ETV Bharat / sukhibhava

National Anti Malaria Month: ଶିଶୁ ଏବଂ ଗର୍ଭବତୀଙ୍କ ପାଇଁ ମାରାତ୍ମକ ହୋଇପାରେ ମ୍ୟାଲେରିଆ

ଜାତୀୟ ମ୍ୟାଲେରିଆ ନିରାକରଣ ମାସ ପ୍ରତିବର୍ଷ ଜୁନ୍ 1ରୁ ଜୁନ୍ 30 ପର୍ଯ୍ୟନ୍ତ ପାଳନ କରାଯାଏ । ମଶା ଦ୍ବାରା ହେଉଥିବା ଏହି ରୋଗକୁ ନେଇ ସଜାଗ ହେବା ଏବଂ ଦେଶରେ ମୌସୁମୀ ଆସିବା ପୂର୍ବରୁ ମ୍ୟାଲେରିଆ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ଲକ୍ଷ୍ୟରେ ଏହି ମାସ ପାଳନ କରାଯାଏ । ଅଧିକ ପଢନ୍ତୁ

National Anti Malaria Month
National Anti Malaria Month
author img

By

Published : Jun 1, 2023, 4:31 PM IST

ହାଇଦ୍ରାବାଦ: ମ୍ୟାଲେରିଆ ଏଭଳି ଏକ ରୋଗ ଯାହାଦ୍ବାରା ଏବେ ମଧ୍ୟ ପ୍ରତିବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି । ବର୍ଷା ଆରମ୍ଭ ହେବା ସହିତ ମ୍ୟାଲେରିଆ ଏବଂ ମଶା ଦ୍ବାରା ହେଉଥିବା ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଥାଏ । ଏଭଳି ପରିସ୍ଥିତିରେ ଲୋକଙ୍କୁ ଏହି ରୋଗ ତଥା ଏଥିରୁ ରକ୍ଷା ପାଇବା ପାଇଁ ସଜାଗ କରିବା ଦିଗରେ ସରକାର ଅନେକ ମାସିକ ଏବଂ ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜିତ କରିଥାଆନ୍ତି । ସରକାରଙ୍କ ଏପରି ଏକ ପଦକ୍ଷେପ ହେଉଛି "ଜାତୀୟ ମ୍ୟାଲେରିଆ ବିରୋଧୀ ମାସ"। ଜୁନ୍ ମାସରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ମ୍ୟାଲେରିଆର ନିରାକରଣ ଏବଂ ଚିକିତ୍ସା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନକେ ପ୍ରକାର ଅଭିଯାନ କରାଯାଉଛି । ମ୍ୟାଲେରିଆ ରୋଗୀମାନଙ୍କୁ ଖୋଜିବା ଏବଂ ରୋଗ ବିସ୍ତାରକୁ ରୋକିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବା ଲକ୍ଷ୍ୟରେ ପ୍ରତିବର୍ଷ 1ରୁ 30 ଜୁନ୍ ପର୍ଯ୍ୟନ୍ତ ଜାତୀୟ ମ୍ୟାଲେରିଆ ବିରୋଧୀ ମାସ ପାଳନ କରାଯାଏ ।

ମ୍ୟାଲେରିଆ କଣ ?: ମ୍ୟାଲେରିଆ ଜ୍ୱର ମଶା କାମୁଡିବା ଦ୍ବାରା ହୋଇଥାଏ । ମାଇ ଏନୋଫିଲିସ ମଶା କାମୁଡିବା ଦ୍ବାରା ଏହା ହୋଇଥାଏ । ପ୍ଲାଜାମୋଡିୟମ୍ ବଂଶର ପ୍ରୋଟୋଜୋଆ ନାମକ ଜୀବାଣୁ ଏହି ମାଇ ମଶାଙ୍କ ପାଖରେ ରହିଥାଏ । ଯାହା ମଶା କାମୁଡ଼ିବା ମାତ୍ରେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ । ଏହି ଜୀବାଣୁ ଯକୃତ ଏବଂ ରକ୍ତ କଣିକାକୁ ସଂକ୍ରମିତ କରି ଜଣେ ବ୍ୟକ୍ତିଙ୍କୁ ଅସୁସ୍ଥ କରିଦିଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହି ରୋଗର ବହୁତ ଗମ୍ଭୀର ପ୍ରଭାବ ପଡିପାରେ ଏବଂ ବେଳେବେଳେ ସାଂଘାତିକ ହୋଇପାରେ ।

