ETV Bharat / sukhibhava

ରାତିରେ ଦାନ୍ତ ନଘଷି ଶୋଉଛନ୍ତି କି ? ହୋଇପାରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା - ହୃଦୟ ସମ୍ବନ୍ଧୀୟ ସମସ୍ୟା

ଆପଣଙ୍କର ବି ଦିନକୁ ଥରେ ଦାନ୍ତ ଘଷିବାର ଅଭ୍ୟାସ ରହିଛି କି ? ହୋଇଯାଆନ୍ତୁ ସାବଧାନ! ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ରାତିରେ ଦାନ୍ତ ନଘଷି ଶୋଇବା ଦ୍ବାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଅଧିକ ପଢନ୍ତୁ

Not Brushing Teeth At Night
Not Brushing Teeth At Night
author img

By

Published : Jul 5, 2023, 10:41 AM IST

ହାଇଦ୍ରାବାଦ: ଆପଣ ମଧ୍ୟ ରାତିରେ ବ୍ରଶ୍ କରୁନାହାନ୍ତି କି ? ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା ଆବଶ୍ୟକ ବୋଲି ଭାବୁ ନାହାନ୍ତି କି ? ଯଦି ଉତ୍ତର ହଁ ତେବେ ହୋଇଯାଆନ୍ତୁ ସାବଧାନ । ଯେଉଁମାନେ ରାତିରେ ଦାନ୍ତ ଘଷନ୍ତି ନାହିଁ ସେମାନଙ୍କ ବିଷୟରେ ଏକ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି । ଅଧ୍ୟୟନରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁମାନେ ରାତିରେ ବ୍ରଶ ନକରି ଶୋଉଛନ୍ତି, ସେମାନଙ୍କ ନିକଟରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଭିଟାମିନ D 60 ବର୍ଷ ପରେ ହୃଦଘାତ ଆଶଙ୍କାକୁ କମାଇପାରେ: ରିପୋର୍ଟ

ରିସର୍ଚ୍ଚ ଜର୍ନଲର ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ରାତିରେ ଦାନ୍ତ ନଘଷିବା ବା ବ୍ରଶ ନକରିବା ଦ୍ବାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ହେଇପାରେ। ଏହି ଅଧ୍ୟୟନରେ, 20 ବର୍ଷରୁ ଅଧିକ ବୟସର 1675 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଯେଉଁ ଲୋକମାନେ ରାତିରେ ବ୍ରଶ କରନ୍ତି ନାହିଁ, ହୃଦ୍‌ରୋଗ, ଅର୍ଥାତ୍‌ ହୃଦ୍‌ରୋଗର ଆଶଙ୍କା ବହୁତ ଅଧିକ ରହୁଛି। ଏହି ଅଧ୍ୟୟନର ଫଳାଫଳ ସୂଚିତ କରେ ଯେ ଶୋଇବା ପୂର୍ବରୁ କିମ୍ବା ଦିନକୁ ଦୁଇଥର ବ୍ରଶ କରିବା ଆବଶ୍ୟକ। ଦୈନିକ ଦାନ୍ତ ଘଷି ଶୋଇବା ଦ୍ବାରା ପିରିୟଡୋଣ୍ଟାଲ୍ ରୋଗ, ଦାନ୍ତ କ୍ଷୟ ଏବଂ ପାଚନ ସସମ୍ବନ୍ଧୀୟ ସମସ୍ୟା କମିଯାଇଥାଏ ।

3 ବର୍ଷର ଅନୁସନ୍ଧାନ ପରେ ଖୁଲାସା କରାଯାଇଛି: ଯଦି ପାଟିର ସ୍ବଚ୍ଛତା ବା ଯତ୍ନ ନିଆ ନଯାଏ, ତେବେ ହୃଦୟ ସମ୍ବନ୍ଧୀୟ ସମସ୍ୟା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇପାରେ। ରିସର୍ଚ୍ଚ ଜର୍ନାଲର ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଧ୍ୟୟନରେ ଜଡିତ ଲୋକଙ୍କୁ ଅସ୍ତ୍ରୋପଚାର, ପରୀକ୍ଷା ଏବଂ ଚିକିତ୍ସା ପାଇଁ 2013ରୁ 2016 ମଧ୍ୟରେ ଜାପାନରେ ଅବସ୍ଥିତ ଓସାକା ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି 3 ବର୍ଷର ରିସର୍ଚ୍ଚ ପରେ ଏହି ଖୁଲାସା କରାଯାଇଛି ।

