ହାଇଦ୍ରାବାଦ: ରୋଗକୁ ଦୂରେଇ ରଖି ନିଜକୁ ସୁସ୍ଥ ରଖିବା ପାଇଁ ଶରୀରରେ ପ୍ରୋଟିନ୍ ପରିମାଣ ରହିବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଶରୀର ପାଇଁ ପ୍ରୋଟିନ୍ ହେଉଛି ଏକ ଅତ୍ୟାବଶ୍ୟକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ । ଏହା ଶରୀରର ମାଂସପେଶୀର ବୃଦ୍ଧି ପାଇଁ ହରମୋନ୍ ନିୟନ୍ତ୍ରଣ ଏବଂ ଇମ୍ୟୁନିଟି ପାଓ୍ବାରକୁ ବୃଦ୍ଧି କରିଥାଏ । ତେବେ ଏହାର ଅତ୍ୟଧିକ ସେବନ ଶରୀର ପାଇଁ ହାନିକାରକ । ଯଦି ଆପଣ ଅଧିକ ପ୍ରୋଟିନ୍ ଖାଉଛନ୍ତି ତେବେ ଗୁରୁତର କ୍ଷତି ସହି ପାରନ୍ତି । ବାସ୍ତବରେ ଲୋକେ ଶରୀରକୁ ଫିଟ୍ ଏବଂ ଫାଇନ ରଖିବା ପାଇଁ ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ଏହା ଜାଣି ରଖିବା ଉଚିତ ଅତ୍ୟଧିକ ପ୍ରୋଟିନ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଜାଣନ୍ତୁ ଅଧିକ ପ୍ରୋଟିନ ଖାଇବା ଦ୍ବାରା କେଉଁ ରୋଗ ହୋଇଥାଏ ।
ଓଜନ: ଆପଣ ଜାଣଥିବେ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଅଧିକ ପ୍ରୋଟିନ୍ ଖାଇ ଥାଆନ୍ତି । ଡାକ୍ତର ମଧ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ବାରା ଶରୀରର ଓଜନ ବୃଦ୍ଧି ପାଇଥାଏ । ତେଣୁ ସବୁବେଳେ ପ୍ରୋଟିନ୍ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଅଧିକ ମାତ୍ରାରେ ପ୍ରୋଟିନ୍ ଶରୀରରେ ଚର୍ବି ପରି ଗଚ୍ଛିତ ହୁଏ, ଯାହା ଶରୀରରେ ଆମିନୋ ଏସିଡ୍ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ହାଲିଆ ହେବା: ଅଧିକ ପ୍ରୋଟିନ୍ ଗ୍ରହଣ କରିବା ଦ୍ୱାରା ଆପଣ ସବୁବେଳେ ହାଲିଆ ଅନୁଭବ କରିବେ । ଏହାସହ ସର୍ବଦା ଥକ୍କିଲା ଭଳି ଲାଗିବ । କାରଣ ଏହା ଆପଣଙ୍କ କିଡନୀ, ଯକୃତ ଏବଂ ହାଡ଼ ଉପରେ ଆବଶ୍ୟକତାଠାରୁ ଅଧିକ ଚାପ ଦେଇଥାଏ । ତେଣୁ ଅତ୍ୟଧିକ ପ୍ରୋଟିନ ସେବନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ ।
କୋଷ୍ଠକାଠିନ୍ୟ: ଅଧିକ ପ୍ରୋଟିନ୍ ହଜମ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ହଜମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । କେତେକ ସମୟରେ ମଳଦ୍ବାର ଫୁଲିବା ସହ ରକ୍ତ ପଡିଥାଏ ।
କ୍ୟାଲସିୟମ୍ ହ୍ରାସ: ଅଧିକ ପରିମାଣର ପ୍ରୋଟିନ୍ ଖାଇବା ଦ୍ୱାରା କ୍ୟାଲସିୟମ୍ ନଷ୍ଟ ହୋଇପାରେ । ଏହି କାରଣରୁ, ହାଡ ଦୁର୍ବଳ ହୋଇପାରେ ଏବଂ ଗଣ୍ଠି ସହିତ ଜଡିତ ସମସ୍ୟା ବଢିପାରେ । ରିସର୍ଚ୍ଚ ଅନୁଯାୟୀ, ଯେଉଁମାନେ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି, ସେମାନଙ୍କର ହାଡ଼ ବହୁତ ଦୁର୍ବଳ ବୋଲି ଜଣାପଡିଛି ।
କିଡନୀ ସମସ୍ୟା: ଅତ୍ୟଧିକ ପରିମାଣର ପ୍ରୋଟିନ୍ ଖାଇବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଡିହାଇଡ୍ରେସନ୍ ମଧ୍ୟ ହୋଇପାରେ । ଏହା ବ୍ୟତୀତ ନିଶ୍ବାସ ପ୍ରଶ୍ବାସରେ ନେବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