ETV Bharat / sukhibhava

ସୁଖମୟ ଓ ସନ୍ତୋଷଜନକ ଯୌନ ସମ୍ପର୍କ ପାଇଁ...

କେଉଁ ଯୈାନ ସମ୍ପର୍କରେ ଉନ୍ନତି ଅଣାଯାଇପାରିବ, ତାହା ଜାଣିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ । ଏନେଇ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ମଣିଷର ବିଭିନ୍ନ ଯୌନଗତ ସମ୍ପର୍କରେ ଉପରେ ଅଧିକ ଆଲୋକପାତ କରିବାକୁ ବିଭିନ୍ନ ବିଶେଷଜ୍ଞ ସହ ଆଲୋଚନା କରାଯାଇଛି । ଏନେଇ ଅଧିକ ପଢନ୍ତୁ...

ସୁଖମୟ ଓ ସନ୍ତୋଷଜନକ ଯୌନ ସମ୍ପର୍କ ପାଇଁ...
ସୁଖମୟ ଓ ସନ୍ତୋଷଜନକ ଯୌନ ସମ୍ପର୍କ ପାଇଁ...
author img

By

Published : Mar 30, 2021, 10:06 AM IST

ଯୌନ ସମ୍ପର୍କର ସଂଜ୍ଞା ବଦଳିବାରେ ଲାଗିଛି । କେଉଁ ଯୈାନ ସମ୍ପର୍କରେ ଉନ୍ନତି ଅଣାଯାଇପାରିବ, ତାହା ଜାଣିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ଆଜିକାଲି ଲୋକେ କେଉଁ କେଉଁ ସମ୍ପର୍କରେ ସମ୍ପୃକ୍ତ ହେବା ଚାହାଁନ୍ତି । ସାଂପ୍ରତିକ ସମୟରେ ଅନ୍ତରଙ୍ଗ ସମ୍ପର୍କକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମଟି ଗେଲା ସ୍ଥାୟୀ ଓ ଦୀର୍ଘକାଳୀନ ସମ୍ପର୍କ । ଦ୍ୱିତୀୟଟି ହେଲା ସ୍ୱଳ୍ପ ମିଆଦୀ ବା ଅସ୍ଥାୟୀ ସମ୍ପର୍କ ( ହୁକ୍ ଅପ୍ସ ) । ଦ୍ୱିତୀୟ ସମ୍ପର୍କରେ ମଧ୍ୟରେ ଡେଟିଂ କଲଚର, କାଜୁଆଲ୍ ସେକ୍ସ ଆଦିରେ ସମ୍ପୃକ୍ତ ରହନ୍ତି ଲୋକେ । ଏହା କେବଳ ଶାରୀରିକ ଆବଶ୍ୟକତା ପାଇଁ ଉଦ୍ଦିଷ୍ଟ । ଶେଷଟି ହେଲା ବେଶ୍ୟାବୃତ୍ତି , ଯାହା କି ଅର୍ଥ ବଦଳରେ ସମ୍ଭୋଗ ।

ଇଟିଭି ଭାରତ ସୁଖିଭବଃ ପକ୍ଷରୁ ମଣିଷର ବିଭିନ୍ନ ଯୌନଗତ ସମ୍ପର୍କରେ ଉପରେ ଅଧିକ ଆଲୋକପାତ କରିବା ପାଇଁ ବରିଷ୍ଠ ସାଇକିଆଷ୍ଟ୍ରିଟ୍ ଡକ୍ଟର ବୀଣା କ୍ରିଷନଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ ମତରେ ଦୀର୍ଘକାଳୀନ ବା ସ୍ଥାୟୀ ସମ୍ପର୍କକୁ ଛାଡିଦେଲେ ଲୋକଙ୍କ ମଧ୍ୟରେ ଭାବଗତ ସମ୍ପର୍କ ନ ଥାଏ । ଆମେରିକାନ ସୋସିଓଲୋଜିକାଲ ରିଭ୍ୟୁରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଯେଉଁ ଲୋକେ ଏକ ସ୍ଥାୟୀ ବା ଦୀର୍ଘକାଳୀନ ସମ୍ପର୍କ ରଖନ୍ତି, ସେମାନେ ସମ୍ଭୋଗ ବେଳେ ପ୍ରଫୁଲ୍ଲିତ ରହିବା ସହ ଖୁସି ଓ ରୋମାଞ୍ଚ ଅନୁଭବ କରନ୍ତି । ବିଶେଷକରି ମହିଳାମାନେ ଏସବୁ ଅଧିକ ଅନୁଭବ କରନ୍ତି । ଏହି ସମ୍ପର୍କରେ ଭାବପ୍ରବଣତା ଓ ସମ୍ବେଦନା ରହିଥାଏ । ତେଣୁ ଏ ପ୍ରକାର ସମ୍ପର୍କରେ ମହିଳାମାନେ ସୁରକ୍ଷିତ ଅନୁଭବ କରନ୍ତି ।

