ETV Bharat / sukhibhava

କୋଭିଡ ସୁସ୍ଥତା ପରବର୍ତ୍ତୀ ଦୁର୍ବଳତା ସହ ଖାପ ଖୁଆଇବେ କିପରି ?

କୋଭିଡକୁ ମାତ ଦେଇଥିବା ଅନେକ ଲୋକଙ୍କଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପରିଲକ୍ଷିତ କରାଯାଇଛି । କୋଭିଡରୁ ସୁସ୍ଥ ହୋଇଥିଲେ ମଧ୍ୟ ସେମାନେ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଛନ୍ତି । ଅଧିକ ପଢନ୍ତୁ...

କୋଭିଡ ସୁସ୍ଥତା ପରବର୍ତ୍ତୀ ଦୁର୍ବଳତା ସହ ଖାପ ଖୁଆଇବେ କିପରି

author img

By

Published : May 12, 2021, 10:14 PM IST

କୋଭିଡରୁ ସୁସ୍ଥ ହେଉଥିବା ପ୍ରାୟ ସବୁ ରୋଗୀ କିଛି ନା କିଛି ଜଟିଳତା ଓ ଦୁର୍ବଳତା ବାବଦରେ ଅଭିଯେଗ କରୁଛନ୍ତି । ଅତିଶୟ କ୍ଲାନ୍ତି, ଦୁର୍ବଳତା,ନିଦୁଆ ନିଦୁଆ ଅନୁଭବ କରିବା ଭଳି ଲକ୍ଷଣ ସଂପର୍କରେ ରୋଗୀମାନେ ଅଭିଯୋଗ କରୁଛନ୍ତି । ଗୋଟିଏ ଛୋଟ କାମ କଲେ ବି ଲୋକଙ୍କୁ ଅଧିକ କ୍ଲାନ୍ତ ଲାଗୁଛି । ଏଥିପାଇଁ ହିଁ ଡାକ୍ତରମାନେ କୋଭିଡରୁ ସୁସ୍ଥ ହେଲେ କୌଣସି କଠିନ ଶାରୀରିକ କାମ ନ କରିବାକୁ ପରାମର୍ଶ ଦିଅନ୍ତି । ତେବେ କୋଭିଡରୁ ସୁସ୍ଥ ହେଲା ପରେ କାହିଁକି କିଛି ସ୍ବାସ୍ଥ୍ୟଗତ ଜଟିଳତା, ଦେଖାଯାଏ ସେ ସଂପର୍କରେ ଆମେ ଡାକ୍ତର ଡକ୍ଟର ସଞ୍ଜୟ କେ. ଜୈନଙ୍କ ସହ ଆଲୋଚନା କରିଥିଲୁ।

କୋରୋନାର ଦ୍ବିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଅଧିକରୁ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଅନ୍ୟପଟେ କୋଭିଡରୁ ସୁସ୍ଥ ହେଉଥିବ ଲୋକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ କୋଭିଡକୁ ମାତ ଦେଇଥିବା ଅନେକ ଲୋକଙ୍କଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପରିଲକ୍ଷିତ କରାଯାଇଛି । କୋଭିଡରୁ ସୁସ୍ଥ ହୋଇଥିଲେ ମଧ୍ୟ ସେମାନେ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଛନ୍ତି । ଦୁର୍ବଳତା ସହ ଆଳସ୍ୟପରାୟଣତା ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦୀର୍ଘକାଳୀନ ଭାବେ ଦେଖାଯାଉଛି । ଇଟିଭି ଭାରତ ସୁଖିଭବଃ ସହ ଆଲୋଚନାରେ ଡକ୍ଟର ସଞ୍ଜୟ କେ.ଜୈନ ଏହାର କାରଣ ସଂପର୍କରେ କହିଛନ୍ତି । ଏଥିସହ ଏସବୁ ସହ କିଭଳି ଖାପ ଖୁଆଯାଇପାରିବ, ସେ ନେଇ ମଧ୍ୟ କହିଛନ୍ତି ଡକ୍ଟର ଜୈନ ।

କୋଭିଡ ପରବର୍ତ୍ତୀ ଦୁର୍ବଳତା କାହିଁକି ଦେଖାଯାଏ ?

