ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, 1 ଲିଟର ପାଣି ବୋତଲରେ 2.5 ଲକ୍ଷ ପ୍ଲାଷ୍ଟିକ କଣିକା

Research on Water Bottle: ବୋତଲରେ ମିଳୁଥିବା ବିଶୁଦ୍ଧ ପାନୀୟ ବିଷ । 1 ଲିଟର ପାଣି ବୋତଲରେ 2.5 ଲକ୍ଷ ପ୍ଲାଷ୍ଟିକ କଣିକା ରହିଥିବା ନେଇ ରିସର୍ଚ୍ଚରେ ଖୁଲାସା ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 10, 2024, 10:59 AM IST

Research on Water Bottle
ପାଣି ବୋତଲରେ ସୂଷ୍ମ କଣିକା

ହାଇଦ୍ରାବାଦ: ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲର ମିନେରାଲ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ । ସ୍ବାସ୍ଥ୍ୟ ପାଇଁ ବିପଦଜ୍ଜନକ ନାନୋ ପ୍ଲାଷ୍ଟିକ । ଏହା ଆମେ କହୁନାହୁଁ, ନିକଟରେ ଏକ ଅଧ୍ୟୟନରେ ଏନେଇ ଖୁଲାସା କରାଯାଇଛି । ଗୋଟିଏ ଲିଟର ପାଣି ବୋତଲରେ ହାରାହାରି 2 ଲକ୍ଷ 40 ହଜାର ପ୍ଲାଷ୍ଚିକ ବା ସୂକ୍ଷ୍ମ କଣିକା ରହୁଥିବା ନେଇ ଅଧ୍ୟୟନରେ ଦର୍ଶାଯାଇଛି । ଏ ସମ୍ପର୍କରେ ପ୍ରୋସିଡିଙ୍ଗ ଅଫ ଦ ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି ।

ବଜାରରେ ମିଳୁଥିବା ସିଲ୍ ପାଣି ବୋତଲ ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ବିବେଚନା କରାଯାଉଥିବା ବେଳେ ଏହି ଅଧ୍ୟୟନ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛି । ଏହି ସୂକ୍ଷ୍ମ କଣିକା ଶରୀରରେ ନାନା ରୋଗର କାରଣ ସାଜିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନେକ କମ୍ପାନୀ ଦ୍ବାରା ପ୍ରସ୍ତୁତ ପାଣି ବୋତଲକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଏହା ଚିନ୍ତାଜନକ ବିଷୟ ବୋଲି କୁହାଯାଇଛି ।

ଚିନ୍ତାର କାରଣ ନାନୋପ୍ଲାଷ୍ଟିକ: ଏନେଇ କଲମ୍ବିଆ ୟୁନିଭରସିଟିର ଜିଓ କେମେଷ୍ଟ୍ରିର ଆସୋସିଏଟ୍ ପ୍ରଫେସର ବାଇଜାନ ୟାନ କହିଛନ୍ତି, "ସାରା ବିଶ୍ବରେ ବୋତଲ ପାଣିକୁ ନେଇ ବିକଳ୍ପ ବାହାର କରିବାକୁ ହେବ । ବୋତଲ ପାଣିରେ ନାନୋପ୍ଲାଷ୍ଟିକ ମିଳିବା ଏକ ପ୍ରକାର ଚିନ୍ତାର କାରଣ ଅଟେ । କିନ୍ତୁ ଶରୀରରେ ପାଣିର ଅଭାବ ଦେଖାଗଲେ ଡିହାଇଡ୍ରେସନ ହେବାର ଆଶଙ୍କା ଅଧିକ ରହିଥାଏ । ପରବର୍ତ୍ତୀ ସମୟରେ ଡିହାଇଡ୍ରେସନ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।"

ଅଧ୍ୟୟନରୁ ଖୁଲାସା: ତେବେ ଗୋଟିଏ ଲିଟର ପ୍ଲାଷ୍ଟିକ ବୋତଲର ପାଣିରେ ପ୍ରାୟ ହାରାହାରି 2 ଲକ୍ଷ 40 ହଜାର ସୂକ୍ଷ୍ମ କଣିକା ରହିଛି । ଏହି ସୂକ୍ଷ୍ମ କଣିକାଗୁଡିକର ଲମ୍ବ 1 ମାଇକ୍ରୋମିଟରରୁ କମ ରହିଛି । ପୂର୍ବରୁ ମଧ୍ୟ ଏନେଇ ଅଧ୍ୟୟନ କରାଯାଇଥିଲା । ସେତେବେଳେ କେବଳ ମାଇକ୍ରୋ ପ୍ଲାଷ୍ଟିକକୁ ଆକଳନ କରାଯାଇଥିଲା । ତେଣୁ ପୂର୍ବ ଆକଳନ ତୁଳନାରେ 1 ଲିଟର ପାଣି ବୋତଲରେ 100 ଗୁଣ ଅଧିକ ପ୍ଲାଷ୍ଟିକ କଣିକା ରହିଥିବା ଗବେଷକମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର, ଡାଏବେଟିସ୍ ଭଳି ଜଟିଳ ସମସ୍ୟା

ମାଇକ୍ରୋପ୍ଲାଷ୍ଚିକ ଏବଂ ନାନୋପ୍ଲାଷ୍ଟିକ: ବୈଜ୍ଞାନିକଙ୍କ ମତରେ ମାଇକ୍ରୋପ୍ଲାଷ୍ଚିକ ଅପେକ୍ଷା ନାନୋପ୍ଲାଷ୍ଟିକ ଶରୀର ପାଇଁ ବିପଦ ଅଟେ । କାରଣ ଏହାର ଆକର ଅତ୍ୟନ୍ତ କ୍ଷୁଦ୍ର ହୋଇଥିବା କାରଣରୁ ଏହା ମାନବ କୋଷ ଏବଂ ରକ୍ତସ୍ରୋତରେ ପ୍ରବେଶ କରି ଅଙ୍ଗକୁ ପ୍ରଭାବିତ କରିଥାଏ । ଅନ୍ୟପଟେ କେବଳ ସାଧାରଣ ବ୍ୟକ୍ତି ନୁହେଁ ବରଂ ଗର୍ଭସ୍ଥ ଶିଶୁକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି କୁହାଯାଇଛି । ପ୍ଲାସେଣ୍ଟା ଦେଇ ଶରୀରରେ ପ୍ରବେଶ କରିପାରେ ବୋଲି ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି ।

ନାନୋ ପ୍ଲାଷ୍ଟିକ କଣିକା ଚିହ୍ନଟ କରିବା ପାଇଁ ଟେକ୍ନୋଲୋଜି ନଥିବା ବେଳେ ବର୍ତ୍ତମାନ ମାଇକ୍ରୋସ୍କୋପି କୌଶଳ ଦ୍ବାରା ଏହାର ଉଦ୍ଭାବନ କରାଯାଇଥିଲା । ତେବେ ଏହି ଅଧ୍ୟୟନ ପାଇଁ 3ଟି ଆମେରିକୀୟ କମ୍ପାନୀର ପାଣି ବୋତଲ ନିଆଯାଇଥିବା ବେଳେ ପ୍ରତି 1 ଲିଟରରେ 110370 କ୍ଷୁଦ୍ର ପ୍ଲାଷ୍ଟିକ କଣିକା ମିଳିଥିଲା । ସେଥିରୁ 70 ପ୍ରତିଶତ ନାନୋ ପ୍ଲାଷ୍ଟିକ କଣିକା ବୋଲି ଦାବି କରିଥିଲେ ବୈଜ୍ଞାନିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.