ETV Bharat / sukhibhava

ହୃଦଘାତ ପୀଡ଼ିତଙ୍କ ରୁହେ ଅଧିକ ମାନସିକ ଅବନତି ବିପଦ: STUDY - ହୃଦଘାତର ଶରୀର ଉପରେ ପ୍ରଭାବ

ହୃଦଘାତ ହେଲେ ରୋଗୀଙ୍କ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିଥାଏ । ଅନୁସନ୍ଧାନ ଅନୁସାରେ ୩ଟି ହୃଦଘାତ ମଧ୍ୟରେ ଗୋଟିଏ ବି ହୃଦଘାତ ହୋଇଥିଲେ କିଛି ଦିନ କିମ୍ବା କିଛି ମାସ ମଧ୍ୟରେ ମାନସିକ ଅବନତି ସମସ୍ୟା ଉପୁଜିଥାଏ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ହୃଦଘାତ ପୀଡ଼ିତଙ୍କ ରୁହେ ଅଧିକ ମାନସିକ ଅବନତି ବିପଦ: STUDY

author img

By

Published : Mar 25, 2022, 2:31 PM IST

ହାଇଦ୍ରାବାଦ: ହୃଦଘାତ ସହିତ ମସ୍ତିଷ୍କର ଯୋଗାଯୋଗକୁ ନେଇ ଗବେଷଣା ହୋଇଥିଲା । ହୃଦଘାତ ହେବା ପରେ କିପରି ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କ କାର୍ଯ୍ୟ କରିଥାଏ ସେ ସମ୍ପର୍କରେ ଅନୁସନ୍ଧାନ ହେବା ପରେ ଜଣାପଡ଼ିଛି ଯେ ଥରେ ହୃଦଘାତ ହେବା ପରେ ରୋଗୀଙ୍କ ମାନସିକ ଅବନତି ହେବା ଆରମ୍ଭ ହୋଇଥାଏ । ମସ୍ତିଷ୍କ ପୂର୍ବ ଭଳି କାମ କରିନଥାଏ । ଏହା କିଛି ମାତ୍ରାରେ ପ୍ରଭାବିତ ହୋଇଥାଏ । ତେବେ ଏହା କିଛି ରୋଗୀଙ୍କ କ୍ଷେତ୍ରରେ ସ୍ଥାୟୀ ଭାବେ ରହୁଥିବା ବେଳେ କିଛି ରୋଗୀଙ୍କ କ୍ଷେତ୍ରରେ କ୍ଷଣସ୍ଥାୟୀ ରହିଥାଏ ବୋଲି ଆମେରିକାନ କଲେଜ ଅଫ କାର୍ଡିଓଲୋଜିର ଏମଡି ଡୋମିନିକା କାସପରଜ୍ୟାକ କହିଛନ୍ତି ।

ଏହି ଗବେଷଣାରେ ପୋଲାଣ୍ଡର ମୋଟ ୨୨୦ ଜଣ ରୋଗୀଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ହୃଦଘାତ ହେବାର କିଛି ଦିନ ପରେ ତାଙ୍କୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା । ଏହାପରେ ୬ ମାସ ପରେ ପୁଣି ସମାନ ପରୀକ୍ଷଣ କରାଗଲା । ଏଥିରେ ରୋଗୀଙ୍କ ଭାବନା କ୍ଷମତା, ସ୍ମରଣ ଶକ୍ତି, କିଛି କାମ କରିବାର କ୍ଷମତା ଭଳି କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମୋଟ ରୋଗୀଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ପୂର୍ବ ଭଳି କାମ କରିବାରେ ସକ୍ଷମ ହୋଇପାରିଥିବା ବେଳେ ଅବଶିଷ୍ଟ ରୋଗୀ ପ୍ରଭାବିତ ହୋଇଥିଲେ ।

ହୃଦଘାତ ହେବାର ପ୍ରଥମ ଦିନ ପରେ ୩୫ରୁ ୪୦ ପ୍ରତିଶତ ରୋଗୀ ଜ୍ଞାନଗତ ଦୁର୍ବଳତା ଦେଖିବାକୁ ମିଳିଥିବା ବେଳେ ୨୭ରୁ ୩୩ ପ୍ରତିଶତ ରୋଗୀଙ୍କ ହୃଦଘାତର ୬ ମାସ ପରେ ଏହି ସମସ୍ୟା ଦେଖିବାକୁ ମିଳିଛି । ସେପଟେ କିଛି ରୋଗୀଙ୍କ ମଧ୍ୟରେ ହୃଦଘାତ ହେବାର କିଛି ସମୟ ପରେ ଏହି ସମସ୍ୟା ଦେଖାଯାଉଛି । ପ୍ରତି ୯ ରୋଗୀଙ୍କ ମଧ୍ୟରେ ଜଣେ ରୋଗୀଙ୍କ ଠାରେ ହୃଦଘାତ ହେବା ପରେ ସଙ୍ଗେ ସଙ୍ଗେ ଜ୍ଞାନଗତ ଦୁର୍ବଳତା ଦେଖିବାକୁ ମିଳୁଛି ।

ଏହି ସମସ୍ୟା ଜୀବନ ପ୍ରତି ବିପଦ ହୋଇଥାଏ । ଏପରି ସମସ୍ୟା ଦେଖାଦଲେ ରୋଗୀଙ୍କୁ ଦ୍ବିତୀୟ ହୃଦଘାତ ଆସିବାରେ ଅଧିକ ସମ୍ଭାବନା ରହିଥାଏ । ଏଥିଲାଗି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସିତ ହେବା ଆବଶ୍ୟକ । ହୃଦଘାତ ଆସିବା ପରେ ରୋଗୀଙ୍କ ମାନସିକ ଅବସ୍ଥାରେ ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଆବଶ୍ୟକ । ଏହି ଗବେଷଣାରେ ଅଂଶଗ୍ରହଣକାରୀ ମାନେ ୬୦ ବର୍ଷରୁ ଊର୍ଦ୍ଧ୍ବ ରହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.