ETV Bharat / sukhibhava

Rare Surgery: ଏମ୍ସ ଭୁବନେଶ୍ବରରେ ବିରଳ ଅସ୍ତ୍ରୋପଚାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଏମ୍ସ ଭୁବନେଶ୍ବରରେ ଜଣେ 37 ବର୍ଷୀୟ ମହିଳାଙ୍କ ଶରୀରରେ କରାଯାଇଥିବା ବିରଳ ଅସ୍ତ୍ରୋପଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi applauds AIIMS Bhubaneswar doctors

author img

By

Published : Feb 13, 2023, 12:16 PM IST

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅସ୍ଥିଶଲ୍ୟ ବିଭାଗରେ କରାଯାଇଥିବା ବିରଳ ଅସ୍ତ୍ରୋପଚାରକୁ ସାବାସୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଜଣେ ପଙ୍ଗୁପ୍ରାୟ ରୋଗୀଙ୍କ ଶରୀରରେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ରେ ମିଳିତ ଭାବେ ସଫଳ ପ୍ରତ୍ୟାରୋପଣ କରି ଏହି ପ୍ରଶଂସା ସାଉଁଣ୍ଟିଛନ୍ତି ଭୁବନେଶ୍ବର ଏମ୍ସର ଡାକ୍ତରମାନେ ।

ଏନେଇ ପ୍ରଧାନମନ୍ତ୍ରୀ ଆଜି(ସୋମବାର) ଟ୍ବିଟ ଯୋଗେ ଏମ୍ସ ଡାକ୍ତରମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, "ଡାକ୍ତରମାନଙ୍କ ଏପରି ବିରଳ ଉପଲବ୍ଧି ଚିକିତ୍ସା କ୍ଷେତ୍ରକୁ ନୂଆ ଦିଶା ଦେଖାଇବ । ସର୍ବଦା ନବସୃଜନର ଅଗ୍ରଭାଗରେ ରହି ଚିକିତ୍ସା ଜଗତରେ ଉଦ୍ଭାବନ ଏବଂ ନୂତନ ପରିବର୍ତ୍ତନ ଗ୍ରହଣ କରିଥିବାରୁ ଆମର ଡାକ୍ତରମାନଙ୍କୁ ଅଭିନନ୍ଦନ । ସେମାନଙ୍କ ଦକ୍ଷତା ଆମକୁ ଗର୍ବିତ କରିବ !"

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏମ୍ସକୁ ପ୍ରଶଂସିତ କରିଛନ୍ତି । ଏଆଇଏମ୍ଏସ୍ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସେମାନଙ୍କ ପ୍ରେରଣାଦାୟୀ ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କହି ରଖୁଛୁ ଯେ, କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ଜଣେ 37 ବର୍ଷୀୟ ବୟସ୍କା ମହିଳାଙ୍କ ଶରୀରରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସେ ଆଣ୍ଠୁଗଣ୍ଠି ବାତ ବା ରିମାଟଏଡ ଆର୍ଥ୍ରାଇଟିସରେ ପୀଡିତ ହୋଇ ଚାଲିବା କ୍ଷମତା ହରାଇ ବସିଥିଲେ, ବହୁ କଷ୍ଟେ ମଷ୍ଟେ କୌଣସି ଉପକରଣର ସହାୟତାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ । ନଚେତ୍ ମାତ୍ର 37 ବର୍ଷରେ ଚାଲିବା ତାଙ୍କ ପାଇଁ କଠିନ ହୋଇପଡିଥିଲା । କହିବାକୁ ଗଲେ ସେ ଏକ ପ୍ରକାର ପଙ୍ଗୁପ୍ରାୟ ଜୀବନ ବିତାଉଥିଲେ ।

ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ ସତ୍ତ୍ବେ ଭଲ ନହେବାରୁ ଏମ୍ସରେ ପହଞ୍ଚି ଥିଲେ । ସେଠାରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତରମାନେ ପରୀକ୍ଷାନିରୀକ୍ଷା କରିବା ପରେ ସମ୍ପୃକ୍ତ ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତାମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠୁ ବଡ କଥା ହେଉଛି କି ଏକକାଳୀନ ଚାରୋଟି ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଡାକ୍ତରମାନେ ହୃଦବୋଧ କରିଥିଲେ ଏବଂ ଦୀର୍ଘ 3 ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଛନ୍ତି ।

ଏହି ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଦୁଇ ଦିନ ଧରି ଆଇସିୟୁରେ ରଖାଯାଇଥିଲା । ଅସ୍ତ୍ରୋପଚାରର ତୃତୀୟ ଦିନରେ ସେ ଚାଲିବା ଆରମ୍ଭ କରିଥିଲେ । ଏହି ଅସ୍ତ୍ରୋପଚାରକୁ ଓଡିଶାରେ ପ୍ରଥମ ଏବଂ ସର୍ବଭାରତୀୟସ୍ତରରେ ଦ୍ବିତୀୟ ବୋଲି କୁହାଯାଉଛି । ପ୍ରଥମେ ଦିଲ୍ଲୀ ଏମ୍ସରେ ମଧ୍ୟ ଜଣେ ଓଡିଆ ରୋଗୀଙ୍କ ଶରୀରରେ ଏପରି ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ମାଧ୍ୟମରେ ପ୍ରଦାନ କରାଯାଇ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.