ETV Bharat / sukhibhava

ଶୀଘ୍ର ପତନ: ଚିନ୍ତାର କାରଣ କି ନାହିଁ ?

ସମ୍ଭୋଗ ପୁରୁଷ-ନାରୀ ସଂପର୍କର ଏକ ଅବିଚ୍ଛେଦ୍ୟ ଅଂଶ । ଏହା ଦଂପତିଙ୍କ ମଧ୍ୟରେ ଅନ୍ତରଂଗ ଭାବ ସୃଷ୍ଟି କରିବା ସହ ସଂପର୍କକ କରିଥାଏ ଦୃଢୀଭୂତ । ହେଲେ ଦାଂପତ୍ୟ ସଂପର୍କରେ ଯଦି ଯୌନ ସମସ୍ୟା ଦେଖାଯାଏ, ତାହା ହେଲେ ଜୀବନ ହୋଇପଡେ ଦୁର୍ବିସହ । କିନ୍ତୁ ମନେ ରଖିବାକୁ ହେବ ଯେ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପରି ଯୌନ ସମସ୍ୟା ମଧ୍ୟ ସାଧାରଣ, ଯାହାର କି ଚିକିତ୍ସା ମଧ୍ୟରେ ଶୀଘ୍ର ପତନ ହେଉଛି ଏପରି ଏକ ଯୌନ ସମସ୍ୟା ।

author img

By

Published : Jul 6, 2020, 3:46 PM IST

ଶୀଘ୍ର ପତନ: ଚିନ୍ତାର କାରଣ କି ନାହିଁ ?
ଶୀଘ୍ର ପତନ: ଚିନ୍ତାର କାରଣ କି ନାହିଁ ?

ସମ୍ଭୋଗ ପୁରୁଷ-ନାରୀ ସଂପର୍କର ଏକ ଅବିଚ୍ଛେଦ୍ୟ ଅଂଶ । ଏହା ଦଂପତିଙ୍କ ମଧ୍ୟରେ ଅନ୍ତରଂଗ ଭାବ ସୃଷ୍ଟି କରିବା ସହ ସଂପର୍କକ କରିଥାଏ ଦୃଢୀଭୂତ । ହେଲେ ଦାଂପତ୍ୟ ସଂପର୍କରେ ଯଦି ଯୌନ ସମସ୍ୟା ଦେଖାଯାଏ, ତାହା ହେଲେ ଜୀବନ ହୋଇପଡେ ଦୁର୍ବିସହ । କିନ୍ତୁ ମନେ ରଖିବାକୁ ହେବ ଯେ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପରି ଯୌନ ସମସ୍ୟା ମଧ୍ୟ ସାଧାରଣ, ଯାହାର କି ଚିକିତ୍ସା ମଧ୍ୟରେ ଶୀଘ୍ର ପତନ ହେଉଛି ଏପରି ଏକ ଯୌନ ସମସ୍ୟା । ସମ୍ଭୋଗ ବେଳେ ପ୍ରବେଶ ବା ପେନେଟ୍ରେସନର ଗୋଟିଏ ମିନିଟ ବା ତାଠାରୁ କମ ସମୟରେ ପୁରୁଷର ସ୍ଖଳନକୁ କୁହାଯାଏ ଶୀଘ୍ର ପତନ ବା ସ୍ଖଳନ । ପ୍ରବେଶ ପରେ ସାଧାରଣତଃ ତିନିରୁ ୫ ମିନିଟ ମଧ୍ୟରେ ସ୍ଖଳନ ହୋଇଥାଏ । ଆଉ ଏହା ହିଁ ସ୍ୱାଭାବିକ ପ୍ରକ୍ରିୟା । ମିନିଟରୁ କମ ସମୟ ମଧ୍ୟରେ ସ୍ଖଳନ ବା ପତନ ହେଲେ ଚିନ୍ତାର ବିଷୟ ନିଶ୍ଚୟ । ଶୀଘ୍ର ପତନ ପଛରେ ଅନେକ କାରଣ ରହିଛି । ଆଜିକାଲି ଅନେକ ପୁରୁଷଙ୍କ ମଧ୍ୟରେ ଶୀଘ୍ର ପତନ ଏକ ବଡ ଯୌନ ସମସ୍ୟା । ଆଂଡ୍ରୋଲୋଜିଷ୍ଟ ଡକ୍ଟର ରାହୁଲ ରେଡ୍ଡୀ କହନ୍ତି ଯେ, ଏ ଯୁଗର ପୁରୁଷମାନେ ଅନେକ ଯୈାନ କ୍ରିୟା ସଂପର୍କିତ ଭିଡିଓ ଦେଖିବା ସହହସ୍ତମୈଥୁନ କରନ୍ତି । ଶୀଘ୍ର ପତନର ଏହା ଏକ ବଡ କାରଣ ବୋଲି ସେ କହନ୍ତି ।

