ETV Bharat / sukhibhava

Poor Air Quality: ବିଗିଡୁଛି ଦିଲ୍ଲୀର ବାୟୁ ଗୁଣାବତ୍ତା, ହୋଇପାରେ ଗମ୍ଭୀର ରୋଗ - ପ୍ରଦୂଷଣ ଯୋଗୁଁ କ୍ରନିକ ରୋଗର ଆଶଙ୍କା ଅଧିକ

ବିଗିଡୁଛି ଦିଲ୍ଲୀର ବାୟୁ ଗୁଣାବତ୍ତା । ପ୍ରଦୂଷଣ ଯୋଗୁଁ କ୍ରନିକ ରୋଗର ଆଶଙ୍କା ଅଧିକ। ଅଧିକ ପଢନ୍ତୁ

Poor Air Quality
Poor Air Quality
author img

By ETV Bharat Odisha Team

Published : Oct 16, 2023, 6:09 PM IST

ହାଇଦ୍ରାବାଦ: ଦୀପାବଳି ପୂର୍ବରୁ ହିଁ ରାଜଧାନୀ ଦିଲ୍ଲୀର ବାୟୁ ଗୁଣାବତ୍ତା କମିବାରେ ଲାଗିଛି । ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଉଛି ବୋଲି ଜଣାଯାଇଛି । ଜାତୀୟ ରାଜଧାନୀରେ ବାୟୁ ଗୁଣାବତ୍ତା 245 AQI ରେକର୍ଡ କରାଯାଇଛି । ରବିବାର ବାୟୁ ଗୁଣାବତ୍ତା ଅଧିକ ଖରାପ ରହିଥିବା ଜଣାପଡିଛି ।

ସୋମବାର ସକାଳେ ବାୟୁ ଗୁଣବତ୍ତା ଉନ୍ନତ ହୋଇଥିଲେ ମଧ୍ୟ ମଧ୍ୟମ ସ୍ତରରେ ରେକର୍ଡ କରାଯାଇଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଅକ୍ଟୋବର 16 ତାରିଖ ସକାଳ 7ଟା ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ 199 ରହିଥିଲା । ସେହିପରି ଏନସିଆର ନୋଏଡାରେ ସୂଚକାଙ୍କ 200 ରହିଥିବା ବେଳେ ଗାଜିଆବାଦରେ 174 ଏବଂ ଗ୍ରେଟର ନୋଏଡାରେ 260 ରେକର୍ଡ କରାଯାଇଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବାୟୁ ଗୁଣାବତ୍ତା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସ୍ବାସ୍ଥ୍ୟବସ୍ଥା ବିଗିଡିବାର ସମ୍ଭାବନା ଅଧିକ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ କିଛି ବର୍ଷ ଧରି ଦୀପାବଳି ପରେ ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ପୂର୍ବରୁ ବାୟୁ ଗୁଣାବତ୍ତା ନିମ୍ନମାନର ରେକର୍ଡ କରାଯାଇଛି । ଯାହାକି ଏକ ପ୍ରକାର ଚିନ୍ତାଜନକ ରିପୋର୍ଟ ଅଟେ । ବାୟୁ ପ୍ରଦୂଷଣର ସ୍ତର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ବଢାଇଥାଏ ବୋଲି ବିବେଚନା କରାଯାଏ । ତେଣୁ ସତର୍କ ରହିବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଉଛି । ପ୍ରଦୂଷିତ ବାୟୁରେ ଥିବା କଣିକା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।

ଏହା ମଧ୍ୟ ପଢନ୍ତୁ: ଚିକାଗୋ ବିଶ୍ବବିଦ୍ୟାଳୟର ସର୍ଭେ ରିପୋର୍ଟରେ ଖୁଲାସା, ପ୍ରଦୂଷଣ ପାଇଁ 5 ବର୍ଷ କମୁଛି ଆୟୁଷ

ବାୟୁ ପ୍ରଦୂଷଣ ଶରୀର ଉପରେ କେଉଁ ପ୍ରଭାବ ପକାଏ: ବାୟୁ ପ୍ରଦୂଷଣର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯେତେବେଳେ ପ୍ରଦୂଷିତ ବାୟୁ ନିଶ୍ବାସରେ ନେଇଥାଉ ସେତେବେଳେ ଏହି କଣିକା ରକ୍ତରେ ପ୍ରବେଶ କରିଥାଏ । ଫଳରେ କାଶ, ଛିଙ୍କ ଆଖି ସମସ୍ୟା ଏବଂ ଫୁସଫୁସରେ ସମସ୍ୟା ଦେଖାଯାଇଥାଏ। ଯଦି ଦୀର୍ଘ ଦିନ ଧରି ଉକ୍ତ ପରିବେଶରେ ରହିବା ଦ୍ବାରା ଷ୍ଟ୍ରୋକ, ଡିମେନ୍ସିଆ ଭଳି ଗମ୍ଭୀର ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଦିଲ୍ଲୀରେ ବାୟୁ ଗୁଣବତ୍ତା ଖରାପ ସ୍ତର ଆଡକୁ ଗତି କରୁଥିବା ବେଳେ ଏଭଳି ସମସ୍ୟା ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି ।

ଗମ୍ଭୀର ରୋଗର ଆଶଙ୍କା: ବାୟୁ ପ୍ରଦୂଷଣର ଖରାପ ପ୍ରଭାବ ଉପରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏହାର ସଂସ୍ପର୍ଶରେ ଆସିବା ଦ୍ୱାରା ଶ୍ୱାସକ୍ରିୟା ସଂକ୍ରମଣ, ହୃଦ ରୋଗ, ଷ୍ଟ୍ରୋକ୍ ଏବଂ ଫୁସଫୁସ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ସହିତ ବାୟୁ ପ୍ରଦୂଷଣ ଅବସ୍ଥା ମଧ୍ୟ ଅସୁସ୍ଥ ଥିବା ଲୋକଙ୍କୁ ଅଧିକ ଗୁରୁତର ଭାବରେ ପ୍ରଭାବିତ କରିପାରେ । ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଫୁସଫୁସ ରୋଗ ଠାରୁ ଆରମ୍ଭ କରି ଆଜମା, କ୍ରନିକ୍ ବ୍ରୋଙ୍କାଇଟିସ୍ ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗରୁ ଡିମେନ୍ସିଆ ପର୍ଯ୍ୟନ୍ତ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ ।

କିଭଳି ରହିବେ ସୁରକ୍ଷିତ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରଦୂଷିତ ବାୟୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଉଦ୍ୟମ ଜରୁରୀ ଅଟେ । ଏହା ଏକ ଗମ୍ଭୀର ସମସ୍ୟାଜନିତ ଅବସ୍ଥା, ଜୀବନଶୈଳୀରେ କିଛି ପରିବର୍ତ୍ତନ ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିବାରେ ସହାୟକ ହେବ । ଘର ଭିତରେ ଭଲ ଭେଣ୍ଟିଲେସନ୍ ସିଷ୍ଟମ ବଜାୟ ରଖନ୍ତୁ । କାଠ ଧୂଆଁ, ଯାନର ନିଷ୍କାସନ ଏବଂ ବାୟୁବାହୀ କଣିକାର ଅନ୍ୟ ଉତ୍ସରୁ ପ୍ରଦୂଷକରୁ ରକ୍ଷା କରିବା ପାଇଁ ବାହାରକୁ ଯିବା ସମୟରେ ଏକ ମାସ୍କ ପରିଧାନ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.