ETV Bharat / sukhibhava

8 ଘଣ୍ଟାରୁ ଅଧିକ ସମୟ ବସି ରହିଲେ ବଢିଥାଏ ହୃଦଘାତ ଆଶଙ୍କା: ଅନୁସନ୍ଧାନ - ଅଧିକ ସମୟ ବସି ରହିଲେ ବଢିଥାଏ ହୃଘାତ ଆଶଙ୍କା

ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ସାବଧାନ ! 8ଘଣ୍ଟାରୁ ଅଧିକ ସମୟ ବସି ରହିଲେ ବଢିଥାଏ ହୃଘାତ ଆଶଙ୍କା । ହୋଇପାରେ ଅକାଳ ମୃତ୍ୟୁ । ଅଧିକ ପଢନ୍ତୁ

8 hours in office increases heart disease risk

author img

By

Published : Jun 26, 2023, 12:17 PM IST

ହାଇଦ୍ରାବାଦ: ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ଅନେକ ଅଧ୍ୟୟନ ଅଫିସ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଜଣ ବ୍ୟକ୍ତି ଏକ ଅଫିସ୍ କାମ କରନ୍ତି, ତେବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ । ଅଧିକାଂଶ ଲୋକଙ୍କ ଠାରେ ଏକ ଛୋଟ ଭୁଲ ଦେଖାଯାଉଛି, ଯାହା ସ୍ୱାସ୍ଥ୍ୟ ଉପରେ ଅନେକ ଉପାୟରେ ଗୁରୁତର ପ୍ରଭାବ ପକାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଦୀର୍ଘ ସମୟ ଧରି ବସି କାମ କରନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ଠାରେ ଗମ୍ଭୀର ରୋଗର ଆଶଙ୍କା ଅଧିକ ଥାଏ । ଯାହା ଅକାଳ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।

ଯେତେବେଳେ ଜଣେ ବସି ରହିଥାଏ, ସେତେବେଳେ କମ ଶାରୀରିକ ଶକ୍ତି ଖର୍ଚ୍ଚ ହୋଇଥାଏ । ଗବେଷଣାରେ ଦୀର୍ଘ ସମୟ ଧରି ବସିଥିବା ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ନିକଟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ମୋଟାପଣ, ରକ୍ତଚାପ ବୃଦ୍ଧି, ମଧୁମେହ, ଅଣ୍ଟାରେ ଅଧିକ ଚର୍ବି ଏବଂ ଅସ୍ୱାସ୍ଥ୍ୟକର କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ଭଳି ସମସ୍ୟା ଦେଖାଯାଇଥିଲା । ମୋଟ ଉପରେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ବସି ରହିବା ହୃଦଘାତ ଏବଂ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।

ହୃଦଘାତର ମାତ୍ରା ଅଧିକ ଥାଏ: ଜାମା କାର୍ଡିଓଲୋଜିରେ ପ୍ରକାଶିତ ଏହି ଗବେଷଣାରୁ ଜଣାଯାଇଛି ଯେ, ଯେଉଁମାନେ ଅଫିସରେ ଦୀର୍ଘ ଘଣ୍ଟା କାମ କରନ୍ତି, ସେମାନଙ୍କ ହୃଦଘାତ ଏବଂ ଷ୍ଟ୍ରୋକ୍ ସମେତ ହୃଦ୍‌ରୋଗର ଆଶଙ୍କା ଅଧିକ ଥାଏ । ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ଏବଂ ପେକିଂ ୟୁନିଅନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଗୋଟିଏ ସ୍ଥାନରୁ 8 ଘଣ୍ଟା କିମ୍ବା ତା ଠାରୁ ଅଧିକ ସମୟ ବସି ରହିବା ହେତୁ ଲୋକଙ୍କ ଠାରେ ହୃଦଘାତ କିମ୍ବା ଷ୍ଟ୍ରୋକ୍ ହେବାର ଆଶଙ୍କା 20 ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଦୀର୍ଘ ସମୟ ଧରି ବସିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ପ୍ରାୟ 50 ପ୍ରତିଶତ ବୃଦ୍ଧି ପାଇଥାଏ।

11 ବର୍ଷ ଧରି କରାଯାଇଥିଲା ଅଧ୍ୟୟନ: 11 ବର୍ଷର ଅଧ୍ୟୟନରେ 21ଟି ଦେଶରୁ 1.05 ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା । ଅଧ୍ୟୟନ ଶେଷ ହେବା ବେଳକୁ 6,200ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏଥିରେ 2,300 ହୃଦଘାତ, 3000 ଷ୍ଟ୍ରୋକ୍ ଏବଂ 700 ଅନ୍ୟାନ୍ୟ ମାମଲା ପଞ୍ଜିକୃତ ହୋଇଥିଲା । ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ଦୀର୍ଘ ସମୟ ଧରି ବସି ରହିବା କାରଣରୁ ରକ୍ତ ସଞ୍ଚାଳନ ବ୍ୟାହତ ହେଉଛି, ଶାରୀରିକ କାର୍ଯ୍ୟକଳାପ ହ୍ରାସ ହେତୁ ହୃଦୟରେ ଅତିରିକ୍ତ ଚାପ ଦେଖାଯାଉଛି । ଏନେଇ ଡାକ୍ତର ମଧ୍ୟ କର୍ମଜୀବୀ ମହିଳାଙ୍କୁ ଅଫିସ ସମୟରେ ଶାରୀରିକ କାର୍ଯ୍ୟକଳାପ କରିବା ପାଇଁ ପରାମର୍ଶ ଦେଇଛନ୍ତି । 8 ଘଣ୍ଟାର ଅଫିସ ସମୟ ଭିତରେ କିଛି ସମୟ ବାହାର କରି ଚାଲିବା ପାଇଁ ପରାମର୍ଶ ଦିଆଯାଇଥାଏ ।

କଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ: ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା 17 ପ୍ରତିଶତ କମ୍ ଥାଏ । ଏପରି ପରିସ୍ଥିତିରେ, ଯଦିଓ ଦୀର୍ଘ ବସି କାର୍ଯ୍ୟ କରନ୍ତି, କିନ୍ତୁ ଦୈନନ୍ଦିନ ବ୍ୟାୟାମ କରିବାର ଅଭ୍ୟାସ ରହିଛି ତାହାଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ନାହିଁ । କାର୍ଯ୍ୟ ସମୟ ମଧ୍ୟରେ ଅଳ୍ପ ସମୟ ପାଇଁ ଉଠି ଚାଲିବା ଆବଶ୍ୟକ । ଖାଦ୍ୟ ସୁସ୍ଥ ଏବଂ ଧୂମପାନରୁ ଦୂରେଇ ରହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.