ETV Bharat / sukhibhava

ଅନୁସନ୍ଧାନ: ଖରାପ ନିଦ୍ରା କିଶୋରମାନଙ୍କ ମଲ୍ଟିପଲ୍ ସ୍କ୍ଲେରୋସିସ୍ ବିପଦ ସହ ଜଡିତ

7 ଘଣ୍ଟାରୁ କମ୍ ସମୟ ଶୋଉଥିଲେ ସାବଧାନ ହୋଇଯାଉଛି । ଏକ ନୂତନ ଅନୁସନ୍ଧାନ ଅନୁସାରେ ଏହି ଅବହେଳା ମଲ୍ଟିପଲ୍ ସ୍କ୍ଲେରୋସିସ୍ (MS) ହେବାର ପରବର୍ତ୍ତୀ ବିପଦ ସହିତ ଜଡିତ । ଅଧିକ ପଢନ୍ତୁ

author img

By

Published : Jan 25, 2023, 2:33 PM IST

Poor sleep quality
Poor sleep quality

ଲଣ୍ଡନ: ନିଦ ଆମ ସାମୂହିକ ସ୍ବାସ୍ଥ୍ୟ ବଜାୟ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସ୍ବଳ୍ପ ନିଦ୍ରାରେ ଅନେକ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ନିକଟରେ ନିଦ୍ରାହୀନତାକୁ ନେଇ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କିଶୋର ଅବସ୍ଥାରେ ଅତି କମରେ ସାତ ଘଣ୍ଟାକୁ କମ୍ ଶୋଇଲେ, ମଲ୍ଟିପଲ୍ ସ୍କ୍ଲେରୋସିସ୍ (MS) ହେବାର ପରବର୍ତ୍ତୀ ବିପଦ ସହିତ ଜଡିତ ବୋଲି ଜଣାପଡିଛି । ଜର୍ଣ୍ଣାଲ ଅଫ୍ ନ୍ୟୁରୋଲୋଜି ନ୍ୟୁରୋ ସର୍ଜରୀ ଏବଂ ସାଇକିଆଟ୍ରିରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।

ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ମଲ୍ଟିପଲ୍ ସ୍କ୍ଲେରୋସିସ୍ ଉଭୟ ଜେନିଟିକ୍ ଅର୍ଥାତ୍ ବଂଶଗତ ଏବଂ ଧୂମପାନ, କିଶୋରାବସ୍ଥାରେ ଓଜନ(Body Mass Index, BMI), ଏପଷ୍ଟାଇନ୍-ବାର୍ ଭାଇରସ୍ ସଂକ୍ରମଣ, ପରିବେଶ ପ୍ରଦୂଷଣ, ଭିଟାମିନ-ଡି ଅଭାବ ଆଦି କାରଣରୁ ହୋଇଥାଏ । ବିଶେଷତଃ ଅଳ୍ପ ବୟସରେ ଶିଫ୍ଟ କାର୍ଯ୍ୟ ମଧ୍ୟ ଅଧିକ ବିପଦ ସହିତ ଜଡିତ ହୋଇଛି । (ଶିଫ୍ଟ କାର୍ଯ୍ୟ ଅର୍ଥାତ୍ ବୃତ୍ତିଗତ କର୍ମକ୍ଷେତ୍ର କାରଣରୁ ବିଭିନ୍ନ ସମୟରେ ଅନିଦ୍ରା ହୋଇ କାର୍ଯ୍ୟ କରିବା କିମ୍ବା ନିଦ୍ରାର ବ୍ୟାହାତ) ।

ଷ୍ଟକହୋମ ୟୁନିଭରସିଟି ଏବଂ କାରୋଲିନସ୍କା ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀମାନେ ସ୍ବିଡେନର ଜନସଂଖ୍ୟା ଆଧାରିତ କେସ୍-କଣ୍ଟ୍ରୋଲ୍ ଷ୍ଟଡି, ଏପିଡେମୋଲୋଜିକାଲ୍ ଇନଭେଷ୍ଟିଗେସନ୍ ଅଫ୍ ମଲ୍ଟିପଲ୍ ସ୍କ୍ଲେରୋସିସ୍ (EIMS) ର 16-70 ବର୍ଷ ବୟସ୍କ ସ୍ବିଡେନ ବାସିନ୍ଦାଙ୍କୁ ନେଇ ଏହି ଅନୁସନ୍ଧାନ କରିଥିଲେ । MS(ମଲ୍ଟିପଲ୍ ସ୍କ୍ଲେରୋସିସ୍) ଥିବା ଲୋକଙ୍କୁ ଡାକ୍ତରଖାନା ଏବଂ ବ୍ୟକ୍ତିଗତ ଭାବରେ ପରିଚାଳିତ ସ୍ନାୟୁବିଜ୍ଞାନ କ୍ଲିନିକରେ ରଖାଯାଇଥିଲା ଏବଂ 2005, 2013 ରୁ 2015 ଏବଂ 2018 ମଧ୍ୟରେ ଜାତୀୟ ଜନସଂଖ୍ୟା ପଞ୍ଜିକରଣରୁ ମନଇଚ୍ଛା ମନୋନୀତ ଦୁଇଜଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ସେମାନଙ୍କ ବୟସ, ଲିଙ୍ଗ ଏବଂ ଆବାସିକ କ୍ଷେତ୍ର ଆଧାରରେ ତୁଳନା କରାଯାଉଥିଲା ।

