ETV Bharat / sukhibhava

ଚାପରୁ ମୁକ୍ତିଦିଏ ମଧ୍ୟମ ବ୍ୟାୟାମ !

ଚାପ ଏକ ରୋଗ ହୋଇନଥିଲେ ମଧ୍ୟ ଅନ୍ୟାନ୍ୟ ରୋଗର ମୁଖ୍ୟ କାରଣ । ତେଣୁ ନୂଆ ବର୍ଷରେ ଚାପରୁ ମୁକ୍ତ ହୋଇ କିପରି ସୁଖ ଓ ନିରାମୟ ଜୀବନ ଯାପନ ପାଇଁ ସମସ୍ତେ ଉଦ୍ୟମ କରିବେ । ତେବେ କିପରି ନୂଆବର୍ଷରେ ଚାପମୁକ୍ତ ରହିବେ ଜାଣନ୍ତୁ

author img

By

Published : Jan 2, 2023, 4:14 PM IST

Physical activity
Physical activity

ହାଇଦ୍ରାବାଦ: 12 ମାସ 365 ଦିନର ଋତୁଚକ୍ର ମଧ୍ୟରେ ଶେଷରେ ବିଦାୟ ନେଇଯାଇଛି ବର୍ଷ 2022 । ନୂଆ ଆଶା ଆଉ ହର୍ଷ ଉଲ୍ଲାସରେ ଆରମ୍ଭ ହୋଇଛି ନବବର୍ଷ । ବିଶେଷକରି 20-50 ବର୍ଷ ବୟସର ବ୍ୟକ୍ତିମାନେ ନୂଆ ବର୍ଷରେ କିପରି ଚାପମୁକ୍ତ ଏବଂ ସକ୍ରିୟ ରହିବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞମାନେ କହିଛନ୍ତି । ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଅନେକ ଗବେଷଣା ଏହି ସତ୍ୟକୁ ପ୍ରତିପାଦନ କରିଛି ଯେ, ଭାରତୀୟମାନଙ୍କ ମଧ୍ୟରେ ଚାପଗ୍ରସ୍ତ ଜୀବନ ଏକ ମୁଖ୍ୟ ଚିନ୍ତା ।

ସହରାଞ୍ଚଳରେ ଏବଂ ସହରବାସୀଙ୍କ ମଧ୍ୟରେ ଏହି ପରିବର୍ତ୍ତନ ଅଧିକ ଦେଖାଯାଉଛି । କେତେକ ଆକଳନ ସୂଚିତ କରେ ଯେ, ବ୍ୟକ୍ତିଗତ କିମ୍ବା ବୃତ୍ତିଗତ କାରଣରୁ ଅତିକମରେ 50 ପ୍ରତିଶତ ବୟସ୍କ ଲୋକ କୌଣସି ପ୍ରକାରର ଚାପରେ ଅଛନ୍ତି । ସକ୍ରିୟ ରହିବାର ଆବଶ୍ୟକତା ଉପରେ କିମସ୍ ହସ୍ପିଟାଲର ସିଇଓ ଡ. ଅଭିନୟ କହିଛନ୍ତି ଯେ, "ଅନେକ ବ୍ୟକ୍ତି ବିଶ୍ବାସ କରନ୍ତି ନାହିଁ ଯେ, ଶାରୀରିକ ବ୍ୟାୟାମ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଅନେକ ବୈଜ୍ଞାନିକ ଅଧ୍ୟୟନ ଏହା ସ୍ଥିର କରିଛି ଯେ, ଜଣେ ଚାହିଁଲେ ତାଙ୍କ ଚାପକୁ ହ୍ରାସ କରିପାରିବେ ।

ଅତ୍ୟଧିକ ଜିମ୍ ଚାପଗ୍ରସ୍ତ ମନ ପାଇଁ କ୍ଷତିକାରକ ହୋଇପାରେ, ମାତ୍ର ମଧ୍ୟମ ବ୍ୟାୟାମ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ(Physical activity must to reduce mental stress) ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସକାଳେ ଯୋଗ କିମ୍ବା ଦ୍ରୁତଗତିରେ ଚାଲିବା ସବୁଠୁ ଉତ୍ତମ ହୋଇଥାଏ । ମହାମାରୀ କାରଣରୁ ମଧ୍ୟ ଅନେକ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥିବା ସେ କହିଛନ୍ତି । ଚାପଗ୍ରସ୍ତ ଲୋକଙ୍କୁ ସେମାନଙ୍କ ଜୀବନରୁ, ପରିବାରରୁ ଏବଂ ସର୍ବୋପରି, ସେମାନଙ୍କ ଲକ୍ଷ୍ୟରୁ ବିଭ୍ରାନ୍ତ କରିଥାଏ ବୋଲି ଅମୋର ହସ୍ପିଟାଲ MD ଡକ୍ଟର ବି କିଶୋର ରେଡ୍ଡୀ କହିଛନ୍ତି ।"

ଡ. ଅଭିନୟ କହିଛନ୍ତି କହିଛନ୍ତି, "ମୁଁ ଅନେକ ଯୁବପିଢିଙ୍କୁ ଦେଖିଛି, ଯେଉଁମାନେ ଚାପ ଦ୍ବାରା ବିଭ୍ରାନ୍ତ ହୋଇ ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ନିର୍ଦ୍ଦିଷ୍ଟ ସମୟରେ, ଜଣେ ବ୍ୟକ୍ତିବିଶେଷଙ୍କ ଚାପଗ୍ରସ୍ତ ଆଚରଣ ଅନ୍ୟ ଜଣଙ୍କର ଅପୂରଣୀୟ କ୍ଷତି କରିପାରେ ଏବଂ ଏହା ନିଶ୍ଚିତ ଭାବରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଚାପଠୁ ଦୂରେଇ ରହିବା ପାଇଁ ଅନେକ ଲୋକ ଔଷଧ ସାଙ୍ଗକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ମଧ୍ୟ ସେବନ କରିଥାଆନ୍ତି । ମାତ୍ର ଏହା ସରଳ ଏବଂ ସବୁଠାରୁ ଭଲ ଅଭ୍ୟାସ ହେଉଛି ଶାରୀରିକ ବ୍ୟାୟାମ(Physical Activities) । ଅର୍ଥାତ୍ ଶାରୀରିକ କାର୍ଯ୍ୟକଳାପ କରିବା ଦ୍ବାରା ମନ ଚାପମୁକ୍ତ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.