ETV Bharat / sukhibhava

Ovarian cancer: ଏଣିକି ପ୍ରଥମ ଷ୍ଟେଜରେ ଚିହ୍ନଟ ହେବ ଓଭାରି କ୍ୟାନ୍ସର, ଯିବନି ଜୀବନ !

ଏଣିକି ପ୍ରଥମ ଷ୍ଟେଜରେ ଚିହ୍ନଟ ହେବ ଓଭାରି କ୍ୟାନ୍ସର। ବୈଜ୍ଞାନିକ ବାହାର କରିଲେ ବ୍ଲଡ ଟେଷ୍ଟ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 23, 2023, 3:15 PM IST

Updated : Oct 23, 2023, 3:35 PM IST

Ovarian cancer
Ovarian cancer

ହାଇଦ୍ରାବାଦ: ଏଣିକି ଓଭାରି କ୍ୟାନ୍ସରରେ ଆଉ ଯିବନି ଜୀବନ। ବୈଜ୍ଞାନିକମାନେ ବାହାର କଲେ ଏକ ନୂଆ ବ୍ଲଡ ଟେଷ୍ଟ ପଦ୍ଧତି। ଏହା ଦ୍ବାରା ଓଭାରି କ୍ୟାନ୍ସରକୁ ପ୍ରଥମ ଷ୍ଟେଜରେ ଚିହ୍ନଟ କରିପାରିବା ସହିତ ମୃତ୍ୟୁହାରକୁ ମଧ୍ୟ ରୋକାଯାଇ ପାରିବ। ବିଶ୍ୱରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି କ୍ୟାନ୍ସର ମାମଲା। ମହିଳାଙ୍କ କ୍ଷେତ୍ରରେ ଦ୍ରୁତ ଗତିରେ ବଢୁଥିବା କର୍କଟ ରୋଗ ମଧ୍ୟରୁ ଓଭାରି କ୍ୟାନ୍ସର ଅନ୍ୟତମ। 2020 ମସିହାରେ, ଏହି କର୍କଟ କାରଣରୁ ମୋଟ 2.07 ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିଲା । ଡିମ୍ବାଣୁରେ ସେଲ ଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ହେତୁ ଏହି କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଭାରି କ୍ୟାନ୍ସରର ପ୍ରାରମ୍ଭିକ ଅବସ୍ଥାରେ ଏହାର ଲକ୍ଷଣ ସାଧାରଣତଃ ଦେଖାଯାଏ ନାହିଁ। ଯେତେବେଳେ ଲକ୍ଷଣ ଦେଖାଯାଏ, ସେତେବେଳେ ଗମ୍ଭୀର ସ୍ତରରେ ପହଞ୍ଚି ଯାଇଥିଲା । ଅର୍ଥାତ ଚତୁର୍ଥ ଷ୍ଟେଜରେ ଚିହ୍ନଟ ହୁଏ ରୋଗ । ସଠିକ ସମୟରେ ରୋଗ ଚିହ୍ନଟ ନହେବା ହିଁ ଓଭାରି କ୍ୟାନ୍ସରର ମୁଖ୍ୟ କାରଣ କୁହାଯାଏ ।

ବର୍ତ୍ତମାନ ଏହି ଦିଗରେ ବୈଜ୍ଞାନିକମାନେ ବଡ଼ ସଫଳତା ହାସଲ କରିଛନ୍ତି । ଅନୁସନ୍ଧାନକାରୀମାନେ ଏକ ବିଶେଷ ପ୍ରକାରର ବ୍ଲଡ ଟେଷ୍ଟ ବାହାର କରିଛନ୍ତି, ଯାହା ଦ୍ବାରା ମାରାତ୍ମକ ରୋଗ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଦାବି କରି କହିଛନ୍ତି ଯେ, ଏହି ବ୍ଲଡ ଟେଷ୍ଟ ଦ୍ବାରା ସର୍ବଭାରତୀୟ ସ୍ତରରେ ଓଭାରି କ୍ୟାନ୍ସରର ମୃତ୍ୟୁ ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପରୀକ୍ଷା ସାହାଯ୍ୟରେ 91 ପ୍ରତିଶତ ସଠିକ ରିପୋର୍ଟ ପ୍ରଦାନ କରିବ।

ଏହା ମଧ୍ୟ ପଢନ୍ତୁ: Ovarian cancer: ବଢୁଛି ଓଭାରି କ୍ୟାନ୍ସର ମାମଲା, ଜାଣନ୍ତୁ ପ୍ରାଥମିକ ଲକ୍ଷଣ

ବୃଦ୍ଧି ପାଉଛି ଓଭାରି କ୍ୟାନ୍ସର ମାମଲା: ଜର୍ଣ୍ଣଲ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ କହିଛନ୍ତି, ହାଇ-ଗ୍ରେଡ୍ ସିରସ ଓଭାରିଆନ୍ କର୍ସିନୋମା (HGSOC) ଓଭାରି କ୍ୟାନ୍ସରର ସାଧାରଣ ପ୍ରକାର । ତେବେ ବ୍ଲଡ ଟେଷ୍ଟ ଦ୍ବାରା ଏହି କ୍ୟାନ୍ସରକୁ ପ୍ରାଥମିକ ଷ୍ଟେଜରେ ଚିହ୍ନଟ କରାଯାଇପାରିବ।

ରିପୋର୍ଟ ଅନୁସାରେ, HGSOC ପ୍ରଥମେ ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ଡିମ୍ବାଣୁରେ ପହଞ୍ଚିବା ପାଇଁ ସାଢେ ଛଅ ବର୍ଷ ଲାଗିପାରେ । କିନ୍ତୁ ଥରେ ଏହା ଡିମ୍ବାଣୁରେ ପହଞ୍ଚିବା ପରେ ଏହା ଅଧିକ ଶୀଘ୍ର ବିସ୍ତାର ହୋଇଥାଏ । ଏହି ପରୀକ୍ଷଣର ସାହାଯ୍ୟରେ କ୍ୟାନ୍ସର ସେଲ ଡିମ୍ବାଣୁରେ ପହଞ୍ଚିବା ଆଗରୁ ଚିହ୍ନଟ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କଣ କୁହନ୍ତି ବିଶେଷଜ୍ଞ: ଓଭାରି କ୍ୟାନ୍ସରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦି ପ୍ରାରମ୍ଭିକ ଷ୍ଚେଜରେ ଏହା ଚିହ୍ନଟ ହୁଏ ତାହେଲେ ମୃତ୍ୟୁ ସଂଖ୍ୟାରେ ରୋକ ଲଗାଯାଇପାରିବ।

Last Updated : Oct 23, 2023, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.