ETV Bharat / sukhibhava

ସ୍କିନ୍ ଫ୍ୟାଟ୍ ସମସ୍ୟା କଣ, ଜାଣନ୍ତୁ କେମିତି କରିବେ ନିରାକରଣ - ହେଲ୍‌ଥ ଟିପ୍ସ

ପତଳା ଲୋକଙ୍କ କ୍ଷେତ୍ରରେ ଦେଖା ଯାଉଥିବା ସ୍କିନ୍ ଫ୍ୟାଟ୍ ସମସ୍ୟା କଣ । କିପରି ଏହା ଶାରୀରିକ ଅସୁସସ୍ଥାର କାରଣ ହୁଏ, ଜାଣନ୍ତୁ

Etv Bharat
Etv Bharat
author img

By

Published : Apr 11, 2023, 1:04 PM IST

ହାଇଦ୍ରାବାଦ: ସାଧାରଣତଃ ମେଦବହୁଳତା ଥିବା ଲୋକ ବା ମୋଟା ଲୋକଙ୍କର ଅଧିକ ସ୍ବାସ୍ଥ୍ୟ ସମସ୍ୟା ଥାଏ ବୋଲି ବିବେଚନା କରାଯାଏ । ଏହି ବର୍ଗର ଲୋକମାନଙ୍କର ପତଳା ଲୋକଙ୍କ ଅପେକ୍ଷା ଅଧିକ ରୋଗ ଥାଏ । ହେଲେ ଜାଣନ୍ତି କି, ପତଳା ଲୋକଙ୍କର ମଧ୍ୟ ଫ୍ୟାଟ୍ ବା ମେଦ ବୃଦ୍ଧି ରୋଗ ହୋଇଥାଏ । ଆଜ୍ଞା ହଁ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପତଳା ଲୋକଙ୍କର ମଧ୍ୟ ଅନେକ ରୋଗ ହୋଇଥାଏ, ଯେଉଁଥିପାଇଁ ମେଦ ବହୁଳତା ଦାୟୀ ହୋଇଥାଏ ।

ପତଳା ଲୋକମାନଙ୍କର ଏହି ସମସ୍ୟାକୁ ସ୍କିନ୍ ଫ୍ୟାଟ୍ କୁହାଯାଏ । ଯଦି ଠିକ୍ ସମୟରେ ଧ୍ୟାନ ଦିଆନଯାଏ, ତେବେ ଏହା ଭବିଷ୍ୟତରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ପତଳା ଲୋକଙ୍କ କ୍ଷେତ୍ରରେ ଫ୍ୟାଟ୍ କିପରି ଓ କେତେ ବିପଜ୍ଜନକ ହୋଇପାରେ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- National Safe Motherhood Day: ସଚେତନ ରହିଲେ ହ୍ରାସ ପାଇବ ମାତୃ ମୃତ୍ୟୁହାର

ସ୍କିନି ଫ୍ୟାଟ୍ କଣ: ସରଳ ଶବ୍ଦରେ, ସ୍କିନି ଫ୍ୟାଟ୍‌ର ଅର୍ଥ ଶାରୀରିକ ଗଠନ ଅସନ୍ତୁଳନ । ପତଳା ଦେଖାଯିବା ସତ୍ତ୍ବେ ଶରୀରରେ ମାଂସପେଶୀ ଅପେକ୍ଷା ଯଦି ଚର୍ବି ଅଧିକ ଥାଏ ତେବେ ଏହାକୁ ସ୍କିନ ଫ୍ୟାଟ୍ ବୋଲି କୁହାଯାଏ । ଡାକ୍ତରଙ୍କ କହିବା ଅନୁସାରେ, ଯଦି ଆମେ କିଛି ସାଧାରଣ କାରଣକୁ ଦେଖିବା, କାର୍ବସ୍‌ର ଅତ୍ୟଧିକ ବ୍ୟବହାର, କୌଣସି ଶାରୀରିକ କାର୍ଯ୍ୟକଳାପ, ହରମୋନ୍ ଅସନ୍ତୁଳନ, ପର୍ଯ୍ୟାପ୍ତ ନିଦ ନହେବା ଇତ୍ୟାଦି ସ୍କିନ୍‌ ଫ୍ୟାଟ୍‌ ସମସ୍ୟା କରିଥାଏ । ବ୍ୟାୟାମ ଅଭାବରୁ, କିମ୍ବା ପ୍ରୋଟିନ୍ ଅଭାବରୁ ଏବଂ ବେଳେବେଳେ ଅତ୍ୟଧିକ ଡାଏଟିଂ ହେତୁ ଅନେକ ଲୋକ ସ୍କିନି ଫ୍ୟାଟ୍ ଅବସ୍ଥାର ସମ୍ମୁଖୀନ ହୁଅନ୍ତି ।

ଏହା ମଧ୍ୟ ପଢନ୍ତୁ:- କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଛାତ୍ରୀଙ୍କ ଋତୁସ୍ରାବ ସ୍ବଚ୍ଛତା ଉପରେ ଦିଅ ଗୁରୁତ୍ବ

କଣ କରିବା ଉଚିତ୍‌: ଶରୀରରେ ଥିବା ଚର୍ବି ଶତକଡା ସଠିକ୍ କି ନୁହେଁ ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ଯାଞ୍ଚ କରନ୍ତୁ । ଦୁର୍ବଳ ମାଂସପେଶୀ ବ୍ୟତୀତ, ସ୍କିନି ଫ୍ୟାଟ୍ ରହିବା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହି ସମସ୍ୟା ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ସ୍ତର, ହୃଦ୍‌ରୋଗ ଇତ୍ୟାଦି ସୃଷ୍ଟି କରିପାରେ । ଏହାକୁ ରୋକିବା ପାଇଁ କାର୍ବୋହାଇଡ୍ରେଟ୍ ଗ୍ରହଣକୁ ହ୍ରାସ କରନ୍ତୁ ଏବଂ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଖାଆନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.