ETV Bharat / sukhibhava

ଶୀତ ଋତୁରେ କେତେ ଆବଶ୍ୟକ ସୁପ୍ ? ଏଭଳି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - ଶୀତ ଋତୁରେ ସୁପର ସ୍ବାସ୍ଥ୍ୟ ଉପାକିରତା

Healthier Soups in Winter: ଶୀତ ଋତୁରେ ଫିଟ ରହିବା ପାଇଁ ଚାହାନ୍ତି କି ? ତାହାଲେ ଦୈନିକ ପିଅନ୍ତୁ ହଟ୍ ସୁପ

Healthier Soups in Winter
Healthier Soups in Winter
author img

By ETV Bharat Odisha Team

Published : Dec 22, 2023, 12:15 PM IST

ହାଇଦ୍ରାବାଦ: ସୁପ୍ ପିଇବା ସାଧାରଣତଃ ସମସ୍ତଙ୍କର ପସନ୍ଦ ଥାଏ । ଖାସ କରି ଶୀତ ଋତୁରେ। ଏହି ଋତୁରେ ଶରୀର ଥଣ୍ଡାରେ କମ୍ପନ କରୁଥିବା ବେଳେ କପେ ସୁପ ଉଷୁମ ପ୍ରଦାନ କରିଥାଏ । ଏହି ଋତୁରେ ସଂକ୍ରାମକ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଶୀତ ଋତୁରେ ପାଗ ଥଣ୍ଡା ରହିବା କାରଣରୁ ପ୍ରାୟତଃ ପାଣି ପିଇବା ପାଇଁ ଇଚ୍ଛା ହୋଇନଥାଏ । ଫଳରେ ଶରୀରରେ ଜଳୀୟଅଂଶର ପରିମାଣ କମି ଯାଇଥାଏ ।

ତେବେ ଶରୀରରେ ଜଳୀୟଅଂଶର ପରିମାଣ କମ ହେବା କାରଣରୁ ଅନେକ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଏଭଳି କ୍ଷେତ୍ରରେ ବାୟୋଲୋଜିକାଲ ପ୍ରୋସେସ୍‌ ଏବଂ ସଂକ୍ରମଣ (ଅଣୁଜୀବ ଟିସୁରେ ପ୍ରବେଶ କରିବା ସହିତ ବହୁ ସଂଖ୍ୟାରେ ବୃଦ୍ଧି ପାଇଥାଏ) ସଠିକ ଭାବେ ବିକଶିତ ହୋଇନଥାଏ ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ନ୍ୟୁଟ୍ରେସନ୍‌ର ବୈଜ୍ଞାନିକ ଡ. ସୁବାରାଓ କହିଛନ୍ତି । ତେବେ ଏଭଳି ସମୟରେ ଉଷୁମ ହଟ୍‌ ସୁପ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଛନ୍ତି । ସୁପ ପିଇବା ଦ୍ବାରା ହଜମ ପ୍ରକ୍ରିୟା ସହଜ ହେବା ସହିତ ମଳ ପାଇଁ ଆବଶ୍ୟକ ଜଳ ମଧ୍ୟ ମିଳିପାରିଥାଏ । ଥଣ୍ଡା ପାଗରେ ସୁପ ପିଇବା ଦ୍ବାରା ଶରୀରକୁ କମ ମାତ୍ରାରେ ଉତ୍ତାପ ମଧ୍ୟ ମିଳିଥାଏ । ଶରୀରକୁ ଶକ୍ତିଶାଳୀ ରଖିବା ପାଇଁ ସୁପ ପିଇବା ନିହାତି ଜରୁରୀ ବୋଲି କହିଛନ୍ତି ବୈଜ୍ଞାନିକ ଡ. ସୁବାରାଓ ।

ଏହା ମଧ୍ୟ ପଢନ୍ତୁ: ପ୍ରାତଃ ସମୟରେ 2 ମିନିଟ କରନ୍ତୁ ସ୍କିପିଂ, ଶୀତ ଋତୁରେ ମିଳିବ ଅନେକ ଫାଇଦା

ତେବେ ଯେଉଁମାନେ ଓଜନ କମ କରିବା ପାଇଁ ଚାହାନ୍ତି କିମ୍ବା ଖାଦ୍ୟର ପରିମାଣକୁ କମ କରିବା ପାଇଁ ଚାହାନ୍ତି ସେମାନଙ୍କ କ୍ଷେତ୍ରରେ ସୁପ୍‌ ପିଇବା ଅଧିକା ଉପକାରୀ ବୋଲି କୁହାଯାଇଛି । ଖାଦ୍ଯ ଖାଇବା ପୂର୍ବରୁ ଭେଜ୍‌ କିମ୍ବା ନନଭେଜ୍‌ ସୁପ୍‌ ପିଇବା ଦ୍ବାରା ଏହାର ପ୍ରଭାବ ଖାଦ୍ୟ ଉପରେ ପଡ଼ିଥାଏ, ଅର୍ଥାତ ଖାଦ୍ୟର ପରିମାଣ କମ ହୋଇଯାଇଥାଏ । ସ୍ବାଦ, ବାସ୍ନା, ଖାଇବାର ଇଚ୍ଛା ଇତ୍ୟାଦିରେ ପରିବର୍ତ୍ତନ ହୋଇଥାଏ । ଅନ୍ୟପଟେ ଶୀତ ଋତୁରେ ସାଧାରଣତଃ ସମସ୍ତଙ୍କର ଗଳା ଯନ୍ତ୍ରଣା ହୋଇଥାଏ । ତେବେ ଭେଜିଟେବୁଲ ସୁପ୍‌ରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଅଧିକ ରହିଥାଏ । ଫଳରେ ଏହା ଗଳା ସହିତ ଶରୀର ପାଇଁ ଡିଟକ୍ସ ଭାବେ କାର୍ଯ୍ୟ କରିଥାଏ ।

ଚିକେନ୍‌ ସୁପରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଫୁଲକୋବି ସୁପ୍‌ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେହିପରି ବିଟ୍‌ରୁଟ୍‌ ସୁପ୍‌ ରକ୍ତରେ ଶୁଦ୍ଧତା ଆଣିବାରେ ସାହାଯ୍ୟ କରିଥାଏ । ଅନ୍ୟପଟେ ବନ୍ ସୁପ କେବଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିନଥାଏ ବରଂ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଶୀତ ଋତୁରେ ସୁପ୍‌ ପିଇବା ସମୟରେ ଏହାକୁ ସର୍ବଦା ବହଳିଆ ରଖିବା ଉଚିତ । ଏଥିରେ ଚାଉଳଗୁଣ୍ଡ, ମକା ଏବଂ ଓଟ୍ସ ପାଉଡର ମିଶାଇବା ଦ୍ବାରା ଏହା ବହଳିଆ ହୋଇଥାଏ । ତେବେ ସୁପ୍‌ରେ ପ୍ରୋଟିନର ମାତ୍ରା ବଢ଼ାଇବା ପାଇଁ ସେଥିରେ ଡାଲି ଜାତୀୟ ଶସ୍ୟ କିମ୍ବା ଚାଉଳ ଗୁଣ୍ଡ ମିଶାଇ ପାରିବେ । ଅନ୍ୟପଟେ ଅଣ୍ଡାର ଧଳାଅଶଂକୁ ମିଶାଇବା ଦ୍ବାରା ମଧ୍ୟ ପ୍ରୋଟିନର ମାତ୍ରା ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.