ETV Bharat / sukhibhava

National Mustard Day 2023: କ୍ୟାନ୍ସର-ହାର୍ଟ ସମସ୍ୟା ଭଳି ବିପଦରୁ ମୁକ୍ତି ଦିଏ ସୋରିଷ - ସୋରଷର ସ୍ବାସ୍ଥ୍ୟ ଉପକାରିତା

ଆଜି ଜାତୀୟ ସୋରିଷ ଦିବସ । ତେବେ ଜାଣନ୍ତୁ ସୋରିଷର ସ୍ବାସ୍ଥ୍ୟ ଉପକାରିତା ।

National Mustard Day
National Mustard Day
author img

By

Published : Aug 5, 2023, 11:48 AM IST

ହାଇଦ୍ରାବାଦ: ଭାରତୀୟ ଏବଂ ଆମେରିକୀୟ ରୋଷେଇରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଉପାଦାନ ହେଉଛି ସୋରିଷ । ସୋରିଷ ମଞ୍ଜିରେ ଭିଟାମିନ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ପ୍ରଥମେ ୟୁରୋପରେ ବ୍ୟବହୃତ ଛୋଟ ଗୋଲାକାର ସୋରିଷ ମଞ୍ଜି ଧୀରେ ଧୀରେ ଉତ୍ତର ଆଫ୍ରିକାରେ ଏବଂ ପରେ ଏସିଆର ଅନେକ ଅଞ୍ଚଳରେ ଲୋକପ୍ରିୟତା ପାଇଥିଲା । ବର୍ତ୍ତମାନ ସୋରିଷ ଫୁଟଣ ବନା ରୋଷେଇ ସମ୍ଭବ ନୁହଁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସୋରିଷର ଏହି ଲୋକପ୍ରିୟତା ହେତୁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ଶନିବାର ଦିନ ଜାତୀୟ ସୋରିଷ ଦିବସ ପାଳନ କରାଯାଏ ।

ସୋରଷ ସାଧାରଣତଃ ତିନୋଟି ରଙ୍ଗରେ ବଜାରରେ ମିଳିଥାଏ । ଧଳା ସୋରିଷକୁ ବାଟଣରେ ବ୍ୟବହୃତ କରାଯାଉଥିବା ବେଳେ କଳା ଏବଂ ଥଇରିଆ ସୋରିଷକୁ ଫୁଟଣରେ ବ୍ୟବହାର କରାଯାଏ । ସୋରିଷ ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଏବଂ ଏହା ମଧ୍ୟ ଦଶନ୍ଧି ଧରି ଔଷଧୀୟ ଭାବରେ ବ୍ୟବହୃତ ହୋଇଆସୁଛି । କଳା ସୋରିଷରେ ଥିବା ଜରୁରୀ ମିନେରାଲ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଫସଫରସ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏହାର ବ୍ୟବହାର ମୁଖ୍ୟତଃ ଥଣ୍ଡା କାଶ, ବଦହଜମୀ ଓ ଶରୀର ବ୍ୟଥା ରୋକିବା ସହ ଶ୍ବସନ କ୍ରିୟା ଆଦି ସୁଧାରିବାରେ କରାଯାଇଥାଏ । ତେବେ ଜାଣନ୍ତୁ ସୋରିଷର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ।

କର୍କଟ ରୋଗରୁ ରକ୍ଷା କରେ: ସୋରିଷରେ ଗ୍ଲୁକୋସିନୋଲେଟ୍ସ ଏବଂ ମାଇରୋସିନାଜ୍ ପରି ଯୌଗିକ ଗୁଣ ରହିଛି । ଯାହା ଶରୀରରେ କର୍କଟ ସୃଷ୍ଟି କରୁଥିବା କୋଷଗୁଡ଼ିକର ବୃଦ୍ଧିକୁ ପ୍ରତିରୋଧ କରିଥାଏ । ଜର୍ନାଲ ହ୍ୟୁମାନ ଆଣ୍ଡ ଏକ୍ସପେରିମେଣ୍ଟାଲ ଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏହି କ୍ଷୁଦ୍ର ମଞ୍ଜିଗୁଡ଼ିକରେ କେମୋପ୍ରେଭେଣ୍ଟିଭ୍ ସମ୍ଭାବନା ଥାଏ ଏବଂ ଏହା କର୍କିନୋଜେନର ପ୍ରଭାବରୁ ରକ୍ଷା କରିପାରେ ।