କୋଭିଡ ପରବର୍ତ୍ତୀ ଦୁର୍ବଳତାର ଅନେକ କାରଣ ଥାଇପାରେ ବୋଲି ଡକ୍ଟର ସଂଜୟ ଜୈନ କହନ୍ତି । କିଛି କାରଣ ହେଲା –

. ସଂକ୍ରମଣ ପରବର୍ତ୍ତୀ ଦୁର୍ବଳତା

ସବୁ ସଂକ୍ରାମକ ରୋଗ କିଛି ପରିମାଣରେ ଦୁର୍ବଳତା ସୃଷ୍ଟି କରନ୍ତି । କୋଭିଡ-୧୯ ମହାମାରୀର କାରଣ ବନିଥିବା ଏସଏଆରଏସ୍ ସିଓଭି-୦୨ ବେଶ ମାରାତ୍ମକ ହୋଇଥିବାରୁ ଏହା ଲୋକଙ୍କୁ ତୀବ୍ର ଭାବେ ପ୍ରଭାବିତ କରିଥାଏ । ଏହି କାରଣରୁ ରୋଗୀଙ୍କଠାରେ ଦୀର୍ଘଦିନ ଯାଏ ଦୁର୍ବଳତା ଦେଖାଯାଏ ।

. ଶକ୍ତିଶାଳୀ ଔଷଧର ପ୍ରଭାବ

ସଂକ୍ରମିତ ରୋଗୀମାନଙ୍କୁ ଅତି ଶକ୍ତିଶାଳୀ ଆଂଟିବାୟୋଟିକ,ଆଂଟି ଭାଇରାଲ ଔଷଧ ସେବନ ପାଇଁ ଦିଆଯାଏ । ବିଶେଷ କରି ଅଧିକମାତ୍ରାରେ ସଂକ୍ରମିତ ରୋଗୀଙ୍କୁ ଏଭଳି ଶକ୍ତିଶାଳୀ ଔଷଧ ଦିଆଯାଏ । ରୋଗୀ ସୁସ୍ଥ ହେଲା ପରେ ବି ଦୁର୍ବଳ ଅନୁଭବ କରିବାର ଏହା ବି ଗୋଟିଏ ପ୍ରମୁଖ କାରଣ ।

. କମ ଭୋକ ହେବା

କୋଭିଡ ଆକ୍ରାନ୍ତ ବ୍ୟକ୍ତିର ଖାଦ୍ୟପେୟ ଠିକ ରହି ନଥାଏ । ତାକୁ ଭୋକ ହୁଏ ନାହିଁ ବା କମ ଭୋକ ହୋଇଥାଏ । ସ୍ବାଦ ବାରିପାରେ ନାହିଁ ରୋଗୀ । ସେଥିପାଇଁ ତାକୁ ଖାଇବାକୁ ଇଚ୍ଛା ହୁଏ ନାହିଁ । ତେଣୁ ସୁସ୍ଥ ହେଲା ପରେ ବି ରୋଗୀ ଦୁର୍ବଳ ଅନୁଭବ କରିଥାଏ । ଆଉ ଏହି ଦୁର୍ବଳତା ବେଶ କିଛି ଦିନ ଧରି ଲାଗି ରହେ । ସୁସ୍ଥ ହେବାର ୪ରୁ ୬ ସପ୍ତାହ ପରେ ବି ରୋଗୀକୁ ସ୍ବାଭାବିକ ଭୋକ ହେବା ଆରମ୍ଭ ହୁଏ ।

. ଅନ୍ୟ କିଛି ସ୍ଥିତି

କୋଭିଡ -୧୯ ଆକ୍ରାନ୍ତ ବ୍ୟକ୍ତିର ଅନ୍ୟ କିଛି ରୋଗ ବା ସ୍ୱାସ୍ଥ୍ୟଗତ ଜଟିଳତା ଥିଲେ ବି ସମସ୍ୟା ସୃଷ୍ଟି ହୁଏ । ହେପାଟାଇଟିସ୍‌, ଔଷଧ ସେବନ ଯୋଗୁଁ ଅନିୟନ୍ତ୍ରିତ ବ୍ଲଡ୍ ସୁଗାର ଓ ପ୍ରି-ଏକ୍ସିଟିଂ ଡାଇବେଟିସ ଭଳି ସ୍ଥିତି ବି କୋଭିଡ ପରବର୍ତ୍ତୀ ଅବସ୍ଥାରେ ସମସ୍ୟା ସୃଷ୍ଟି କରେ ।

. କ୍ଲାନ୍ତ ଶରୀର

ଥରେ ଭୂତାଣୁ ଆମ ଶରୀରରେ ପ୍ରବେଶ କଲେ, ଆମ ଶରୀର ତାକୁ ପ୍ରତିହତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରେ । ଏହି ପ୍ରକ୍ରିୟା ଯୋଗୁଁ ଶରୀର ଅବଶ ହୋଇଯାଏ । ପ୍ରତିରୋଧକ ଶକ୍ତି ହ୍ରାସ ପାଇଯାଏ । ତେଣୁ ସୁସ୍ଥ ହେଲା ପରେ ବି ଦୁର୍ବଳ ଲାଗେ ।

