ETV Bharat / sukhibhava

ଶାରୀରିକ ସମ୍ପର୍କ ସହ ରହିଛି ନିଦର ସମ୍ପର୍କ, ଜାଣନ୍ତୁ ଏହାର ପ୍ରଭାବ

କୁହାଯାଏ ଯେ, ଭଲ ନିଦ ସହ ଶାରୀରିକ ସମ୍ବନ୍ଧର ସମ୍ପର୍କ ରହିଛି । ଏନେଇ ଅନେକ ଗବେଷଣା ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ

Elements of Healthy Sleep and Sex
Elements of Healthy Sleep and Sex
author img

By

Published : Jun 14, 2023, 7:03 AM IST

ହାଇଦ୍ରାବାଦ: ସେକ୍ସ ବା ଶାରୀରିକ ସମ୍ପର୍କ ସହ ନିଦର ସମ୍ପର୍କ ବିଷୟରେ ପ୍ରାୟ ସବୁ ଜାଣିଥିବେ ବା ଶୁଣିଥିବେ । ଏନେଇ ମଧ୍ୟ ଆଗରୁ ମଧ୍ୟ ଅନେକ ଅଧ୍ୟୟନ କରାଯାଇ ରିପୋର୍ଟ ଦିଆଯାଇଛି । ତେବେ ଅଧ୍ୟୟନରୁ ଜଣାପଡିଛି ଯେ, ଶାରୀରିକ ସମ୍ପର୍କ ପରେ ଭଲ ନିଦ ହୋଇଥାଏ । ଅନ୍ୟପଟେ ଦେଖିବାକୁ ଗଲେ ଶାରୀରିକ ସମ୍ପର୍କ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ । କୁହାଯାଏ ଯେ ଅର୍ଗାଜିମ୍ ପରେ ଶରୀର କିଛି ହରମୋନ୍ କ୍ଷରିତ ହୋଇଥାଏ, ଯାହାର ପ୍ରଭାବ ଆମ ନିଦ ଉପରେ ମଧ୍ୟ ଦେଖାଯାଏ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି, ଇଣ୍ଡିଆନ ବାୟୋମେଟିକାଲ୍ ଏବଂ ଜିନୋମିକ୍ ମଧ୍ୟ ଏହି ତଥ୍ୟକୁ ସଠିକ ଦର୍ଶାଇଛି ।

ଅଧ୍ୟୟନ ସୂଚିତ କରେ ଯେ, ହରମୋନର ପରିବର୍ତ୍ତନ ଯୋଗୁଁ ନିଦ୍ରାହିନତା ହୋଇପାରେ । ତେବେ ଶୋଇବା ପୂର୍ବରୁ ଶାରୀରିକ ସମ୍ପର୍କ କେତେକାଂଶରେ ନିଦ୍ରାରେ ସାହାଯ୍ୟ କରିଥାଏ । ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ହସ୍ତମୈଥୁନ ସହିତ ଯୌନ ସମ୍ପର୍କ ଭଲ ନିଦରେ ସହାୟକ ହୋଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପରିପ୍ରେକ୍ଷୀରେ, ପ୍ରାୟ 50 ଜଣଙ୍କ ଲୋକ ନିଜ ଅଭିଜ୍ଞତା କହିଛନ୍ତି ।