ଶୀଘ୍ର ପତନ ଦୁଇ ପ୍ରକାରର । ଗୋଟିଏ ହେଉଛି ସ୍ଥାୟୀ ବା ଆଜୀବନ ଶୀଘ୍ର ପତନ ଓ ଅନ୍ୟଟି ହେଲା ମାଧ୍ୟମିକ ଶୀଘ୍ର ପତନ । ପ୍ରଥମ ଧରଣର ଶୀଘ୍ର ପତନ ଆରମ୍ଭରୁ ହିଁ ହୁଏ । ପ୍ରଥମ ଥର ଯୈାନ ସଂପର୍କ ବେଳେ ଶୀଘ୍ର ପତନ ସ୍ଥାୟୀ ଶୀଘ୍ର ପତନ ହୋଇଥାଏ । ଦ୍ୱିତୀୟ ଧରଣର ଶୀଘ୍ର ପତନ କହିଲେ ଲୋକଙ୍କଠାରେ ସ୍ଖଳନ ପରେ ଦେଖାଯାଇଥାଏା ଆରମ୍ଭରୁ ସେମାନେ ଏଭଳି ସ୍ଥିତି ଅନୁଭବ କରନ୍ତି ନାହିଁ ।ଶୀଘ୍ର ପତନ ବୟସ୍କ ଓ ଯୁବ ସବୁ ବୟସ ବର୍ଗର ପୁରୁଷଙ୍କଠାରେ ଦେଖାଦେଇଥାଏ । ସ୍ଥାୟୀ ବା ଆଜୀବନ ଶୀଘ୍ର ପତନର ଲୋକେ ମାଧ୍ୟମିକ ଶୀଘ୍ର ପତନ ଲୋକଙ୍କଠାରୁ ଟିକେ ଅଲଗା । କାହିଁକି । ଏହାର କାରଣ ବୁଝାଇବାକୁ ଯାଇ ଡକ୍ଟର ରେଡ୍ଡି କହନ୍ତି ଯେ, ହରମୋନ ଅସନ୍ତୁଳନ, ପରଫରମାନସ ଏନ୍‌ଗଜାଇଟି, ପୂବର୍ର ଯୈାନ କ୍ରିୟାବେଳେ ବିଫଳତା, ପୌରୁଷ ଗ୍ରନ୍ଥିରେ ସଂକ୍ରମଣ, ଅତ୍ୟଧିକ ରୋମାଂଚ, ସଂପର୍କଜନିତ ଅବସାଦ, ଚିନ୍ତା ଭଳି ବର୍ହି କାରଣରୁ ହୋଇଥାଏ ।

ଆରମ୍ଭରୁ ପତନ ସ୍ଥିତି ନ ଥାଏ ।କିନ୍ତୁ ଧୀରେ ଧୀରେ ଏହା ବିକଶିତ ହୁଏ । ସ୍ଥାୟୀ ବା ଆଜୀବନ ଶୀଘ୍ର ପତନର ସ୍ଥିତି ଆରମ୍ଭରୁ ଦେଖାଯାଇଥାଏା ପରେ ଏହା ବିକଶିତ ହୁଏ ନାହିଁ ବୋଲି ଡକ୍ଟର ରେଡ୍ଡି କହନ୍ତି । ଦୁଇ ପ୍ରକାରର ଶୀଘ୍ର ପତନ ରୋଗ ପାଇଁ ଚିକିତ୍ସା ବି ଭିନ୍ନ ଭିନ୍ନ । ସ୍ଥାୟୀ ବା ଆଜୀବନ ଶୀଘ୍ର ପତନ ସ୍ଥିତିର ସାମନା କରୁଥିବା ଲୋକଙ୍କୁ କାଉନସେଲିଂ କରାଯିବା ସହ ମନୋଚିକିତ୍ସା ପ୍ରେରିତ ବିଶ୍ରାମ ବା ଆରାମ କୌଶଳ ଓ ଷ୍ଟପ୍ ଆଣ୍ଡ୍ ଷ୍ଟାର୍ଟ ମେଥଡରେ ଚିକିତ୍ସା କରାଯାଇଥାଏ । ଏଥିସହ କିଛି ପେଲଭିକ୍ ଫ୍ଲୋର ଏକ୍ସରସାଇଜ୍ କରିବାକୁ ବି ରୋଗୀଙ୍କୁ କୁହାଯାଇଥାଏ । ଏଭଳି ସମସ୍ୟାରୁ ମୁକ୍ତ ପାଇହେବ ବୋଲି କୁହାଯାଇ ରୋଗୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଏ । ତେବେ, ଅଲଗା କାରଣରୁ ଏହି ସ୍ଥିତିର ସମ୍ମୁଖୀନ ହେଉଥିବା ରୋଗୀଙ୍କୁ ସେହି କାରଣ ଅନୁସାରେ ଚିକିତ୍ସା କରାଯାଇଥାଏ ବୋଲି କହନ୍ତି ଡକ୍ଟର ରେଡ୍ଡି ।