. ମାନସିକ ସ୍ବାସ୍ଥ୍ୟ

ଶାରୀରିକ ସ୍ବାସ୍ଥ୍ୟରେ ପ୍ରତିଫଳିତ ହୁଏ ଆମର ମାନସିକ ସ୍ୱାସ୍ଥ୍ୟ । କୋରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କ ମନରେ ଭୟ, ଆଶଙ୍କା ଓ ଛାନିଆ ମନୋଭାବ ସୃଷ୍ଟି କରିଛି । ଆମ ଚାରିପାଖରେ ନକାରାତ୍ମକତା ସୃଷ୍ଟି ହେଉଛି । ଏସବୁ ସ୍ଥିତି ମାନସିକ ଅବସ୍ଥାକୁ ବିଗାଡିଦିଏ । ଆଉ ଏହାର ପ୍ରଭାବ ଶରୀର ଉପରେ ବି ପଡେ ।

କିଭଳି ପ୍ରତିକାର କରିବା ?

କୋଭିଡ-୧୯ ରୋଗୀମାନଙ୍କ ଦୁର୍ବଳତା ବେଶୀ ଦିନ ରହେ । ସୁସ୍ଥ ହେବାର ୧୪ ଦିନ ଯାଏଁ ବି ସଂପୃକ୍ତ ବ୍ୟକ୍ତି ଦୁର୍ବଳ ଅନୁଭବ କରେ । ତେଣୁ ଏହା ସହିତ ଖାପ ଖୁଆଇବା ପାଇଁ କିଛି ପରାମର୍ଶ ଦେଇଛନ୍ତି ଡକ୍ଟର ଜୈନ।

ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ସକାରାତ୍ମକ ବାତାବରଣ ଜରୁରୀ । ରୋଗୀଙ୍କୁ ଦେଖିବା ବେଳେ ସେ ଠିକ ଅଛନ୍ତି ଓ ଖୁବ ଶୀଘ୍ର ଭଲ ହୋଇଯିବେ ସେ କହିଥାନ୍ତି ବୋଲି ଡକ୍ଟର ସଂଜୟ ଜୈନ କହନ୍ତି । ରୋଗ, ବ୍ୟକ୍ତିର ମାନସିକ ସ୍ଥିତିକୁ ପ୍ରଭାବିତ ନ କରିବା ସେ ଚାହାନ୍ତି ନାହିଁ ବୋଲି ଡକ୍ଟର ଜୈନ କହନ୍ତି । ରୋଗୀର ମନୋବଳ ବୃଦ୍ଧି କରିବା ସହ ସକାରାତ୍ମକ ମନୋଭାବ ଜରୁରୀ । ଏହାସହ ସୁସ୍ଥ ହେଲା ପରେ ରୋଗୀକୁ ସ୍ୱାଭାବିକ ଆହାର ନେବା ଦରକାର । ସୁସ୍ଥ ହୋଇଥିବା ଲୋକ ଉତ୍ତ ପୋଷଣ ଯୁକ୍ତ ଆହାର ଖାଇବା ଉଚିତ । ଫୁସଫୁସ ଟିସୁର ସକ୍ରିୟତା ପାଇଁ ଏହା ଜରୁରୀ । ତେଣୁ କ୍ଷୀର, ପନୀର, ବାଦାମ ଆଦି ଖାଦ୍ୟ ଆହାରରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏହାଛଡା ସଂପୃକ୍ତ ବ୍ୟକ୍ତିର ସ୍ୱାଦ ଅନୁସାରେ ବିଭିନ୍ନ ଭିଟାମିନ ଓ ଜିଙ୍କ ସପ୍ଲିମେଂଟ ଡୋଜ ଦୀର୍ଘଦିନ ଧରି ଦିଆଯାଇପାରେ । କୋଭିଡରୁ ସୁସ୍ଥ ହେଲା ପରେ ରୋଗୀ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ ପାଇଁ ସ୍ପିରୋମିଟର ଡିଭାଇସ ବ୍ୟବହାର କରାଯାଇପାରେ । ଏହାଛଡା ଫୁସଫୁସର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରାଣାୟମର ସହାୟତା ନେଲେ ଭଲ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ନକାରାତ୍ମକରୁ ଦୂରେଇ ରହିବା ଦରକାର । କିଛି ସମୟ ପାଇଁ ଖବରକାଗଜ ପଢିବା ଓ ନ୍ୟୁଜ ଚ୍ୟାନେଲ ଦେଖିବାରୁ ବିରତ ରହନ୍ତୁ । ସୋସିଆଲ ମିଡିଆରୁ ଦୂରେଇ ଯାଇ ଏକ ଭଲ ମନୋରଂଜନକାରୀ ଫିଲ୍ମ ଦେଖନ୍ତୁ ନ ହେଲେ ଭଲ ବହି ପଢନ୍ତୁ । ସକାରାତ୍ମକ ବାତାବରଣ ସୃଷ୍ଟି କରି ଆରାମ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.