ଏ ସନ୍ଦର୍ଭରେ ୨୦୧୫ରେ ସାମାଜିକ ଓ ବ୍ୟକ୍ତିଗତ ସମ୍ପର୍କକୁ ନେଇ ପ୍ରକାଶିତ ଏକ ରିଚର୍ଚ୍ଚ ପେପରରେ କୁହାଯାଇଥିଲା ଯେ, ଏକ ସ୍ଥାୟୀ ସମ୍ପର୍କରେ ସମ୍ଭୋଗ ବେଳେ ମହିଳାମାନେ ଅଧିକ ଥର ଚରମାନନ୍ଦ ଲାଭ କରନ୍ତି । ସ୍ୱଳ୍ପକାଳୀନ ବା କାଜୁଆଲ ସେକ୍ସରେ ଏହା ହୋଇ ନ ଥାଏ । ଅବଶ୍ୟ, ଅନେକ କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ ଭାବପ୍ରବଣତା ବା ସମ୍ବେଦନାର ଅର୍ଥ କିଛି ନ ଥାଏ । ସେମାନେ କେବଳ କାମ ବାସନା ଚରିତାର୍ଥ ପାଇଁ ସମ୍ଭୋଗ କରିଥାନ୍ତି । ଆଉ ଏଥିପାଇଁ ସେମାନେ ହୁକ୍ ଅପ୍ କଲଚର ଓ କାଜୁଆଲ୍ ସେକ୍ସକୁ ପସନ୍ଦ କରିଥାନ୍ତି ।

ଭଲ ଯୌନ ସମ୍ବନ୍ଧ ପାଇଁ ଦରକାର ଭାବନାତ୍ମକ ଅନ୍ତରଙ୍ଗତା

‘ଇଂଟିଗ୍ରେଟିଭ ସେକ୍ସୁଆଲ୍ ହେଲ୍‌ଥ‘ ନାମକ ପୁସ୍ତକରେ ସହ ଲେଖକ ଡକ୍ଟର ବାର୍ଟଲିକ୍ ଲେଖିଛନ୍ତି ଯେ, ଟିଭି ଓ ଫିଲ୍ମରେ ଦେଖାଯାଉଥିବା ଅନ୍ତରଙ୍ଗ ସମ୍ପର୍କ ବାସ୍ତବ ଜୀବନଠାରୁ ଭିନ୍ନ । ଜଣେ ଅଜଣା ଲୋକଙ୍କୁ ପ୍ରଥମ ଥର ପାଇଁ ଭେଟିବା ଓ କୌଣସି ସଠିକ ଯୋଗାଯୋଗ ନ ଥାଇ ଯୌନ ସମ୍ପର୍କ ସ୍ଥାପନ କରିବା ଭାରି ଅବାସ୍ତବ ମନେ ହୁଏ । ତେବେ, ବାସ୍ତବ ରିୟଲ ଲାଇଫରେ ଭଲ ଓ ଆନନ୍ଦଦାୟକ ଶାରୀରିକ ସଂପର୍କ ପାଇଁ ପାର୍ଟନରଙ୍କ ମଧ୍ୟରେ ଅନ୍ତରଙ୍ଗତା ଓ ଆସ୍ଥା ରହିବା ଅତି ଜରୁରୀ । ଏପରି ହେଲେ ହିଁ ସେମାନେ ଖୋଲାଖୋଲି ସେମାନଙ୍କର ପସନ୍ଦ, ନାପସନ୍ଦ ବିନା ଦ୍ୱିଧାରେ ପରସ୍ପରକୁ କହିପାରିବେ ।

