ETV Bharat / sukhibhava

ମହିଳାଙ୍କ ସେକ୍ସୁଆଲ୍ ଡିସଫଙ୍କସନ୍‌

author img

By

Published : Jul 20, 2020, 1:00 AM IST

ଭାରତ କାମସୂତ୍ରର ଦେଶ ହେଲେ ମଧ୍ୟ ସମ୍ଭୋଗ ବା ସେକ୍ସ ବାବଦରେ ଆଜି ବି କେହି ଖୋଲାଖୋଲି ଆଲୋଚନା କରୁନାହାନ୍ତି । ବିଶେଷକରି ମହିଳାମାନେ ସେମାନଙ୍କର ଯୌନ ସମସ୍ୟା ସଂପର୍କରେ କାହାକୁ ଖୋଲାଖୋଲି କହିପାରୁନାହାନ୍ତି । ଏ ପ୍ରସଙ୍ଗ ଆଜି ବି ଭାରତୀୟ ସମାଜରେ ନିଷିଦ୍ଧ । ଅଧିକ ପଢନ୍ତୁ...

sexual dysfunction, sexual dysfunction in female, sexual disorder, sexual disorder in female, sukhibhava, health news, ସେକ୍ସୁଆଲ୍ ଡିସଫଙ୍କସନ୍‌, ମହିଳାଙ୍କଠାରେ ସମ୍ଭୋଗଜନିତ ସମସ୍ୟା, ଯୌନ ସମସ୍ୟା, ମହିଳାଙ୍କ ଯୌନ ସମସ୍ୟା, ସୁଖୀଭବ, ସ୍ବାସ୍ଥ୍ୟ ଖବର
ମହିଳାଙ୍କ ସେକ୍ସୁଆଲ୍ ଡିସଫଙ୍କସନ୍‌

ଭାରତ କାମସୂତ୍ରର ଦେଶ ହେଲେ ମଧ୍ୟ ସମ୍ଭୋଗ ବା ସେକ୍ସ ବାବଦରେ ଆଜି ବି କେହି ଖୋଲାଖୋଲି ଆଲୋଚନା କରୁନାହାନ୍ତି । ବିଶେଷକରି ମହିଳାମାନେ ସେମାନଙ୍କର ଯୌନ ସମସ୍ୟା ସଂପର୍କରେ କାହାକୁ ଖୋଲାଖୋଲି କହିପାରୁନାହାନ୍ତି । ଏ ପ୍ରସଙ୍ଗ ଆଜି ବି ଭାରତୀୟ ସମାଜରେ ନିଷିଦ୍ଧ । ସେଥିପାଇଁ ତ ଭାରତରେ ମହିଳାମାନଙ୍କ ଯୈାନ ସମସ୍ୟା ନେଇ ସେତେଟା ଆଲୋଚନା ହୁଏ ନାହିଁ । ଇଟିଭି ସୁଖୀଭବ ପକ୍ଷରୁ ଏ ପ୍ରସଙ୍ଗରେ ଆଣ୍ଡ୍ରୋଲୋଜିଷ୍ଟ ଡ଼ଃ ରାହୁଲ ରେଡ୍ଡିଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ଡ଼ଃ ରାହୁଲ ଫିମେଲ ସେକ୍ସୁଆଲ୍ ଡିସଫଙ୍କସନ ବାବଦରେ କିଛି ତଥ୍ୟ ରଖିବା ସହ ଓ ଏହାର ଚିକିତ୍ସା ବାବଦରେ ବି ସୂଚନା ଦେଇଛନ୍ତି । ମହିଳାଙ୍କ ମଧ୍ୟରେ ଦୁଇ ପ୍ରକାର ଯୈାନ ସମସ୍ୟା ଦେଖାଯାଏ । ତାହା ହେଲା-

୧. ହାଇପୋଆକ୍ଟିଭ ସେକ୍ସୁଆଲ୍‌ ଡିଜାୟର ଡିଜଅର୍ଡର (ଏଚଏସଡିଡି)

୨. ଅର୍ଗାଜମିକ ଡିଜଅର୍ଡର ଏଚଏସଡିଡିରେ ପୀଡିତ ମହିଳାମାନେ ଯୈାନ ସଂପର୍କିତ କାର୍ଯ୍ୟକଳାପରେ ଆଗ୍ରହ ଦେଖାନ୍ତି ନାହିଁ । ସମ୍ଭୋଗ ପାଇଁ ସେମାନେ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିପାଇଁ ବିଭିନ୍ନ କାରଣ ରହିଛି । ଚାପ ଓ ବୈବାହିକ ବିବାଦ ପ୍ରମୁଖ କାରଣ ବୋଲି ଧରାଯାଏ । ଏଚଏସଡିଡି ହେଉଛି ଏକ ପ୍ରକାର ଫିମେଲ ସେକ୍ସୁଆଲ୍ ଏରାଉଜଲ୍ ଡିଜଅର୍ଡର । ଏ ପ୍ରକାର ରୋଗରେ ମହିଳାମାନଙ୍କ ଶରୀରରେ ଯୌନ ଉତ୍ତେଜନା ଆସେନାହିଁ । ଅର୍ଗାଜମିକ ଡିଜଅର୍ଡର ହେଲେ ମହିଳାମାନଙ୍କ ମଧ୍ୟରେ ସମ୍ଭୋଗ ଭାବନା ଜାତ ହେଲେ ବି ଚରମାନନ୍ଦ ପାଆନ୍ତି ନାହିଁ । ମହିଳାଙ୍କ ଏଭଳି ସ୍ଥିତି ପଛରେ ଏକାଧିକ କାରଣ ଥାଏ ।

