ETV Bharat / sukhibhava

TB Eradication: ଏହି ଉପାୟରେ କମ ହୋଇପାରିବ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା, କମିବ ମୃତ୍ୟୁ

author img

By

Published : Aug 9, 2023, 6:35 PM IST

ଆଗାମୀ 27 ବର୍ଷ ମଧ୍ୟରେ ମଧ୍ୟରେ ଭାରତକୁ ଟିବି ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି ଭାରତ ସରକାର । ଚିକିତ୍ସା ସହିତ ଜରୁରୀ ପୋଷଣ । ଅଧିକ ପଢନ୍ତୁ

TB Eradication
TB Eradication

ହାଇଦ୍ରାବାଦ: ଟ୍ୟୁବରକ୍ୟୁଲୋସିସ୍ TB ବା ଯକ୍ଷ୍ମା ଏକ ମାରାତ୍ମକ ରୋଗ । ଏହା ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବୋରକ୍ୟୁଲୋସିସ୍ ଜୀବାଣୁ ଦ୍ବାରା ଏହି ରୋଗ ହୋଇଥାଏ । ଧୀରେଧୀରେ ଚିକିତ୍ସା ପ୍ରଣାଳୀ ଆବିଷ୍କାର, ସଚେତନତାମୂଳକ କାର୍ଯ୍ୟକ୍ରମ, ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । 2050 ସୁଦ୍ଧା ଦେଶରୁ ଟିବି ମୁକ୍ତ କରିବା ଲକ୍ଷ୍ୟରେ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗର ମାମଲା ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଏହି ରୋଗକୁ ରୋକିବାରେ କଷ୍ଟ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

2022 ମସିହାରେ ଭାରତରେ ମୋଟ 21.42 ଲକ୍ଷ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଅନୁପାତ ହିସାବରେ ଦେଖିବାକୁ ଗଲେ 13 ପ୍ରତିଶତ ବୃଦ୍ଧି ଘଟିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦେଶରେ ରୋଗୀଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ହେଉଛି ଏହା ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ପ୍ରଭାବ ପକାଇପାରେ । ତେବେ ଟିବିକୁ କିଭଳି ପ୍ରତିହତ କରିହେବ ସେନେଇ ଅନେକ ପ୍ରକାରର ଅନୁସନ୍ଧାନ ଜାରି ରହିଛି । ତେବେ ଅନୁସନ୍ଧାନ କରୁଥିବା ଏକ ଟିମ୍‌ ଜାଣିବାକୁ ପାଇଛନ୍ତି ଯେ, ନ୍ୟୁଟ୍ରିଏସନ ସାହାଯ୍ୟରେ ଦେଶରେ ସଂକ୍ରମଣର ଆଶଙ୍କାକୁ କମାଇ ଦିଆଯାଇପାରିବ । ଦେଶରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡିଛି ଯେ, ଏହା ଯକ୍ଷ୍ମାକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ ପୂର୍ବରୁ ସଂକ୍ରମିତ ଲୋକଙ୍କ ମୃତ୍ୟୁହାରକୁ ହ୍ରାସ କରିବାରେ ସହାୟକ ହେବ ।

କମ ହୋଇପାରିବ ଯକ୍ଷ୍ମା ରୋଗର ଆଶଙ୍କା: ଅଗଷ୍ଟ 2019ରୁ ଅଗଷ୍ଟ 2022 ମଧ୍ୟରେ ଝାଡ଼ଖଣ୍ଡର ଚାରୋଟି ଜିଲ୍ଲାରେ କରାଯାଇଥିବା ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ଯଦି ପୋଷଣ ଉପରେ ଅଧିକ ଧ୍ୟାନ ଦିଆଯାଏ, ତେବେ ଫୁସ୍‌ଫୁସ୍‌ ରୋଗର ଆଶଙ୍କା ହ୍ରାସ କରିପାରିବା ସମ୍ଭବ ହେବ । ଦ ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ରତିକାର ଯକ୍ଷ୍ମା ବିପଦକୁ 48 ପ୍ରତିଶତ ହ୍ରାସ କରିବାରେ ସହାୟକ ହୋଇପାରେ । ଛଅ ମାସର ଅଧ୍ୟୟନ ସମୟରେ, କଣ୍ଟ୍ରୋଲ ଗ୍ରୁପ୍‌ର 122 ଜଣଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: World TB Day 2023: ସାବଧାନ ! ଏହି ରୋଗ ଥିଲେ ଯକ୍ଷ୍ମା ହେବାର ଆଶଙ୍କା 4 ଗୁଣା ଅଧିକ

ଟିବି ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପୋଷଣ: ଅଧ୍ୟୟନ ସମୟରେ 5 କିଲୋଗ୍ରାମ ଚାଉଳ, 1.5 କିଲୋଗ୍ରାମ ମଟର ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସପ୍ଲିମେଣ୍ଟକୁ ନେଇ 6ମାସ ପାଇଁ ମାସିକ ଭିତ୍ତିରେ ପୋଷଣ ସହାୟତା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଯକ୍ଷ୍ମା ରୋଗରେ ପୀଡିତ 2,800 ଲୋକଙ୍କୁ ପୁଷ୍ଟିକର ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ସଠିକ୍ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି, ସେମାନଙ୍କର ଓଜନ ଏବଂ ଶାରୀରିକ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହେଉଛି । ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ ଯକ୍ଷ୍ମା ନିରାକରଣ ପରେ ପ୍ରଥମ ଦୁଇ ମାସରେ ଓଜନ ବୃଦ୍ଧି ଯକ୍ଷ୍ମା ରୋଗରେ ମୃତ୍ୟୁ ହେବାର ଆଶଙ୍କା 60% ହ୍ରାସ କରିପାରେ ।

କଣ କୁହନ୍ତି ବିଶେଷଜ୍ଞ: ପୁଷ୍ଟିହୀନତା କିମ୍ବା କମ ପୁଷ୍ଟିକର ଅବସ୍ଥା ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ଆଶଙ୍କା ବୃଦ୍ଧି କରିପାରେ ବେଙ୍ଗାଲୁରୁର ଜଣେ ଡାକ୍ତର ସୂଚନା ଦେଇଛନ୍ତି । ଯକ୍ଷ୍ମା ପାଇଁ ପୁଷ୍ଟିହୀନତା ହେଉଛି ମୁଖ୍ୟ କାରଣ । ପୁଷ୍ଟିହୀନତା ହେତୁ ପ୍ରତିବର୍ଷ 40% ରୁ ଅଧିକ ନୂତନ ଯକ୍ଷ୍ମା ରୋଗୀ ଏହି ରୋଗର ଶିକାର ହୁଅନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ମଧୁମେହ, HIV ସଂକ୍ରମଣ, ଧୂମପାନ ଏବଂ ମଦ୍ୟପାନ ଭଳି ଅନ୍ୟ ବିପଦ କାରଣଗୁଡିକ ମଧ୍ୟ ସମାଧାନ କରାଯିବା ଆବଶ୍ୟକ । ଦେଶରୁ ଯକ୍ଷ୍ମା ବିପଦକୁ ହ୍ରାସ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.