ହାଇଦ୍ରାବାଦ: ସୁସ୍ଥ ଶରୀର ପାଇଁ ଉତ୍ତମ ଖାଦ୍ୟ ଜରୁରୀ ଅଟେ । ଯେପରି ଏକ କାର ଚାଲିବା ପାଇଁ ପେଟ୍ରୋଲ ଆବଶ୍ୟକ ହୋଇଥାଏ, ସେହିପରି ଆମ ଶରୀର ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଆବଶ୍ୟକ ହୋଇଥାଏ । ଯେକୌଣସି ବୟସରେ ସୁସ୍ଥ ରହିବା ସହିତ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସଠିକ ଭାବେ କାମ କରିବା ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ ହୋଇଥାଏ । ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ବିଷୟରେ ସମସ୍ତେ ଜାଣିଥାଆନ୍ତି କିନ୍ତୁ ବିଭିନ୍ନ କାରଣରୁ ବହୁ ସଂଖ୍ୟକ ଲୋକ, ବିଶେଷ କରି ପିଲାମାନେ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇ ପାରନ୍ତିନାହିଁ । ଫଳରେ ପୁଷ୍ଟିହୀନତାର ଶିକାର ହୋଇଥାଆନ୍ତି ।
ପ୍ରତ୍ୟେକ ବ୍ୟକ୍ତି ବିଶେଷ କରି ପିଲାମାନଙ୍କର ଉପଯୁକ୍ତ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସୁସ୍ଥ ପୋଷଣର ଆବଶ୍ୟକତା ଯଥେଷ୍ଟ ଅଧିକା ରହିଥାଏ । ଏଭଳି ପରିସ୍ଥିତିରେ ଲୋକଙ୍କୁ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଉପକାର ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଇବା ଏବଂ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ 1ରୁ 7 ସେପ୍ଟମ୍ବର ଯାଏଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଭାରତ ସରକାରଙ୍କ ତରଫରୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ । ତେବେ ପ୍ରତ୍ୟେକ ବର୍ଷ ଏକ ଥିମ ନେଇ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି 'ସମସ୍ତଙ୍କ ପାଇଁ ସୁସ୍ଥ ସୁଲଭ ଖାଦ୍ୟ' ।
ଜାତୀୟ ପୋଷଣ ସପ୍ତାହର ଇତିହାସ: ସାଧାରଣ ଜନତା ବିଶେଷ କରି ଭାରତର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହାର ହ୍ରାସ କରିବା ତଥା ସେମାନଙ୍କୁ ଶିକ୍ଷା ଦେବା ତଥା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ 1982 ମସିହାର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ପୁଷ୍ଟିକର ବୋର୍ଡ ଦ୍ବାରା ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ, ପ୍ରଥମ ଜାତୀୟ ପୁଷ୍ଟିକର ସପ୍ତାହ ଆମେରିକୀୟ ଡାଏଟେଟିକ୍ ଆସୋସିଏସନ୍ ଦ୍ବାରା ଆୟୋଜିତ ହୋଇଥିଲା ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ 1982 ମସିହାରେ ଭାରତ ସରକାର ମଧ୍ୟ 1 ସେପ୍ଟେମ୍ବରରୁ 7 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଜାତୀୟ ପୋଷଣ ସପ୍ତାହ ଆୟୋଜନ କରାଯାଏ । ସରକାରୀ ଏବଂ ଅଣ-ସରକାରୀ ଅନୁଷ୍ଠାନ ଏବଂ ସଂଗଠନ ଗୁଡ଼ିକ ଦ୍ୱାରା ଅନେକ ସେମିନାର, କର୍ମଶାଳା, ଶିକ୍ଷାଗତ କାର୍ଯ୍ୟକ୍ରମ, ସମ୍ମିଳନୀ ଏବଂ ଜନସଚେତନତା ଅଭିଯାନ ଆୟୋଜିତ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ: World Coconut Day 2023: ଆଜି ବିଶ୍ବ ନାରିକେଳ ଦିବସ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ନଡିଆ ଉପଯୋଗୀ
କୁପୋଷଣରୁ ମୁକ୍ତି ପାଇଁ ସରକାରୀ ଯୋଜନା: ଛୋଟ ଛୁଆମାନଙ୍କର ସଠିକ୍ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶିଶୁମାନଙ୍କୁ କିଛି ଶିଖିବା, ଖେଳିବା ବା କୌଣସି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହାସହ ଗର୍ଭବତୀ ମହିଳାମାନଙ୍କୁ କୁପୋଷଣରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । କିନ୍ତୁ ଅଜ୍ଞତା, ସଚେତନତାର ଅଭାବ ଏବଂ ଅନ୍ୟାନ୍ୟ କାରଣ ହେତୁ ପୁଷ୍ଟିହୀନତାର ସମସ୍ୟା ବହୁ ସଂଖ୍ୟାରେ ଶିଶୁ ଏବଂ ମହିଳାମାନଙ୍କଠାରେ ଦେଖାଯାଇଥାଏ । କିନ୍ତୁ ସରକାରୀ ସ୍ତରରେ ଉଦ୍ୟମ ଯୋଗୁଁ ପୁଷ୍ଟିକର ଆବଶ୍ୟକତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବ୍ୟାପିବାରେ ଲାଗିଛି ।
ଏଥି ସହିତ ସରକାରୀ ଯୋଜନା ହେତୁ, ଖାଦ୍ୟ ସହ ଜଡିତ ସୁବିଧା ମଧ୍ୟ କିଛି ପରିମାଣରେ ଅଭାବୀ ଲୋକ ଏବଂ ପିଲାମାନଙ୍କ ନିକଟରେ ପହଞ୍ଚୁଛି । ଯାହାର ପ୍ରଭାବ ପୁଷ୍ଟିହୀନତା ସମ୍ବନ୍ଧୀୟ ଆକଳନ ଉପରେ ମଧ୍ୟ ଦେଖାଯାଉଛି । ୟୁନିସେଫର ଏକ ସର୍ବେକ୍ଷଣ ଅନୁଯାୟୀ, 0 ରୁ 6 ବର୍ଷ ବୟସରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଭାରତରେ 14 ପ୍ରତିଶତ ହ୍ରାସ ହୋଇଛି । ତଥାପି ଏଦିଗରେ ନିରନ୍ତର ପ୍ରୟାସ ଜାରି ରହିବା ଜରୁରୀ ଅଟେ।
କୁପୋଷଣରକୁ ଦୂର କରିବା ପାଇଁ ଭାରତ ସରକାରଙ୍କର ଅନେକ ଯୋଜନା ରହିଛି।
- ସକ୍ଷମ ଅଙ୍ଗନୱାଡି ଏବଂ ମିଶନ୍ ପୋଷଣ 2.0। ଏଥିମଧ୍ୟରେ ମିଶନ୍ ପୋଷଣ 2.0 ଅଧୀନରେ ସମଗ୍ର ଦେଶରେ 13.9 ଲକ୍ଷ ଅଙ୍ଗନୱାଡି କେନ୍ଦ୍ର ସହିତ 7074 ଅନୁମୋଦିତ ପ୍ରକଳ୍ପ ପରିଚାଳିତ ହେଉଛି।
- ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଅନେକ ଯୋଜନା ରହିଛି।
- ପ୍ରଧାନମନ୍ତ୍ରୀ ମାତୃ ବନ୍ଧନ ଯୋଜନା
- ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାତାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବଣ୍ଟନ ଯୋଜନା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