ଅନୁସନ୍ଧାନକାରୀମାନେ 15 ରୁ 19 ବର୍ଷ ବୟସରେ ଶୋଇବା ଶୈଳୀ ଉପରେ ଧ୍ୟାନ ଦେଇଥିଲେ ଏବଂ ଚୂଡ଼ାନ୍ତ ବିଶ୍ଳେଷଣରେ 2,075 ଜଣଙ୍କୁ MS ଏବଂ 3,164 ଜଣ ଏହି ବୟସ ବର୍ଗରେ ବିନା ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିଥିଲେ । ଅଧ୍ୟୟନର ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ବୟସରେ ସେମାନଙ୍କର ଶୋଇବା ଶୈଳୀ ବିଷୟରେ ପଚରା ଯାଇଥିଲା । ଏଥିରେ ସେମାନେ ସ୍କୁଲ୍ ସମୟ ଏବଂ କାର୍ଯ୍ୟକ୍ଷେତ୍ରରେ କେତେ ସମୟ ଶୋଉଛନ୍ତି ଏବଂ ଛୁଟି ଦିନ କିମ୍ବା ଅନ୍ୟାନ୍ୟ ଫାଙ୍କା ସମୟରେ କେତେ ସମୟ ଶୋଇଥାନ୍ତି ସେ ବାବଦରେ ପଚରା ଯାଇଥିଲା । କମ୍ ନିଦ୍ରାକୁ ପ୍ରତି ରାତିରେ 7 ଘଣ୍ଟାରୁ କମ୍ ଶୋଇଥିବା ଶ୍ରେଣୀରେ, 7-9 ଘଣ୍ଟା ପରି ପର୍ଯ୍ୟାପ୍ତ ନିଦ ଏବଂ 10 କିମ୍ବା ଅଧିକ ଘଣ୍ଟା ପରି ଦୀର୍ଘ ନିଦ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଧ୍ୟୟନର ଅଂଶଗ୍ରହଣକାରୀମାନଙ୍କୁ 5-ପଏଣ୍ଟ ସ୍କେଲ ବ୍ୟବହାର କରି ବିଭିନ୍ନ ବୟସ ଅବଧିରେ ଶୋଇବା ଗୁଣର ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା ।

ଏଥିରୁ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯୁବାବସ୍ଥାରେ ଶୋଇବାର ଅବଧି ଏବଂ ଗୁଣ ମଲ୍ଟିପଲ୍ ସ୍କ୍ଲେରୋସିସ୍ ରୋଗ ନିର୍ଣ୍ଣୟ ହେବାର ଆଶଙ୍କା ସହିତ ଜଡିତ ଥିଲା । କମ୍ ସମୟ ଏବଂ ନିଦ୍ରାର ଖରାପ ଗୁଣ କାରଣରୁ ଏହି ସମସ୍ୟା ମଧ୍ୟ ବୃଦ୍ଧି ପାଉଥିବା ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । କିଶୋର ଅବସ୍ଥାରେ ରାତିରେ 7-9 ଘଣ୍ଟାରୁ କମ୍ ଶୋଇବା ପରବର୍ତ୍ତୀ ସମୟରେ ମଲ୍ଟିପଲ୍ ସ୍କ୍ଲେରୋସିସ୍‌ର ବିକାଶ ହେବାର 40% ବୃଦ୍ଧି ସହିତ ଜଡିତ ବୋଲି ସେମାନେ କହିଛନ୍ତି ।

ଅଧ୍ୟୟନ ଅନୁଯାୟୀ, ସପ୍ତାହ ଶେଷରେ କିମ୍ବା ଖାଲି ଦିନରେ ଦୀର୍ଘ ନିଦ, ବର୍ଦ୍ଧିତ ମଲ୍ଟିପଲ୍ ସ୍କ୍ଲେରୋସିସ୍ ବିପଦ ସହିତ ଜଡିତ ନଥିଲା । ସେହିଭଳି, ଏହି ସମୟ ମଧ୍ୟରେ ଖରାପ ନିଦ୍ରାର ଗୁଣବତ୍ତା ମୂଲ୍ୟାଙ୍କନ କରାଯାଇ ଏହି ଅବସ୍ଥା ହେବାର 50% ଅଧିକ ବିପଦ ସହିତ ଜଡିତ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତି ଯେ, "ଅନୁସନ୍ଧାନକୁ ଆହୁରି ସତର୍କତାର ସହିତ ବ୍ୟାଖ୍ୟା କରାଯିବାର ଆବଶ୍ୟକତା ରହିଛି, ଯେଉଁଠାରେ ଖରାପ ନିଦ ଅନ୍ୟ କାରଣ ଅପେକ୍ଷା ସ୍ନାୟୁଗତ କ୍ଷତିର ପରିଣାମ ହୋଇପାରେ ।" ତେବେ କହି ରଖୁଛୁ ଯେ, ମଲ୍ଟିପଲ୍ ସ୍କ୍ଲେରୋସିସ୍ ହେଉଛି ଏକ ବ୍ୟାଧି, ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡ଼ିକର ପ୍ରତିରକ୍ଷା ଆବରଣ ଉପରେ ପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.