ETV Bharat / sukhibhava

ଚେହେରା ପାଇଁ ଅଧିକ ସୁରକ୍ଷିତ ସାବୁନ ନା ଫେସୱାସ ? ଜାଣନ୍ତୁ - ତ୍ବଚା ଉପରେ ସାବୁନର ପ୍ରଭାବ

Facewash vs soap: ଚେହେରାକୁ ସଫା ଏବଂ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଧୋଇବା ଜରୁରୀ ଅଟେ । ତେବେ ଜାଣନ୍ତୁ କେଉଥିରେ ମୁହଁ ଧୋଇବା ସୁରକ୍ଷିତ

Facewash vs soap
Facewash vs soap
author img

By ETV Bharat Odisha Team

Published : Dec 15, 2023, 5:44 PM IST

ହାଇଦ୍ରାବାଦ: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚେହେରାର ଭୂମିକା ଅଧିକ ରହିଥାଏ । ମୁହଁ ବା ଶରୀରକୁ ସୁନ୍ଦର ରଖିବା ପାଇଁ ପ୍ରତ୍ୟେକ ଦିନ ସଫା ରଖିବା ବା ଧୋଇବା ଜରୁରୀ ଅଟେ । ଭାରତରେ ସାଧାରଣତଃ ମୁହଁ ଧୋଇବା ପାଇଁ ସାବୁନ ଏବଂ ଫେସଓ୍ବାସ ବ୍ୟବହାର କରାଯାଇଥାଏ । କିନ୍ତୁ କେତେକ କ୍ଷେତ୍ରରେ କୁହାଯାଏ ସାବୁନରେ ମୁହଁ ଧୋଇବା ଦ୍ବାରା ତ୍ବଚା ଉପରେ କୁପ୍ରଭାବ ପଡିଥାଏ । ତେବେ ଜାଣନ୍ତୁ ତ୍ବଚା ପାଇଁ କେଉଁଟା ଉପକାରୀ ।

ତ୍ବଚା ଉପରେ ସାବୁନ ଏବଂ ଫେସଓ୍ବାସର ପ୍ରଭାବ: ତ୍ବଚା ପାଇଁ ସାବୁନ ନା ଫେସଓ୍ବେସ ଉପକାରୀ ସେ ନେଇ ସମସ୍ତେ ଦ୍ବନ୍ଦରେ ରହିଥାଆନ୍ତି ।

ସାବୁନର ପ୍ରଭାବ: ସାଧାରଣତଃ ସାବୁନର ପିଏଚ ସ୍ତର 9ରୁ 10 ମଧ୍ୟରେ ରହିଥାଏ । ଏହାର ପିଏଚ ସ୍ତର ତ୍ବତାର ପିଏଚ ସ୍ତର ଠାରୁ ଅଧିକ ହୋଇଥାଏ । ତ୍ବଚାର ଏସିଡିକ ଏବଂ କ୍ଷରୀୟ ମାପ ପାଇଁ ଏକ ପ୍ରକାର ମାପକ ଅଟେ । ସାଧାରଣତଃ ତ୍ବଚାର ପିଏଚ ସ୍ତର 5.5 ରହିଥାଏ । ସାବୁନର ପିଏଚ ସ୍ତର ଅଧିକ ହେବା କାରଣରୁ ଏହା ତ୍ବଚାର ମଶ୍ଚରାଇଜରକୁ କ୍ଷୟ କରିବା ସହିତ ରୁକ୍ଷ କରିଥାଏ । ଏହା ଦ୍ବାରା ଚର୍ମ କୁଣ୍ଡେଇ ହେବା ସହିତ ଜ୍ବଳନ, ରାସେସ ସମସ୍ୟା ଦେଖାଯାଇଥାଏ ।

ଫେସଓ୍ବାସର ପ୍ରଭାବ: ସାଧାରଣତଃ ଫେସଓ୍ବାସର ପିଏଚ ସ୍ତର 5ରୁ 6 ମଧ୍ୟରେ ରହିଥାଏ । ଏହା ତ୍ବଚାର ପିଏଚ ସ୍ତର ସହିତ ପ୍ରାୟତଃ ସମାନ ହୋଇଥାଏ । ଏହାର ବ୍ୟବହାର ଦ୍ବାରା ବିଶେଷ ଭାବେ ତ୍ବଚା ଉପରେ କୌଣସି ପ୍ରଭାବ ଦେଖାଯାଏ ନାହିଁ। ଏହାସହିତ ଫେସଓ୍ବାସରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Bathing Soap Side Effects: ପ୍ରତିଦିନ ସାବୁନରେ ସ୍ନାନ କରୁଥିଲେ ସାବଧାନ, ହୋଇପାରେ ଏହି ରୋଗ

ସାବୁନ ଏବଂ ଫେସଓ୍ବାସ ମଧ୍ୟରେ କେଉଁଟା ଉତ୍ତମ: ଯଦି ସାବୁନ ଏବଂ ଫେସଓ୍ବାସ ମଧ୍ୟରେ ତୁଳନା କରାଯାଏ ତାହେଲେ ଫେସଓ୍ବାସ ଶରୀର ପାଇଁ ଉପକାରୀ ବୋଲି କୁହାଯାଏ । ଫେସଓ୍ବାସ ତ୍ବଚାକୁ ପରିଷ୍କାର କରିବା ସହିତ ମଶ୍ଚରାଇଜ ମଧ୍ୟ କରିଥାଏ। କିନ୍ତୁ ସାବୁନର ପିଏଚ ସ୍ତର ଅଧିକ ରହିଥିବା କାରଣରୁ ତ୍ବଚା ଉପରେ ଏହାର କୁପ୍ରଭାବ ପଡିଥାଏ।

ତ୍ବଚା ପାଇଁ କେଉଁ ସାବୁନ ଉପକାରୀ: ଯଦି ଆପଣ ସାବୁନର ବ୍ୟବହାର ଚାହିଁଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କିମ୍ବା ପିଏଚ ସ୍ତର ଅନୁଧ୍ୟାନ କରି ବ୍ୟବହାର କରିବା ଉଚିତ। ଚେହେରା ପାଇଁ ପ୍ରସ୍ତୁତ ହୋଇଥିବା ସାବୁନ ତ୍ବଚା ଉପରେ କୌଣସି ପ୍ରକାରେ କୁପ୍ରଭାବ ପକାଏ ନାହିଁ। ଯଦି ଆପଣ ଚେହେରାରେ ସାବୁନର ବ୍ୟବହାର କରୁଛନ୍ତି ତାହେଲେ ଚେହେରାକୁ ପରିଷ୍କାର କରି ମଶ୍ଚୁରାଇଜର ବ୍ୟବହାର କରିବା ଜରୁରୀ ଅଟେ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ସାଧାରଣ ସୂଚନା ଉପରେ ଆଧାରିତ ଖବର ଅଟେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.