ମ୍ୟାଲେରିଆ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ କ୍ଷତି ପହଞ୍ଚାଇପାରେ: ଭାରତରେ ଦେଖାଯାଉଥିବା ମ୍ୟାଲେରିଆ ରୋଗର ଅଧିକାଂଶ ମାମଲା ପ୍ଲାଜାମୋଡିୟମ୍ ଫାଲସିପାରମ୍ ଦ୍ବାରା ହୋଇଥାଏ । ଯଦି ଠିକ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହା ଭୟଙ୍କର ପ୍ରଭାବ ପକାଇପାରେ ଏବଂ ବେଳେବେଳେ ସାଂଘାତିକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମ୍ୟାଲେରିଆ ରୋଗ ଛୋଟ ପିଲା ଏବଂ ଗର୍ଭବତୀମାନଙ୍କୁ ଅଧିକ କ୍ଷତି ପହଞ୍ଚାଇଥାଏ। ଉଦାହରଣ ସ୍ୱରୂପ, ମ୍ୟାଲେରିଆରେ ଆକ୍ରାନ୍ତ ପିଲାମାନଙ୍କ କ୍ଷେତ୍ରରେ ଶିକ୍ଷଣ ଅକ୍ଷମତା କିମ୍ବା ସ୍ଥାୟୀ ସ୍ନାୟୁଗତ ସମସ୍ୟା ହୋଇପାରେ । ଅନ୍ୟପକ୍ଷରେ, ଯଦି ଗର୍ଭବତୀମାନଙ୍କୁ ମ୍ୟାଲେରିଆ ହୁଏ, ତେବେ ରକ୍ତହୀନତା, ପ୍ରସବକାଳୀନ ମୃତ୍ୟୁ ଏବଂ କମ ଓଜନର ଶିଶୁ ଜନ୍ମ ହୋଇଥାଆନ୍ତି ।

ମ୍ୟାଲେରିଆର ପ୍ରକାର: ସାଧାରଣ ମ୍ୟାଲେରିଆ 5 ପ୍ରକାରର ହୋଇଥାଏ।

1.ପ୍ଲାଜାମୋଡିଆଲ୍ ପ୍ରଜାତି

2.ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ

3.ପ୍ଲାଜାମୋଡିୟମ୍ ଓଭାଲ୍

4.ପ୍ଲାଜାମୋଡିୟମ୍ ମ୍ୟାଲେରିଆ

5.ପ୍ଲାଜାମୋଡିୟମ୍ ନୋଲେସି

କଣ କହେ ପରିସଂଖ୍ୟାନ: ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମ୍ୟାଲେରିଆ ବର୍ତ୍ତମାନ ଭାରତରେ ତୃତୀୟ ସାଧାରଣ ରୋଗ ବୋଲି ବିବେଚନା କରାଯାଏ। ଯଦିଓ ଏହି ରୋଗ ଭାରତରେ ବର୍ଷସାରା ଦେଖାଯାଏ, କିନ୍ତୁ ବର୍ଷା ଋତୁରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖାଯାଏ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର 2016 ତଥ୍ୟ ଅନୁଯାୟୀ ଦକ୍ଷିଣ ପୂର୍ବ ଏସିଆରେ ମୋଟ ମ୍ୟାଲେରିଆ ରୋଗର 77% କେବଳ ଭାରତର ରହିଥିଲେ । ଅନ୍ୟପକ୍ଷରେ, 2021 ବର୍ଷର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ପ୍ରାୟ ଦୁଇ ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି । ଏହା ସହିତ, ଏହି ରୋଗ ହେତୁ ପ୍ରତିବର୍ଷ ପ୍ରାୟ 1000 ଜଣଙ୍କ ମୃତ୍ୟୁ ଘଟିଥାଏ । ଦେଶରେ ଅଧିକାଂଶ ମ୍ୟାଲେରିଆ ମାମଲା ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଗୁଜୁରାଟ ଏବଂ ରାଜସ୍ଥାନରୁ ସାମ୍ନାକୁ ଆସିଥାଏ।

