ETV Bharat / sukhibhava

କର୍କଟ ବିପଦରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : Mar 22, 2023, 4:55 PM IST

ପ୍ୟାକ୍ ହୋଇଥିବା ଖାଦ୍ୟରେ ନାଇଟ୍ରେଟ୍ସ, ଲୁଣ ଏବଂ କୃତ୍ରିମ ରଙ୍ଗ କାରଣରୁ ବୃଦ୍ଧି ପାଇପାରେ କର୍କଟ ଆଶଙ୍କା । ଏହି ବର୍ଗରେ ସାମିଲ ଥିବା କେତେକ ଖାଦ୍ୟ ବାବଦରେ ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ ।

processed foods
processed foods

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ କର୍କଟ, ମଧୁମେହ ଏବଂ ହୃଦ୍‌ଘାତ ରୋଗ ବୃଦ୍ଧି ଚରମରେ ପହଞ୍ଚିଲାଣି । ବିଭିନ୍ନ ପ୍ରକାର କର୍କଟରେ ପ୍ରତିବର୍ଷ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଖାଦ୍ୟ-ପେୟରେ ଅନିୟମିତତା ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ କାରଣରୁ ରୋଗ ଆଶଙ୍କା ବୃଦ୍ଧିପାଉଛି । ଅନୁସନ୍ଧାନ ଅନୁସାରେ, ଭଲ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ କର୍କଟ ଆଶଙ୍କାକୁ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । ଏଥିପାଇଁ ଜୀବନଶୈଳୀରେ କଟକଣା ଆଣିବାର ଆବଶ୍ୟକତା ରହିଛି ।

ଅନୁସନ୍ଧାନ ଅନୁସାରେ, ପ୍ୟାକ୍ ହୋଇଥିବା ଖାଦ୍ୟରେ ନାଇଟ୍ରେଟ୍ସ, ଲୁଣ ଏବଂ କୃତ୍ରିମ ରଙ୍ଗ ଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରୁଛି । ତେବେ କେଉଁ ପ୍ୟାକେଜିଂ ଖାଦ୍ୟ-ପାନୀୟ କର୍କଟ ବିପଦକୁ ବୃଦ୍ଧି କରୁଛି, ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି...

ପ୍ରକ୍ରିୟାକୃତ ଖାଦ୍ୟ(ପ୍ରୋସେସ୍ଡ ଫୁଡ୍):- ପନିର, ବ୍ରେଡ୍, କେକ୍, ବିସ୍କୁଟ ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟରେ ଅଧିକ ପରିମାଣର ଲୁଣ ଏବଂ ଚିନି ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏହି ଜିନିଷଗୁଡ଼ିକର ଅଧିକ ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇଥାଏ । ତେଣୁ ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ:- Walnut For Skin: ତ୍ବଚାରେ ଚମକ ଆଣେ ଓ କୋମଳ ରଖେ ୱଲ୍‌ନଟ୍

ଅଣ ଜୈବିକ ଫଳ(ନନ୍-ଅର୍ଗାନିକ୍ ଫ୍ରୁଟ୍ସ):- ଅଣ ଜୈବିକ ଫଳଗୁଡିକ ରାସାୟନିକ ପଦାର୍ଥ ସହିତ ଆବୃତ, ଯାହାର ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇଥାଏ । ଏହି ଫଳଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବା ଉଚିତ୍ ନୁହେଁ ।

ସୋଡା:-ସୋଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏଥିରେ ଆର୍ଟିଫିସିଆଲ ସୁଗାର୍, କଲର୍ ଏବଂ ରାସାୟନିକ ପଦାର୍ଥ ମିଳିଥାଏ, ଯାହାର ବ୍ୟବହାର କର୍କଟ ରୋଗର ଆଶଙ୍କା ବହୁ ପରିମାଣରେ ବଢାଇଥାଏ ।

ମଦ(ଆଲ୍‌କହଲ):- ମଦ୍ୟପାନ ଯକୃତ ଏବଂ କିଡନୀ ପାଇଁ କ୍ଷତିକାରକ । ଅନେକ ପ୍ରକାରର ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପାଟି, ଏସୋଫାଗସ୍, ଯକୃତ, କୋଲନ୍ ଏବଂ ରେକ୍ଟମ୍ କର୍କଟ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗୋଟିଏ ବୁନ୍ଦା ମଦ ବି ରୋଗ ସୃଷ୍ଟି କରିପାରେ ।

ମାଇକ୍ରୋୱେଭ୍ ଖାଦ୍ୟ:-ମାଇକ୍ରୋୱେଭ୍ କର୍କଟ ରୋଗର କାରଣ ବୋଲି ଅନୁସନ୍ଧାନରୁ ଜଣାଯାଏ । ଯଦି ମାଇକ୍ରୋୱେଭରେ ପପ୍‌କର୍ଣ୍ଣ ଭାଜିବା ପରେ ଖାଆନ୍ତି ତେବେ ଏହା ଅଧିକ ବିପଜ୍ଜନକ ହୋଇଯାଏ । ଏହି କାରଣରୁ, ପର୍‌ଫ୍ଲୁରୋଓକ୍ଟାନିକ୍ ଏସିଡ୍ ସୃଷ୍ଟି ହୁଏ, ଯେଉଁଥିପାଇଁ କର୍କଟ ରୋଗ ହେବାର ଆଶଙ୍କା ବଢିଯାଏ ।

Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.