ଲେଖକ ବାର୍ଟଲିକଙ୍କ ଅନୁସାରେ ଯୌନ ସମ୍ପର୍କ ପ୍ରସଙ୍ଗରେ ପୁରୁଷ ଓ ମହିଳାଙ୍କ ଧାରଣା ଓ ଆବଶ୍ୟକତା ମଧ୍ୟରେ ଅନେକ ପ୍ରଭେଦ ଥାଏ । ଗୋଟିଏ ପକ୍ଷେ ମହିଳାମାନେ ଫିଲିଂ ଓ ପ୍ରେମ ଦ୍ୱାରା ଜାଗ୍ରତ ହେଉଥିବା ବେଳେ ପୁରୁଷମାନଙ୍କ ପାଇଁ ସେକ୍ସ ଏକ ଭାବନାତ୍ମକ ଅନ୍ତରଙ୍ଗତା ହୋଇଥାଏ । ତେଣୁ ଉଭୟ ପାର୍ଟନର ପରସ୍ପରର ଇଚ୍ଛା ଓ ଭାବନାକୁ ସମ୍ମାନ ଦେବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଲେ ହିଁ ସେମାନଙ୍କ ସମ୍ପର୍କ ଉପଭୋଗ୍ୟ ହୋଇପାରିବ ।

୨୦୧୪ରେ ‘ଇଣ୍ଟରନ୍ୟାସନାଲ ଜର୍ନାଲ୍ ଅଫ କ୍ଲିନିକାଲ ଆଣ୍ଡ୍ ହେଲଥ ସାଇକୋଲୋଜି’ ରେ ପ୍ରକାଶିତ ଏକ ବିଶ୍ଲେଷଣାତ୍ମକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଯଦି ଭାବନାତ୍ମକ ସଂଲଗ୍ନତା ଥାଏ,ତାହା ହେଲେ ପୁରୁଷ ଓ ମହିଳା ପରସ୍ପରର ଇଚ୍ଛାକୁ ପୂରଣ କରିପାରିବେ । ସେମାନେ ଯୈାନଜୀବନକୁ ନିର୍ବିଘ୍ନରେ ଉପଭୋଗ କରିପାରିବେ ।

ଯୌନ ସଂପର୍କରୁ କିଭଳି ଅଧିକ ଖୁସି ମିଳିପାରିବ ?

- ଓମ୍ୟାନ ସେକ୍ସୁଆଲ ହେଲଥ୍ କାନାଜା ରିସର୍ଚ୍ଚ ଚେୟାର ଓ ଭାଙ୍କୋଭର ସ୍ଥିତ ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲୌରି ଏ. ବ୍ରୋଟ୍ଟଙ୍କ ଗବେଷଣା ଅନୁସାରେ ପ୍ରଶିକ୍ଷିତ ମହିଳାମାନେ ସମ୍ଭୋଗ ବେଳେ ସେମାନଙ୍କ ମିଜାଜକୁ ନିୟନ୍ତ୍ରଣ କରିଥାଆନ୍ତି । ସେମାନେ ଚିନ୍ତା, ଅବସାଦ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାରୁ ଆଶ୍ୱସ୍ତି ପାଇଥାନ୍ତି । ସେମାନଙ୍କ ଯୌନ ସମ୍ପର୍କରେ ବି ଉନ୍ନତି ଆସିଥାଏ ।

- ଏକ ସମ୍ପର୍କରେ ଅନେକ ଲୋକ,ବିଶେଷ କରି ମହିଳାମାନେ ସେମାନଙ୍କ ଅନୁଭବ ଓ ଯୈାନ ଆକାଂକ୍ଷା ସମ୍ପର୍କରେ ଖୋଲାଖୋଲି ଭାବେ କହିବାକୁ କୁଣ୍ଠା କରିଥାନ୍ତି । ସମ୍ଭୋଗ ବେଳେ କିଛି ମାନସିକ ସମସ୍ୟା ବି ସେମାନଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ପରିଣାମ ସ୍ୱରୂପ ଯୌନ କାମନା ଉଦ୍ରେକ ହୁଏ ନାହିଁ । ତେଣୁ ଯୌନ କ୍ରିୟା ବେଳେ ଅନ୍ୟ ଆଡେ ଧ୍ୟାନ କେନ୍ଦ୍ରୀଭୂତ ହେବା ଅନୁଚିତ । ଆନନ୍ଦଦାୟକ ଓ ସୁଖଦ ସମ୍ଭୋଗ ପାଇଁ ପାର୍ଟନରକୁ ଉତ୍ସାହିତ କରିବା ଦରକାର ।

