରାଇବା ସମୟରେ ଆଲକହଲରୁ ଦୂରେଇ ରହିବା ହେଉଛି ସବୁଠାରୁ ସୁରକ୍ଷିତ ବିକଳ୍ପ । ଯଦିଓ, ବେଳେ ବେଳେ ଡ୍ରିଙ୍କ୍ସ ନିରାପଦ, ତଥାପି ପରିମାଣ ଏବଂ ସମୟ ବାବଦରେ ଚିନ୍ତା କରିବା ନିହାତି ଆବଶ୍ୟକ ।
ଆପଣଙ୍କ ଶିଶୁ କେତେ ଆଲକହଲ ଗ୍ରହଣ କରିଛି ତାହା ଆପଣଙ୍କ ସ୍ତନ କ୍ଷୀରରୁ ଜଣାପଡିଯିବ । ଅନୁସନ୍ଧାନରୁ ଜଣାପଡିଛି ଯେ, ସ୍ତନ କ୍ଷୀରରେ ଆଲକହଲର ପରିମାଣ ଆପଣଙ୍କ ଶେଷ ଡ୍ରିଙ୍କ୍ସର 30-60 ମିନିଟ୍ ପରେ ଜଣାପଡିଥାଏ । ଏଥିସହ ଆଲକହଲ ଆପଣଙ୍କ ଶରୀରରେ 2-3 ଘଣ୍ଟା ପର୍ଯ୍ୟନ୍ତ ରହିପାରେ ଏବଂ ସମ୍ପୂର୍ଣ୍ଣ ଶରୀରରୁ ସଫା ହେବାକୁ ଅଧିକ ସମୟ ଲାଗିଥାଏ । ଫଳସ୍ୱରୂପ, ଜରୁରୀ ସମୟରେ ସିଡିସି ଆଲକହଲ ସେବନକୁ ଅନୁମତି ଦେଇଥିଲେ ମଧ୍ୟ, ସେବନର 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବାକୁ ବାରଣ କରିଛି ।
କଫିନ୍
କଫି, ସୋଡା, ଚା ଏବଂ ଚକୋଲେଟ୍ ହେଉଛି କଫିନର ସାଧାରଣ ଉତ୍ସ । ଏଗୁଡିକୁ ସେବନ କରିବା ଦ୍ବାରା ପିଲାମାନଙ୍କର ଚିଡଚିଡା ଏବଂ ଶୋଇବାରେ ଅସୁବିଧା ହୋଇଥାଏ । CDC ଅନୁଯାୟୀ, ଯେଉଁ ମାଆମାନେ ସ୍ତନ୍ୟପାନ କରାଉଛନ୍ତି, ସେମାନେ ପ୍ରତିଦିନ 300 ମିଲିଗ୍ରାମରୁ ଅଧିକ କଫିନ୍ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏନର୍ଜି ଡ୍ରିଙ୍କ୍ସରେ କଫିନର ମିଶ୍ରଣ କାରଣରୁ ଅଧିକ ଭିଟାମିନ ଏବଂ ହର୍ବଲ ଯୁକ୍ତ ହୋଇଥାଏ, ତେଣୁ ଏନର୍ଜି ଡ୍ରିଙ୍କ୍ସ ଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ଉଚ୍ଚ ପ୍ରକ୍ରିୟାକୃତ ଖାଦ୍ୟ
ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟରେ ସାଧାରଣତ କ୍ୟାଲୋରୀ, ଅସ୍ୱାସ୍ଥ୍ୟକର ଚର୍ବି ଏବଂ ଶର୍କରା ମିଶା ଯାଇଥାଏ, ତଥାପି ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ କମ୍, ସେଗୁଡିକୁ ଯଥାସମ୍ଭବ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ସ୍ତନ୍ୟପାନ କରାଇବା ସମୟରେ ଜଣେ ମାଆଙ୍କ ଖାଦ୍ୟ ତାଙ୍କ ଜୀବନର ପରବର୍ତ୍ତୀ ସମୟରେ ସନ୍ତାନର ଖାଦ୍ୟ ଉପରେ ପ୍ରଭାବ ପକାଇପାରେ । ତେଣୁ ସ୍ତନ୍ୟପାନ ସମୟରେ ଖାଦ୍ୟ ଉପରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ ।
Disclaimer: ଉପରସ୍ତ ସମସ୍ତ ବିବରଣୀ ସାଧାରଣ ଉପଚାର ନିମନ୍ତେ । ତେଣୁ ଯେକୌଣସି ଖାଦ୍ୟ ଗ୍ରହଣ କିମ୍ବା ପରିତ୍ୟାଗ କରିବା ସମୟରେ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ ।