ETV Bharat / sukhibhava

ଋତୁସ୍ରାବ ସମୟରେ ଆପଣାନ୍ତୁ ଏହି ଡାଏଟ, ଦୂର ହେବ ସମସ୍ୟା

author img

By ETV Bharat Odisha Team

Published : Nov 18, 2023, 5:42 PM IST

ଋତୁସ୍ରାବ ସମୟରେ ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ଆପଣାନ୍ତୁ ଏହି ଡାଏଟ

diet to reduce menstrual problems
diet to reduce menstrual problems

ହାଇଦ୍ରାବାଦ: ଋତୁସ୍ରାବ ମହିଳାମାନଙ୍କର ପ୍ରଜନନ ସ୍ବାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରାୟ 99 ପ୍ରତିଶତ ମହିଳା ବା ଯୁବତୀଙ୍କର ଋତୁସ୍ରାବ ହୋଇଥାଏ । ଜଣେ ମହିଳାଙ୍କ ଋତୁସ୍ରାବ ଅନୁସାରେ, ସ୍ବାସ୍ଥ୍ୟ ଠିକ ଅଛିକି ନାହିଁ ଜଣାପଡିଥାଏ । କିନ୍ତୁ ଏହି ସମୟରେ ମାନସିକ ଚିନ୍ତା, ହରମୋନରେ ପରିବର୍ତ୍ତନ, ଶରୀରରେ ପୋଷକ ତତ୍ତ୍ବର ଅଭାବ, ଅଧିକ ରକ୍ତସ୍ରାବ ଭଳି ଅନେକ ସମସ୍ୟା ଦେଖାଯାଇଥାଏ । ଋତୁସ୍ରାବ ହେବାର 5ଦିନ କିଛି ମହିଳାଙ୍କ ପାଇଁ କଷ୍ଟଦାୟକ ହୋଇଥାଏ । ବିଶେଷକରି ଏହି ସମୟ ମଧ୍ୟରେ ଯୁବତୀମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଜଣ ଔଷଧ ଗ୍ରହଣ କରୁଥିବା ବେଳେ ଏହାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାର, ଏକ ସନ୍ତୁଳନ ଡାଏଟ ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ସବୁଜ ପତ୍ରଯୁକ୍ତ ପନିପରିବା(Leafy vegetables): ଏହି ପରିବାରେ ଭରପୂର ମାତ୍ରାରେ ଆଇରନ, ମ୍ୟାଗ୍ନେସିୟମ, ପୋଟିସିୟମ ଏବଂ ଜିଙ୍କ ରହିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଋତୁସ୍ରାବ ସମୟରେ ଏଭଳି ଖାଦ୍ୟ ଖାଇବା ଦ୍ବାରା ଯନ୍ତ୍ରଣା କମ୍ ହୋଇଥାଏ । ଅନ୍ୟପଟେ ଆନେମିଆ ସମସ୍ୟା ରହିଥିଲେ ମଧ୍ୟ ଏହା ଦୂର ହୋଇଥାଏ । ସେହିପରି ମ୍ୟାଗ୍ନେସିୟମ ମଧ୍ୟ ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।

କଦଳୀ: କ୍ଲାନ୍ତ ଏବଂ ଥକ୍କା ଲାଗୁଥିଲେ କଦଳୀ ଶରୀରକୁ ଶୀଘ୍ର ଶକ୍ତି ପ୍ରଦାନ କରିଥାଏ । ଋତୁସ୍ରାବ ସମୟରେ ଶରୀରରେ ଜଳର ଅଭାବ ଦେଖାଯାଉଥିଲେ କଦଳୀରେ ରହିଥିବା ପୋଟାସିୟମ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ । ଶରୀରକୁ ଡିହାଇଡ୍ରେସନକୁ ବର୍ତ୍ତାଇବାରେ ସାହାଯ୍ୟ କରିଥାଏ । ଏହାସହ କଦଳୀରେ ରହିଥିବା ଟ୍ରାଇପଟ୍ରୋଫାନ ଦ୍ବାରା ସେରୋଟୋନିନ କ୍ଷରିତ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିଥାଏ ।

ଏହା ମଧ୍ୟ ପଢନ୍ତୁ: ମାସକୁ ଦୁଇଥର ଋତୁସ୍ରାବ ହେଉଥିଲେ ସାବଧାନ ! ଏହି କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାର୍କ ଚକୋଲେଟ: ସାଧାରଣତଃ ଋତୁସ୍ରାବ ସମୟରେ ପେଟରେ ପ୍ରୋଜେଷ୍ଟରନ ହରମୋନର ମାତ୍ରା କମ ହେଉଥିବା ବେଳେ ଏଷ୍ଟ୍ରୋଜେନର ମାତ୍ରା ବୃଦ୍ଧି ପାଇଥାଏ । ଏହାଦ୍ବାରା ଶର୍କରା ସ୍ତର ମଧ୍ୟ ହ୍ରାସ ପାଇଥାଏ । ଏହି କାରଣ ଯୋଗୁଁ ଅଧିକ କ୍ଲାନ୍ତ ମଧ୍ୟ ଅନୁଭବ ହୋଇଥାଏ । ତେଣୁ ଋତୁସ୍ରାବ ସମୟରେ ଅଧିକ ମିଠା ଖାଇବା ପାଇଁ ଇଚ୍ଛା ହୋଇଥାଏ । ତେବେ ଏଭଳି ସ୍ଥିତିରେ ମିଠା ଖାଇବା ପରିବର୍ତ୍ତେ ଡାର୍କ ଚକୋଲେଟ ଖାଇବା ସ୍ବାସ୍ଥ୍ୟପକ୍ଷେ ଉପକାରୀ ବୋଲି କୁହାଯାଇଛି ।

ଦହି: ପ୍ରାୟ ମହିଳା ଋତୁସ୍ରାବ ସମୟରେ ଦହି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପୋଷଣ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ଦହି ଉପକାରୀ ବୋଲି ବିବେଚନା କରିଥାଆନ୍ତି । ଦହିରେ ରହିଥିବା କ୍ୟାଲସିୟମ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ମୁଡସ୍ବିଙ୍ଗ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.