ETV Bharat / sukhibhava

ପିଲାଙ୍କ ଦାୟିତ୍ବ ନେବାକୁ ବାପା ମାଆ ସ୍ମାର୍ଟଫୋନର ସାହାରା ନେଉଛନ୍ତି: Research

ଅଧ୍ୟୟନ ଅନୁଯାୟୀ, ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କୁ ବ୍ୟସ୍ତ ରଖିବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାରରେ ଲିପ୍ତ ରଖୁଛନ୍ତି, ଫଳରେ ଯୁବପିଢିଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ବାପା-ମାଆ ପିଲାଙ୍କ ଦାୟିତ୍ବ ନେବାପାଇଁ ସ୍ମାର୍ଟଫୋନର ସାହାରା ଅଧିକ ନେଉଛନ୍ତି: Research

author img

By

Published : Sep 11, 2022, 9:55 AM IST

ସିଓଲ: ଦକ୍ଷିଣ କୋରିଆର ଅଧିକାଂଶ ପିତାମାତା ଘରେ ଦୈନନ୍ଦିନ କାର୍ଯ୍ୟ କରୁଥିବାବେଳେ ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ କମ୍ପ୍ୟୁଟର ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି । ପିଲାମାନଙ୍କୁ ଫୋନ କିମ୍ବା କମ୍ପ୍ୟୁଟର ସ୍କ୍ରିନରେ ବ୍ୟସ୍ତ କରାଇ ପିତାମାତା ଦୈନନ୍ଦିନ କାର୍ଯ୍ୟ କରୁଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଏହା ଯୁବକମାନଙ୍କ ମଧ୍ୟରେ ବଢୁଥିବା ସ୍ମାର୍ଟଫୋନ୍ ନିଶା ଉପରେ ପ୍ରତିଫଳିତ ହେଉଥିବା ଷ୍ଟଡିରେ ଉଲ୍ଲେଖ କରାଯାଇଛି ।

କୋରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଚାଇଲ୍ଡ କେୟାର ଆଣ୍ଡ ଏଜୁକେସନ୍(Korea Institute of Child Care and Education) ଦ୍ୱାରା 1 ରୁ 7 ବର୍ଷ ବୟସର ପିଲାମାନଙ୍କ ସହିତ 1,500 ପିତାମାତାଙ୍କ ଉପରେ କରାଯାଇଥିବା ସର୍ଭେରେ 70.2 ପ୍ରତିଶତ କହିଛନ୍ତି ଯେ, ସେମାନେ ନିଜ ପିଲାମାନଙ୍କୁ ଘରେ ସ୍ମାର୍ଟଫୋନ୍ ଦେଇ ନିଜର ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି ।

ଗତ ବର୍ଷ ଅଗଷ୍ଟରେ କରାଯାଇଥିବା ଅନୁଷ୍ଠାନ କରାଯାଇଥିବା ଏହି ସର୍ଭେ ଅନୁଷ୍ଠାନ ଦ୍ୱାରା ନିକଟରେ ପ୍ରକାଶ ପାଇଥିବା ୟୋନହପ ନ୍ୟୁଜ୍ ଏଜେନ୍ସି( Yonhap news agency) ରିପୋର୍ଟ କରିଛି । ଉତ୍ତରଦାତାମାନଙ୍କ ମଧ୍ୟରୁ 74.3 ପ୍ରତିଶତ ଲୋକେ କହିଛନ୍ତି ଯେ, ‘‘ସେମାନେ ନିଜ ପିଲାମାନଙ୍କୁ ସର୍ବସାଧାରଣ ସ୍ଥାନରେ ଶାନ୍ତ ରଖିବା ପାଇଁ ସ୍ମାର୍ଟଫୋନ୍ ଦେଖାଇ ଥିବାବେଳେ 52 ପ୍ରତିଶତ ଶିକ୍ଷାଗତ ଉଦ୍ଦେଶ୍ୟ ଦର୍ଶାଇଛନ୍ତି ।’’ ସର୍ଭେ ଅନୁଯାୟୀ, 12 ରୁ 18 ମାସ ବୟସରେ ପ୍ରଥମେ ସ୍ମାର୍ଟଫୋନରେ ସଂସ୍ପର୍ଶରେ ଆସିଥିବା ପିଲାମାନଙ୍କ ହାର 20.5 ପ୍ରତିଶତ ଥିଲା, ତା’ପରେ 18 ରୁ 24 ମାସ ବୟସର ପିଲାଙ୍କ ସଂଖ୍ୟା 13.4 ପ୍ରତିଶତ ଥିଲା ।

ପିଲାମାନଙ୍କର ହାରାହାରି ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ କମ୍ପ୍ୟୁଟର ବ୍ୟବହାର ସମୟ ସପ୍ତାହରେ 55.3 ମିନିଟ । ସର୍ଭେ ଅନୁଯାୟୀ ସପ୍ତାହ ଶେଷରେ ହାରାହାରି 97.6 ମିନିଟରେ ରେକର୍ଡ କରାଯାଇଥିଲା । ଏହି ସର୍ଭେ ଫଳାଫଳ ଯୁବକମାନଙ୍କ ମଧ୍ୟରେ ଦେଶର ବଢୁଥିବା ସ୍ମାର୍ଟଫୋନ୍ ନିଶା ସମସ୍ୟାକୁ ପ୍ରତିଫଳିତ କରିଛି । ବିଜ୍ଞାନ ଏବଂ ଆଇସିଟି(Information and Communications Technology, ICT) ମନ୍ତ୍ରଣାଳୟ ଦ୍ବାରା 2020ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, 35.8 ପ୍ରତିଶତ କିଶୋର ଏବଂ 3 ରୁ 9 ବର୍ଷ ବୟସର 27.3 ପ୍ରତିଶତ ପିଲାଙ୍କର ସ୍ମାର୍ଟଫୋନ୍ ବ୍ୟବହାର ଦ୍ବାରା ଅଧିକ ବିପଦ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.