ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ହେତୁ ଅନେକ ସମସ୍ୟା ଦେଖା ଯାଉଛି । ଏହା ଯୋଗୁଁ ଅସ୍ଥିରତା ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଅସ୍ଥିରତା ଏବଂ ନର୍ଭସନେସ୍ ପାଇଁ ଆହୁରି ଅନେକ କାରଣ ଦାୟୀ ବୋଲି କୁହାଯାଇଛି । ଅନେକ ଖାଦ୍ୟ ଯୋଗୁଁ ମଧ୍ୟ ଅସ୍ଥିରତା ବୃଦ୍ଧି ପାଇପାରେ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ, ଖାଇବା ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଅଟେ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ବାରା ଅସ୍ଥିରତା ବୃଦ୍ଧି ପାଏ...
ମିଠା ଖାଦ୍ୟ: ଯଦି ଆପଣ କ୍ୟାଣ୍ଡି, ପେଷ୍ଟ୍ରି କିମ୍ବା ଅଧିକ ଶର୍କାର ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଏହି ସବୁ ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ। ଏହି କାରଣରୁ ଦୁଃଖ, ଅସ୍ଥିରତା ବୃଦ୍ଧି ପାଇଥାଏ । ତେଣୁ ମିଠା ଜିନିଷଠାରୁ ଦୂରତା ବଜାୟ ରଖିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।
ମସଲାଯୁକ୍ତ ଖାଦ୍ୟ: ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ମନୋବଳ ଉପରେ ଖରାପ ପ୍ରଭାବ ପକାଇପାରେ । ଏହାକୁ ଖାଇବା ଦ୍ୱାରା ମନୋବଳ ନଷ୍ଟ ହୋଇପାରେ । ଏହି କାରଣରୁ ଅସ୍ଥିରତା ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଛି ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ଲୁଣ: ଯଦି ଆପଣ ଅଧିକ ଲୁଣ ଖାଆନ୍ତି କିମ୍ବା ଖାଦ୍ୟରେ ଅତିରିକ୍ତ ଲୁଣ ଗ୍ରହଣ କରିବାର ଅଭ୍ୟାସ ଅଛି ତେବେ ଏହା ଚିନ୍ତା ବି ଅବସାଦ ସମସ୍ୟା ବୃଦ୍ଧି କରିଥାଏ । ତେଣୁ ଅଧିକ ଲୁଣ ଖାଇବା ବନ୍ଦ କରନ୍ତୁ ଏବଂ ଖାଦ୍ୟରେ କେବଳ ଉପଯୁକ୍ତ ପରିମାଣର ଲୁଣ ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଡିପ୍ରେସନ୍ ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ
କେଫିନ: କୁହାଯାଏ କେଫିନ୍ ଯୁକ୍ତ ଖାଦ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଚା, କଫି କିମ୍ବା ସୋଡ଼ା ପାନୀୟର ଅତ୍ୟଧିକ ବ୍ୟବହାର ଶରୀରରେ ଅସ୍ଥିରତା ବୃଦ୍ଧି କରିଥାଏ । ତେଣୁ କେଫିନ୍ ରହିଥିବା ଖାଦ୍ୟ ପଦାର୍ଥଠାରୁ କେବଳ ଉପଯୁକ୍ତ ପରିମାଣରେ ବ୍ୟବହାର କରାଯିବା ଉଚିତ ।
ଆଲକହଲ: ଯଦି କେହି ଅତ୍ୟଧିକ ମଦ୍ୟପାନ କରନ୍ତି, ତେବେ ଏହା ଶୋଇବା ବ୍ୟାଘାତ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ । ସେଥିମଧ୍ୟରୁ ଚିନ୍ତା ଏକ ମୁଖ୍ୟ ସମସ୍ୟା ଅଟେ । ମଦ୍ୟପାନର ଅତ୍ୟଧିକ ବ୍ୟବହାର ମଧ୍ୟ ଅସ୍ଥିରତା ଏବଂ ସ୍ନାୟୁ ଜନିତ ସମସ୍ୟାର କାରଣ ହୋଇପାରେ ।
ଭଜା ଖାଦ୍ୟ, ଫାଷ୍ଟ ଫୁଡ୍: ସନ୍ଧ୍ୟା ହେଲେ ସମସ୍ତଙ୍କର ମନ ଫାଷ୍ଟଫୁଡ୍ ଆଡକୁ ଟାଣି ହୋଇଥାଏ । ସିଙ୍ଗଡ଼ା, କଚୋରି, ହ୍ବାଇଟ୍ ବ୍ରେଡ କିମ୍ବା ଚିନି ଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହା ଅବସାଦର କାରଣ ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଫାଷ୍ଟଫୁଡ୍ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । କାରଣ ଏହି ସବୁ ଖାଦ୍ୟକୁ ପ୍ରୋଜବେଟିସ୍ ରହିଥାଏ ଯାହାକି ଚିନ୍ତାର କାରଣ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