ଦିନକୁ କେତେ ଥର ଦାନ୍ତ ଘଷିବା ଉଚିତ?: 3 ବର୍ଷ ରିସର୍ଚ୍ଚ କରାଯାଇଥିବା ବେଳେ ଏମାନଙ୍କୁ 2ଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍ MN(ମର୍ଣ୍ଣଂ ଏବଂନାଇଟ) ରେ 409 ଲୋକ ଥିଲେ, ଯେଉଁମାନେ ଦିନକୁ ଦୁଇଥର(ସକାଳ ଏବଂ ରାତି)ରେ ବ୍ରଶ୍ କରୁଥିଲେ । ଗ୍ରୁପ୍ ନାଇଟ୍‌ରେ 751 ଜଣ ଲୋକ ଥିଲେ, ଯେଉଁମାନେ କେବଳ ରାତିରେ ବ୍ରଶ୍ କରୁଥିଲେ । ମର୍ଣ୍ଣିଂ ଗୋଷ୍ଠୀରେ 164 ଜଣ ଲୋକ ଥିଲେ, ଯେଉଁମାନେ କେବଳ ସକାଳୁ ଉଠିବା ପରେ ଦାନ୍ତ ଘଷୁଥିଲେ । ତେବେ ଏମାନଙ୍କ ସହିତ ସେଠାରେ ମଧ୍ୟ ନନ୍‌ଗୋଷ୍ଠୀ ନଥିଲା, ଯେଉଁମାନେ ସକାଳେ କିମ୍ବା ରାତିରେ ବ୍ରଶ୍ କରୁଥିଲେ। ତେବେ ରିସର୍ଚ୍ଚରୁ ଜଣାପଡିଥିଲା ଯେ, ଯେଉଁମାନେ ଦିନରେ ଦୁଇଥର ବ୍ରଶ କରୁଛନ୍ତି, ସେମାନଙ୍କ ନିକଟରେ କୌଣସି ପ୍ରକାର ସମସ୍ୟାର ଆଶଙ୍କା ନଥାଏ। 'ଆମେରିକୀୟ ଡେଣ୍ଟାଲ୍ ଆସୋସିଏସନ୍' ଫ୍ଲୋରାଇଡ୍ ଟୁଥପେଷ୍ଟ ସହିତ ପ୍ରତିଦିନ ଦୁଇଥର ବ୍ରଶ କରିବାକୁ ପରାମର୍ଶ ଦେଇଥାଏ । ଏହା ବ୍ୟତୀତ ଦିନରେ ଅତି କମରେ ଥରେ ଫ୍ଲସ୍ କରିବା ବା ପାଟି କୁଳି କରିବା ଦ୍ବାରା ପାଟିରେ ଜମା ହୋଇଥିବା ଜୀବାଣୁ ବାହାରିଯାଇଥାଏ ।

କେତେ ସମୟ ପର୍ଯ୍ୟନ୍ତ ବ୍ରଶ କରିବା ଆବଶ୍ୟକ: 'ଆମେରିକୀୟ ଡେଣ୍ଟାଲ୍ ଆସୋସିଏସନ୍' ଅନୁଯାୟୀ ଦିନକୁ ଦୁଇଥର ବ୍ରଶ୍ କରିବା ଉଚିତ୍ । କିନ୍ତୁ ଜାଣିରଖିବା ଉଚିତ ଯେ, 2 ମିନିଟରୁ ଅଧିକ ସମୟ ଧରି ବ୍ରଶ୍ କରିବା ଉଚିତ୍ ନୁହେଁ । ଯଦି ଆପଣ ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାନ୍ତରେ ଘଷୁଛନ୍ତି, ତେବେ ଆପଣ ଦାନ୍ତରେ ଜମା ହୋଇଥିବା ଫଳକକୁ ବାହାର କରିବାରେ ସମର୍ଥ ହେବେ ନାହିଁ । ଏହା କରିବା ଦ୍ବାରା ଦାନ୍ତର ଏନାମଲ ନଷ୍ଟ ହୋଇଯାଇଥାଏ । ତେଣୁ ଦିନକୁ 2 ଥର 2ମିନିଟ ବ୍ରଶ୍ କରିବା ଆବଶ୍ୟକ । 2009ରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, କିଛି ଲୋକ ବ୍ରଶ୍ କରିବାକୁ ମାତ୍ର 45 ସେକେଣ୍ଡ ସମୟ ନେଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.