ମୁଣ୍ଡବିନ୍ଧା ଏବଂ ମାଇଗ୍ରେନରେ ପ୍ରଭାବଶାଳୀ: ଯଦି ଆପଣ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ର ଶିକାର ହେଉଛନ୍ତି, ତେବେ ସୋରିଷ ମଞ୍ଜି ଏହା ପାଇଁ ପ୍ରଭାବଶାଳୀ ହେବ । ଏହି ସୋରିଷ ମଞ୍ଜିରେ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଛି, ଯାହା ଆମ ସ୍ନାୟୁ ପ୍ରଣାଳୀକୁ ଠିକ ରଖିବା ସହିତ ଏବଂ ଆମ ଶରୀରର ବିଭିନ୍ନ ଅଂଶରେ ଯନ୍ତ୍ରଣା ଏବଂ ଟେନସନରୁ ମୁକ୍ତି ଦେଇଥାଏ ।

ହଜମ ପ୍ରକ୍ରିୟା ବଜାୟୀ ରଖେ: ସୋରିଷ ହଜମ ପ୍ରକ୍ରିୟା ପାଇଁ ଉତ୍ତମ ଅଟେ । ଯଦି ଆପଣ ହଜମଜିନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ସୋରିଷ ମଞ୍ଜି ଏଥିରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏହି ମଞ୍ଜିଗୁଡିକ ଫାଇବରରେ ଭରପୂର, ଯାହା ଅନ୍ତନଳୀ ଗତିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରର ହଜମ ଶକ୍ତି ବୃଦ୍ଧି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଡାଲଚିନି

ହୃଦୟକୁ ସୁସ୍ଥ ରଖେ: ସୋରିଷ ତେଲ ସାଧାରଣତଃ ପ୍ରତ୍ୟେକ ଭାରତୀୟ ପରିବାରରେ ବ୍ୟବହୃତ ହୁଏ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ । ଯାହା ହାର୍ଟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ।

ହାଡ ଏବଂ ଦାନ୍ତକୁ ଶକ୍ତ ରଖେ: ସୋରିଷ ମଞ୍ଜି ହାଡ ପାଇଁ ମଧ୍ୟ ଭଲ, କାରଣ ସେଲେନିୟମ୍ ନାମକ ଏକ ମିନେରାଲ୍ ଥାଏ । ଯାହା ଆପଣଙ୍କ ହାଡକୁ ଶକ୍ତ କରିଥାଏ । ଏହା ନଖ, କେଶ ଏବଂ ଦାନ୍ତକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ । ସୋରିଷରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ହାଡ ଏବଂ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ବାର୍ଦ୍ଧକ୍ୟକୁ ରୋକିବାରେ ସାହାଯ୍ୟକାରୀ: ବୃଦ୍ଧାବସ୍ଥାରେ ମଧ୍ୟ ସମସ୍ତେ ଯୁବକ ଦେଖାଯିବାକୁ ଚାହାଁନ୍ତି। କିନ୍ତୁ ବାର୍ଦ୍ଧକ୍ୟକୁ କେହି ରୋକିପାରିବେ ନାହିଁ ଏହା ହିଁ ବାସ୍ତବତା । ପ୍ରତିଦିନ ସୋରିଷ ଖାଇବା ଦ୍ବାରା ଡେରିରେ ବାର୍ଦ୍ଧକ୍ୟ ଆସିଥାଏ ବୋଲି କୁହାଯାଏ । ସୋରିଷ ମଞ୍ଜିରେ ଭିଟାମିନ୍ ଏ, କେ ଏବଂ ସି ଭରପୂର ମାତ୍ରାରେ ରହିଛି । ଯାହା ବ୍ୟକ୍ତିର ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.