ଜାତୀୟ ମ୍ୟାଲେରିଆ ନିରାକରଣ ମାସର ଗୁରୁତ୍ୱ: ମ୍ୟାଲେରିଆର ପ୍ରସାର ବନ୍ଦ ହୋଇପାରିବ, କିନ୍ତୁ ବେସରକାରୀ ତଥା ସରକାରୀ ଉଦ୍ୟମ ଅଭାବ, ସୁବିଧା ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରୁ ନାହିଁ। ଭାରତର ଅଧିକାଂଶ ଗ୍ରାମାଞ୍ଚଳ ବା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ବିବେଚନା କରାଯାଏ । ଏହି କାରଣରୁ, ଭାରତ ସରକାର 2030 ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯେଉଁଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଅଭିଯାନ କ୍ରମାଗତ ଭାବରେ ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଉଛି । ଏହି କ୍ରମରେ ରାଜ୍ୟର ପ୍ରତ୍ୟେକ ସହର, ଗ୍ରାମରେ ବିଭିନ୍ନ ସଚେତନତା, ସ୍ୱଚ୍ଛତା ଏବଂ ନୀରିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ମ୍ୟାଲେରିଆ ନିରାକରଣ ମାସ ଅଧୀନରେ ସରକାରୀ ୟୁନିଟ୍ ତଥା ସରକାରୀ ତଥା ବେସରକାରୀ ସଂଗଠନ ଦ୍ୱାରା ପରିଚାଳିତ ହୋଇଥାଏ ।

ଜାତୀୟ ମ୍ୟାଲେରିଆ ନିରାକରଣ ମାସର ଉଦ୍ଦେଶ୍ୟ: ଉଲ୍ଲେଖଯୋଗ୍ୟ ଯେ, 1953 ପରଠୁ ଭାରତ ସରକାରଙ୍କ ଦ୍ବାରା ଜାତୀୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ମ୍ୟାଲେରିଆ ବିଲୋପ କାର୍ଯ୍ୟକ୍ରମ ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଦିଗରେ ପ୍ରୟାସ କରାଯାଉଛି । ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗକୁ ନିୟନ୍ତ୍ରଣ କରିବା ଏହାର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମଗୁଡିକରେ ମଶା ଲାର୍ଭା ପ୍ରଜନନକୁ ରୋକିବା ପାଇଁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରିମଳ ବ୍ୟବସ୍ଥା, ମଶା ଏବଂ ସେମାନଙ୍କର ଲାର୍ଭା ମାରିବା ପାଇଁ ରାସାୟନିକ ସ୍ପ୍ରେ', ପୀଡିତଙ୍କ ଉପରେ ନଜର ରଖିବା ଏବଂ ଏହି ରୋଗରେ ଅଧିକ ସଂକ୍ରମିତ ଅଞ୍ଚଳରେ ସେମାନଙ୍କ ଅବସ୍ଥା ଉପରେ ନଜର ରଖିବା ଏବଂ ଠିକ୍ ସମୟରେ ପରୀକ୍ଷା କରିବାକୁ ଚେଷ୍ଟା କରାଯାଏ ।

ମ୍ୟାଲେରିଆ ରୋଗ: ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଭାରତର ଅଧିକାଂଶ ସ୍ଥାନରେ ମ୍ୟାଲେରିଆ ସଂକ୍ରିମିତଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ବାସ୍ତବରେ, ଜୁନ୍ ମାସରେ ଅଧିକାଂଶ ରାଜ୍ୟରେ ମୌସୁମୀ ଆରମ୍ଭ ହୋଇଥାଏ ଏବଂ ବର୍ଷା ଋତୁରେ ମଶାମାନଙ୍କର ପ୍ରଜନନ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ଠିକ୍ ସମୟରେ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ଅଟେ । ଯାହାଦ୍ବାରା ସର୍ବାଧିକ ସଂଖ୍ୟକ ଲୋକ ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗରୁ ରକ୍ଷା ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.