ଏଚଏସଡିଡିର କାରଣ ପିଲାବେଳର କୌଣସି ଯୌନଗତ ତିକ୍ତ ଅନୁଭୂତି (ସାଇକୋଲୋଜିକାଲ ବା ସେକ୍ସୁଆଲ ଟ୍ରୋମା), ହରମୋନାଲ ଅସନ୍ତୁଳନ, ବୈବାହିକ ବିବାଦ ଓ ଅବସାଦ ହିଁ ଏଚଏସଡିଡିର ମୂଳ କାରଣ । ଏହି ରୋଗରେ ପୀଡିତା ମହିଳାମାନଙ୍କର ଯୌନଗତ କାମନାରେ ଆଗ୍ରହ ରହେ ନାହିଁ ।

ଅର୍ଗାଜମିକ ଡିଜଅର୍ଡର ପଛର କାରଣ ଯୋନି ସଂପର୍କିତ ବିଭିନ୍ନ କାରଣରୁ ଅର୍ଗାଜମିକ ଡିଜଅର୍ଡର ହୋଇଥାଏ । ଭଜାଏନାଲ ଟିସୁଗୁଡିକୁ ରକ୍ତ ପ୍ରବାହ ହ୍ରାସ, ଉପଯୁକ୍ତ ଷ୍ଟିମୁଲେସନର ଅଭାବ ଓ ବେଳେବେଳେ ପୁରୁଷ ସେକ୍ସୁଆଲ୍ ଡିସଫଙ୍କସନ ଅର୍ଗାଜମିକ୍‌ ଡିଜଅର୍ଡରର କାରଣ ହୋଇଥାଏ । ବେଳେ ବେଳେ ଗୋପନୀୟତାର ଅଭାବ ଓ ପାର୍ଟନରଙ୍କ ସହ ମତଭେଦ ବି ମହିଳାଙ୍କ ଏହି ରୋଗର କାରଣ ହୋଇଥାଏ ।

ସେକ୍ସୁଆଲ୍ ଡିସଫଙ୍କସନ୍ କାହାକୁ ହୋଇପାରେ?

ଯେଉଁ ମହିଳାଙ୍କ ମଧ୍ୟରେ ହାଇପୋଆକ୍ଟିଭ ସେକ୍ସୁଆଲ୍ ଡିଜଅର୍ଡର ସାଧାରଣ । କିନ୍ତୁ 35 ବର୍ଷରୁ ଅଧିକ ବୟସର ମହିଳାମାନେ ଅର୍ଗାଜମିକ୍‌ ଡିଜଅର୍ଡରର ସମ୍ମୁଖୀନ ହୋଇଥାନ୍ତି ।

ଚିକିତ୍ସା:

ଡଃ ରାହୁଲ ରେଡ୍ଡିଙ୍କ ମତରେ ଫିମେଲ ସେକ୍ସୁଆଲ୍ ଡିସଫଙ୍କସନ ପୁରୁଷଙ୍କ ଡିସଫଙ୍କସନ ତୁଳନାରେ ଜଟିଳ ନୁହେଁ । ଉପଯୁକ୍ତ ଆହାର, ନିୟମିତ ବ୍ୟାୟାମ, ପାର୍ଟନରଙ୍କ ପସନ୍ଦ, ନାପସସନ୍ଦ ନେଇ ମୁକ୍ତ ଆଲୋଚନା ଓ ପ୍ରାକୃତିକ ଚିକିତ୍ସା ଦ୍ୱାରା ଫମେଲ ସେକ୍ସୁଆଲ ଡିଜଅର୍ଡର ଦୂର ହୋଇପାରିବ ।

ଫ୍ଲିବାନସେରିନ୍ (ସେକ୍ସ ବଟିକା) ସେବନ କଲେ ଯୌନ କାମନା ଉଦ୍ରେକ ହୋଇପାରିବ । ଏହି ଔଷଧ 3 ରୁ 4 ମାସ ନିୟମିତ ନେବା ଜରୁରୀ । ପରେ ଚାହିଦା ଅନୁସାରେ ଏହି ବଟିକା ନେବା ଦରକାର । ସଠିକ ଫୋର୍ ପ୍ଲେ ଓ ଚାପମୁକ୍ତ ମସ୍ତିଷ୍କ ଦ୍ବାରା ମଧ୍ୟ ଅର୍ଗାଜମିକ ଡିଜଅର୍ଡରର ଚିକିତ୍ସା କରିହେବ ବୋଲି ଡ଼ଃ ରାହୁଲ ରେଡ୍ଡି କହନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.