- ନ୍ୟୁପୋର୍ଟ ବିଚ୍‌ ସ୍ଥିତ ସଦର୍ନ କାଲିଫର୍ନିଆ ସେଣ୍ଟର ଫର୍ ସେକ୍ସୁଆଲ୍ ହେଲଥର ଏମ୍‌ଡି ଡକ୍ଟର ମିଖାଏଳ କ୍ରିଚମ୍ୟାନଙ୍କ ଅନୁସାରେ ପାର୍ଟନରମାନେ ସେମାନଙ୍କ ଫିଲିଂ ବାବଦରେ ସଚ୍ଚୋଟ ହେବା ଦରକାର । ପରସ୍ପରର ଆଶା, ଆକାଂକ୍ଷା, ଶାରୀରିକ ଆବଶ୍ୟକତା ବାବଦରେ ସେମାନେ ଅବଗତ ହେବା ଦରକାର । ଏପରି ହେଲେ ହିଁ ସମ୍ପର୍କ ସୃଦୃଢ ରହିବ ।

- ଶାରୀରିକ ସମ୍ପର୍କ ବେଳେ ଅନେକ ସମୟରେ ଦେଖାଯାଏ ଯେ, ଲୋକେ ସେମାନଙ୍କ ଓଜନ, ରୂପ ଓ ବୟସ, ଯୌନାଙ୍ଗର ଆକାର ନେଇ ଅସୁରକ୍ଷିତ ମନୋଭାବ ପୋଷଣ କରିଥାନ୍ତି । ଏହା ସେମାନଙ୍କ ଯୈାନ ଜୀବନକୁ ପ୍ରଭାବିତ କରିଥାଏ । କିନ୍ତୁ ଏଭଳି ନକାରାତ୍ମକ ଚିନ୍ତାଧାରାରୁ ଉଭୟ ପୁରୁଷ ଓ ମହିଳା ଦୂରେଇ ରହିବା ଦରକାର । ଏମିତି ଯଦି ହୁଏ, ତାହା ହେଲେ ସେମାନଙ୍କ ଯୈାନ ଜୀବନ ପ୍ରଭାବିତ ହେବ ।

- ଟରଂଟୋ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ବିଭାଗରେ କାର୍ଯ୍ୟରତ ଡକ୍ଟର ଆନ୍ନା ଏମ. ଲୋମାନାଅସ୍କା କହନ୍ତି ଯେ, ଦୂରରେ ଥିଲେ ମଧ୍ୟ ପାର୍ଟନର ସହ ଯୋଗାଯୋଗରେ ରହିବା ଜରୁରୀ । ଯୋଗାଯୋଗରେ ରହିଲେ ସଂପର୍କରେ ଅନ୍ତରଙ୍ଗତା ବଢିବ । ଭଭୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ବଢିବ । ଇଣ୍ଟରନେଟ ଜରିଆରେ ଉଭୟେ ପରସ୍ପର ସହ ଯୋଗାଯୋଗରେ ରହିପାରିବେ । ଏହା ଏକ ସକାରାତ୍ନକ ବାତାବରଣ ସୃଷ୍ଟି କରିବ, ଯାହା କି ଉନ୍ନତ ଯୈାନଜୀବନ ପାଇଁ ବି ସହାୟକ ହେବ ।

ତେଣୁ ଯୈାନ ଆକାଂକ୍ଷା ପୂରଣ ପାଇଁ ପାର୍ଟନରଙ୍କ ମଧ୍ୟରେ ଉନ୍ନତ ବୁଝାମଣା ଓ ସହମତି ରହିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.