ETV Bharat / sukhibhava

ପରିସ୍ରା ସମୟରେ ଯନ୍ତ୍ରଣା ହେଉଛି କି, ଏହା କାରଣ କହିଲେ ବିଶେଷଜ୍ଞ - ଇଣ୍ଟରସ୍ଟିସିଆଲ୍ ସିଷ୍ଟିଟିସ୍

ପରିସ୍ରା କରିବା ସମୟରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ ଏହା ପଛର କାରଣ

Painful urination causes
Painful urination causes
author img

By ETV Bharat Odisha Team

Published : Sep 2, 2023, 4:08 PM IST

ହାଇଦ୍ରାବାଦ: ଟଏଲେଟ ବା କରିବା ସମୟରେ ବେଳେବେଳେ ଯନ୍ତ୍ରଣା ହୋଇଥାଏ। କିଛିଜଣ ଏହାକୁ ଅଣଦେଖା କରିଥାଆନ୍ତି। ପାଣି କମ ପିଇବା ବା ଖରାରେ ଅଧିକ ସମୟ ରହିବା ଯୋଗୁଁ ଏଭଳି ହେଉଥିବା ନେଇ ଭାବିଥାଆନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଟଏଲେଟ ଯିବା ସମୟରେ ଯନ୍ତ୍ରଣା ଅନେକ ରୋଗର କାରଣ ସାଜିପାରେ। ଏହିପରି ସମସ୍ୟା ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ କିମ୍ବା ଭିନ୍ନ ହୋଇପାରେ। ଏହା କିଛି ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ପରିସ୍ରା କରିବା ସମୟରେ ମୂତ୍ରନଳୀରେ ଯନ୍ତ୍ରଣା, ଜଳିବା କିମ୍ବା ବିନ୍ଧିବାକୁ ଡାକ୍ତରୀ ଭାଷାରେ ଡିସୁରିଆ ମଧ୍ୟ କୁହାଯାଏ। ଯଦି ମୁତ୍ରନଳୀରେ ସଂକ୍ରମଣ ହେଲା ଏହାକୁ ୟୁଟିଆଇ କୁହାଯାଏ। ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ପାଇଁ ଅଧିକ ହୋଇଥାଏ।

କିଡନୀରୁ ମୁତ୍ରାଶୟ ସହ ଯୋଗ ହୋଇଥିବା ନଳୀରେ ସଂକ୍ରମଣ ହେଲେ ମଧ୍ୟ ଏଭଳି ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ।

ଇଣ୍ଟରସ୍ଟିସିଆଲ୍ ସିଷ୍ଟିଟିସ୍: ମହିଳାଙ୍କ ମୂତ୍ରନଳୀରେ ହେଉଥିବା ପ୍ରଦାହକୁ ଇଣ୍ଟରଷ୍ଟିସିଆଲ୍ ସିଷ୍ଟିଟିସ୍ କୁହାଯାଏ।

ଅଧିକ ସମୟ ପରିସ୍ରାକୁ ଚାପି ରଖିବା ମଧ୍ୟ ଏହାର ଏକ କାରଣ ହୋଇପାରେ।

ଯୋନୀରେ ସଂକ୍ରମଣ ମଧ୍ୟ ପରିସ୍ରା ଯିବା ସମୟରେ ଯନ୍ତ୍ରଣାର କାରଣ ଅଟେ।

ଏହା ମଧ୍ୟ ପଢନ୍ତୁ: ଭୁଲ୍‌ରେ ବି ଚାପି ରଖନ୍ତୁ ନାହିଁ ପରିସ୍ରା ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ଏସଆଇଟି ସଂକ୍ରମଣ: ଯୌନ ସମ୍ପର୍କ ରଖିବା ପରେ ଯେଉଁ ସଂକ୍ରମଣ ଜଣକ ଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ ତାହାକୁ ଏସଆଇଟି ସଂକ୍ରମଣ କୁହାଯାଏ। ତେବେ ଏହି ସଂକ୍ରମଣ କେତେକ ସମୟରେ ଗର୍ଭାବସ୍ଥାରେ ମାଆ ପାଖରୁ ଶିଶୁମାନଙ୍କୁ ବ୍ୟାପିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏସଆଇଟି ସଂକ୍ରମଣ ଦ୍ବାରା କମ ଅନେକ ରୋଗ ରହିଛି ସେଥିରୁ ଆରୋଗ୍ୟ ହେବା ପାଇଁ ଅଧିକ ସମୟ ଲାଗିଥାଏ। ସିଫଲିସ୍, ଗୋନୋରିଆ, କ୍ଲାମିଡିଆ ଏବଂ ଟ୍ରାଇକୋମୋନିଆସିସ ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ। WHOର କହିବା ଅନୁସାରେ ସାରା ବିଶ୍ୱରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ STIରେ ସଂକ୍ରମିତ ହୁଅନ୍ତି।

ଅନୁସନ୍ଧାନରୁ ଜଣାପଡିଛି ଯେ ଯୌନ ସମ୍ପର୍କ ଦ୍ବାରା ବ୍ୟାପୁଥିବା ନିସେରିୟା, ଗୋନୋରୋଏ, କ୍ଲାମିଡିଆ ଟ୍ରାକୋମାଟିସ୍ ଏବଂ ମାଇକୋପ୍ଲାଜମା ଜେନିଟାଲିୟମ୍ ପୁରୁଷ ମୂତ୍ରାଶୟରେ ଅଧିକ ମାତ୍ରାରେ ରହିଥାଏ। ଯାହା ଲକ୍ଷଣ ଭାବେ ମୁତ୍ରାଶୟରେ ଯନ୍ତ୍ରଣା ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ଦିନକୁ 7 ଥରରୁ ଅଧିକ ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ଡିସୁରିଆର ଅନ୍ୟ ଲକ୍ଷଣ:

  • ପରିସ୍ରା ସମୟରେ ଜ୍ବଳନ
  • ବାରମ୍ବାର ପରିସ୍ରା ଲାଗିବା
  • ଅଧିକ ପରିସ୍ରା ହେବା
  • ପରିସ୍ରାରେ ରକ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.