ଏଗୁଡିକ ମୌଳିକ ଚିକିତ୍ସା ହେଲେ ବି ଔଷଧ ଦ୍ୱାରା ହିଁ ପ୍ରକୃତ ଚିକିତ୍ସା କରାଯାଏ । ୮୦ ପ୍ରତିଶତ ପୁରୁଷ ଔଷଧ ଦ୍ୱାରା ଭଲ ହୋଇଯାଆନ୍ତି । ଖୁବ୍ କମ ଲୋକଙ୍କଠାରେ ହିଁ କୌଣସି ଉନ୍ନତି ପରିଲକ୍ଷିତ ହୁଏ ନାହିଁ । ଯେଉଁମାନେ ଭୀଷଣ ଭାବେ ଅବସାଦଗ୍ରସ୍ତ, ସେମାନଙ୍କର ଖୁବ କମ ସମୟ ମଧରେ ସ୍ଖଳନ ହୋଇଥାଏ । ଏ ଧରଣର ଲୋକଙ୍କ କ୍ଷେତ୍ରରେ ଔଷଧ କାଟୁ କରେ ନାହିଁ । ଏଭଳି ଲୋକଙ୍କଠାରେ ଶୀଘ୍ର ପତନ ଭଲ କରିବା ପାଇଁ ନିର୍ଦ୍ଦିଷ୍ଟ ସର୍ଜରୀ ରହିଛି । କିନ୍ତୁ ସର୍ଜରୀ ଶେଷ ବିକଳ୍ପ ବୋଲି ଡକ୍ଟର ରେଡ୍ଡି କହନ୍ତି । ଯୌନ ଜୀବନ ପ୍ରଭାବିତ ହେଉଥିବାରୁ ଶୀଘ୍ର ପତନ ଅନେକ ପୁରୁଷଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ । ଏହାର କୁପରିଣାମ ସ୍ୱରୂପ ଦାଂପତ୍ୟ ଜୀବନ ବାଧାପ୍ରାପ୍ତ ହୁଏ । ବୌବାହିକ ଜୀବନର ଝଡ ଆସେ । ଖୁବ କମ ବୟସରୁ ( ୧୩, ୧୪ବର୍ଷ ବୟସରୁ ) ହସ୍ତମୈଥୁନ ଓ ପର୍ନ ଫିଲ୍ମ ଦେଖିବା ହେଉଛି ଶୀଘ୍ର ପତନର ପ୍ରମୁଖ କାରଣ । ତେବେ, ଚିନ୍ତାଶୂନ୍ୟ ଜୀବନଯାପନ ଓ ପ୍ରଦର୍ଶନ ନେଇ ଅଧିକ ଚିନ୍ତିତ ନହେବା ଦ୍ୱାରା ହିଁ ଶୀଘ୍ର ପତନ ସମସ୍ୟାକୁ ନିୟନ୍ତ୍ରିତ କରିହେବ ବୋଲି କହନ୍ତି ଡକ୍ଟର ରାହୁଲ ରେଡ୍ଡି । ଡକ୍ଟର ରାହୁଲ ରେଡ୍ଡିଙ୍କ ସହ ତାଙ୍କ ଇମେଲ ଜରିଆରେ ଯୋଗାଯୋଗ କରିହେବ ।

ଇମେଲଟି ହେଲା-andrologistdoctor@gmail.com

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.