ETV Bharat / sukhibhava

Fasting In Navratri: ଉପବାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

author img

By ETV Bharat Odisha Team

Published : Oct 15, 2023, 4:49 PM IST

ଆଜିଠାରୁ ନବରାତ୍ରୀ ଆରମ୍ଭ ହୋଇଛି । ଏହି ସମୟରେ ଅନେକ ଲୋକ ବ୍ରତ ବା ଉପବାସ କରୁଛନ୍ତି । କିନ୍ତୁ ବ୍ରତ ସମୟରେ ଶରୀରର ମଧ୍ୟ ଯତ୍ନ ନେବା ଆବଶ୍ୟକ । ତେବେ ଏପରି ପରିସ୍ଥିତିରେ ଏମିତି ଖାଦ୍ୟ ଖାଆନ୍ତୁ ନାହିଁ ଯାହା ଶରୀର ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ଉପବାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

ହାଇଦ୍ରାବାଦ: ସାରା ଦେଶରେ ଶକ୍ତିର ପ୍ରତୀକ ମା' ଦୁର୍ଗାଙ୍କ ପାଇଁ ନବରାତ୍ରୀ ମହୋତ୍ସବ (Navratri 2023) ଆରମ୍ଭ ହୋଇଛି । ଆଜିଠାରୁ 9 ଦିନ ପାଇଁ ନବରାତ୍ରୀ ପର୍ବ ପାଳନ କରାଯିବ । ଏହି ସମୟରେ ଭକ୍ତମାନେ ମା' ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ୯ ଦିନ ଧରି ମା'ଙ୍କ ଆରଧନାରେ ବ୍ରତ ବା ଉପବାସ କରନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଉପବାସ ଦ୍ବାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏହି ଅନୁସାରେ ସ୍ବାସ୍ଥ୍ୟ ବିଶେଷ ଯତ୍ନ ନେବା ଦରକାର । କିନ୍ତୁ ଏହି ସମୟରେ କିଛି ଖାଦ୍ୟ ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଜାଣନ୍ତୁ କଣ ସେ ସବୁ ?

ଉପବାସ ସମୟରେ, ଖାଦ୍ୟ ରାନ୍ଧିବା ଏବଂ ଘର ସଫା କରିବା ଭଳି କାମ କରିବା ଦ୍ବାରା ଲୋକେ କ୍ଲାନ୍ତ ଅନୁଭବ କରନ୍ତି । ଫଳରେ ଲୋକେ ବଜାରରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ(Processed Food) କିଣିବା ସହଜ ମନେ କରନ୍ତି । ଉପବାସର ମୂଳ ଉଦ୍ଦେଶ୍ୟ ହେଉଛି ଶରୀରକୁ ଆରାମ ଦେବା ଏବଂ ଡିଟକ୍ସ କରାଇବା । ଏହିପରି ପରିସ୍ଥିତିରେ ବଜାରର ପ୍ରକ୍ରିୟାକୃତ ଖାଦ୍ୟ(Processed Food)ରେ ଅତିରିକ୍ତ ଲୁଣ, ଚିନି ଏବଂ କେମିକାଲ ପଦାର୍ଥ ଥାଏ, ଯାହା ଉପବାସ ସମୟରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ୍ ନୁହେଁ ।

(Processed Food) ପ୍ରକ୍ରିୟାକୃତ ଖାଦ୍ୟ କିପରି କ୍ଷତି ଘଟାଏ?

(Processed Food) ପ୍ରକ୍ରିୟାକୃତ ଖାଦ୍ୟରେ ଅଧିକ ପରିମାଣର ଚିନି, ଲୁଣ ଏବଂ ଅସ୍ୱାସ୍ଥ୍ୟକର ଚର୍ବି ଥାଏ, ଯାହା ଉପବାସ ପାଇଁ କ୍ଷତିକାରକ । ଏହି ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଦ୍ରୁତ ଗତିରେ ବଢିପାରେ କିମ୍ବା ହ୍ରାସ ପାଇଥାଏ । ଯାହା ଭୋକିଲା ଅନୁଭବ କରାଏ ଏବଂ ଅତ୍ୟଧିକ ଖାଇବା ନେଇ ଆଶଙ୍କା ବଢାଇଥାଏ । ଅନେକ ଅନୁସନ୍ଧାନ ଏହା ମଧ୍ୟ ପ୍ରମାଣ କରିଛି ଯେ କ୍ରମାଗତ ଭାବରେ ଏହିପରି ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିପାରେ ଏବଂ ମୋଟାପଣ, ମଧୁମେହ ଭଳି ସମସ୍ୟା ହୋଇପାରେ । ତେଣୁ ଉପବାସ ସମୟରେ ଏହିପରି ଖାଦ୍ୟ ଠାରୁ ସମ୍ପୂର୍ଣ୍ଣରୂପେ ଦୂରେଇ ରହିବା ଉଚିତ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରାଯିବା ଉଚିତ୍ । ତାଜା ଫଳ ପରି, ଘରେ ରନ୍ଧା ହୋଇଥିବା ଉପବାସ ଖାଦ୍ୟ ଇତ୍ୟାଦି ଖାଇବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ ଉପବାସ କଲେ ମିଳେ କେଉଁ ସବୁ ଫାଇଦା

(Processed Food) ପ୍ରକ୍ରିୟାକୃତ ଖାଦ୍ୟ କ'ଣ?

ପ୍ରକ୍ରିୟାକୃତ ଖାଦ୍ୟ (Processed Food) ହେଉଛି ଏପରି ଖାଦ୍ୟ ଯାହାକୁ ପ୍ରକ୍ରିୟାକରଣ କରାଯାଇଥାଏ । ଏହି ଖାଦ୍ୟକୁ ପୂର୍ବରୁ ପ୍ୟାକ୍ କରି ରଖାଯାଇଥାଏ। ଏହି ଖାଦ୍ୟରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଏବଂ ସଂରକ୍ଷଣକାରୀ ପଦାର୍ଥ ମିଶାଯାଇଥାଏ ଯାହା ଦ୍ବାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରହିପାରିବ । ଏହି କାରଣରୁ, ପ୍ରକ୍ରିୟାକୃତ ଖାଦ୍ୟ (Processed Food) ଏହାର ନେଚୁରାଲ ଅବସ୍ଥାରେ ନଥାଏ । ଏଥିରେ ଅତ୍ୟଧିକ ଲୁଣ, ଚିନି ଏବଂ ଚର୍ବି ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏଣୁ ଉପବାସ ସମୟରେ, ବାହାରୁ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.