ଲୋକମାନେ କୁହନ୍ତି ଯେ, ଶାରୀରିକ ସମ୍ପର୍କ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ । ନିଦ୍ରାର ଗୁଣରେ ମଧ୍ୟ ସାହାଯ୍ୟ କରେ । ଶାରୀରିକ ସମ୍ପର୍କ ରଖିବା ଦ୍ବାରା ହରମୋନରେ ପରିବର୍ତ୍ତନ ହେବା ସହ ନିକଟତରତା ଏବଂ ନିବିଡ଼ତାର ଭାବନାକୁ ସହଜ କରିଥାଏ, ଯାହା ଆମ ନିଦ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଅନୁସନ୍ଧାନ ମଧ୍ୟ ଏହି ପ୍ରଭାବ ଜାଣିବାକୁ ଚେଷ୍ଟା କରିଯାଇଛି ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନେ କାହିଁକି ଶୀଘ୍ର ଶୋଇପଡିଥାଆନ୍ତି । କେବଳ ଏତିକି ନୁହେଁ, ପୁରୁଷମାନଙ୍କର ଏକ ସାମାଜିକ ଧାରଣା ମଧ୍ୟ ଅଛି ଶାରୀରିକ ସମ୍ପର୍କ ରଖିବା ପରେ ପୁରୁଷମାନଙ୍କୁ ଶୀଘ୍ର ନିଦ ହୋଇଯାଇଥାଏ ।

ଇଣ୍ଡିଆନା ପୋଲିସ୍ ଦ୍ୱାରା ଆୟୋଜିତ SLEEP 2023 ବାର୍ଷିକ ସଭାରେ ଏକ ନୂତନ ସର୍ଭେ ଉପସ୍ଥାପିତ ହୋଇଥିଲା, ଯେଉଁଥିରେ ଅନେକ ରୋଚକ ତଥ୍ୟ ମିଳିଥିଲା । ସର୍ବେକ୍ଷଣରେ କୁହାଯାଇଛି ଯେ ଯେତେବେଳେ 53 ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କର ଶୋଇବା ଅଭ୍ୟାସ ବିଷୟରେ ପଚରାଯାଇଥିଲା, ସେତେବେଳେ ଶୋଇବା ଏବଂ ଯୌନ ସମ୍ବନ୍ଧୀୟ ଅନେକ ତଥ୍ୟ ମିଳିଥିଲା ​। ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକରେ ଶୋଇବାର ଗୁଣ ସହିତ କେବଳ ସେକ୍ସ ଏବଂ ଅର୍ଗାଜିମ୍ ନୁହେଁ, ବରଂ ସ୍ଲିପିଂ ମେଡିସିନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

ସୂଚନା ପ୍ରଦାନ କରି ଡକ୍ଟର ଡଗଲାସ୍ କିର୍ଚ କହିଥିଲେ ଯେ, "ଶୋଇବା ସହ ଶାରୀରିକ ସମ୍ପର୍କ, ଅର୍ଗାଜିମର ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ବିଭିନ୍ନ ପ୍ରକାରର ସୂଚନା ଅଛି । କିନ୍ତୁ ଏହା ବିଷୟରେ ବହୁତ କମ୍ ବୈଜ୍ଞାନିକ ତଥ୍ୟ ଉପଲବ୍ଧ । ଅନଲାଇନ୍ ଏବଂ ଅଫଲାଇନ୍ ମିଡିଆରେ ଭଲ ନିଦ ପାଇଁ ଶାରୀରିକ ସମ୍ପର୍କ ଉପଯୁକ୍ତ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।"

ସ୍ଲିପ 2023 ସର୍ବେକ୍ଷଣରେ, 75% ଅଂଶଗ୍ରହଣକାରୀ ବିଶ୍ବାସ କରିଥିଲେ ଯେ, ଶାରୀରିକ ସମ୍ପର୍କ ସହ ଅର୍ଗାଜିମ ପରେ ଭଲ ନିଦ ହୋଇଥାଏ । 64 ପ୍ରତିଶତ ଅନୁଭବ କରିଛନ୍ତି ଯେ ଶୋଇବା ବଟିକା ସେମାନଙ୍କ ନିଦ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ, ଶୋଇବାରେ ସାହାଯ୍ୟ କରିବା ପାଇଁ ଯୌନ ସମ୍ପର୍କ ମଧ୍ୟ ପ୍ରଭାବଶାଳୀ ବିବେଚନା କରାଯାଉଥିଲା । କିନ୍ତୁ ଏହାର କୌଣସି ବୈଜ୍ଞାନିକ ସମ୍ମତ ପ୍ରମାଣ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.