ଶିଂଟନ: ଅଧିକାଂଶ ଲୋକେ ସଂଗୀତ ଶୁଣିବାକୁ ବେଶ୍ ପସନ୍ଦ କରିଥାନ୍ତି । ଶ୍ରୁତି ମଧୁର ସଂଗୀତ ମଧ୍ୟ ମାନସିକ ଶାନ୍ତି ଏବଂ ଅବସାଦରୁ ଦୂର କରିଥାଏ ବୋଲି ବିବେଚନା କରାଯାଏ । ସଂଗୀତ ମନରେ ଶାନ୍ତି ଭରିଦିଏ । ବାସ୍ତବରେ ଏହା ପ୍ରମାଣିତ ହୋଇଛି । ପେରୁରେ ପୁରୁଷମାନଙ୍କର ନିଶା କାରଣରୁ ହେଉଥିବା ସମସ୍ୟା ଦୂର କରିବାରେ ପାରମ୍ପରିକ ସଂଗୀତ ଏକ ପ୍ରମୁଖ ଭୂମିକା ନିଭାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି(Music helps to treat substance use disorders in men) ।
ସୂଚନା ଅନୁସାରେ, ପେରୁରେ ସଂଗୀତକୁ ଏକ ପ୍ରଭାବଶାଳୀ ଚିକିତ୍ସା ଉପକରଣ ଭାବରେ ବ୍ୟବହାର କରାଯାଉଥିବା ରିପୋର୍ଟ ହୋଇଛି । ରିପୋର୍ଟ ଅନୁସାରେ, ସେଠାକାର ଇକାରସ୍ ବା ପାରମ୍ପାରିକ ଗୀତ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଡ୍ରଗ୍ ଏବଂ ମଦ୍ୟପାନ ନିଶା ନିବାରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବ୍ୟବହୃତ ହୁଏ । କାଲିଫର୍ନିଆ ୟୁନିଭର୍ସିଟିର ଜଣେ ସଂଗୀତ ଅନୁସନ୍ଧାନକାରୀ, ପାରମ୍ପରିକ ଗୀତ ବା ଇକାରସ୍ କିପରି ନିଶା ନିବାରଣ କ୍ଷେତ୍ରରେ ଜଣେ ପୁରୁଷଙ୍କ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ସେ ବାବଦରେ ଆଲୋଚନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଡରାଇଲାଣି ଆଉ ଏକ ଘାତକ ରୋଗ ! Brain-eating ଆମିବା ସଂକ୍ରମଣରେ ଦକ୍ଷିଣ କୋରିଆର ଜଣେ ମୃତ
UCR ଡକ୍ଟରାଲ୍ ଏଥନୋମ୍ୟୁସିକୋଲୋଜି ଛାତ୍ର ଓୱେନ ଜେ ଗ୍ରାହାମଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯାଇଥିଲା । ଆନ୍ଥ୍ରପୋଲୋଜୀ ଅଫ୍ କନ୍ସିଅସ୍ନେସ୍ ପତ୍ରିକା(Journal Anthropology of Consciousness)ରେ ଅନୁସନ୍ଧାନ ବାବଦରେ ପ୍ରକାଶ ପାଇଛି । ଯେଉଁ ପୁରୁଷମାନ ବିଭିନ୍ନ ନିଶା ସେବନ କରି ନାନା ସମସ୍ୟା ଭୋଗୁଛନ୍ତି ସେମାନଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ସେଠାକାର ପାରମ୍ପରିକ ସଂଗୀତ ଏହି ସମସ୍ୟା ଦୂର କରିବାରେ ବେଶ୍ ଫଳପ୍ରଦ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ:- International Epidemic Preparedness Day: ଆଗୁଆ ସଚେତନ ଦୂର କରିବ ମହାମାରୀ ବିପଦ
ସେହିପରି ଅନୁସନ୍ଧାନକାରୀଙ୍କ ପୂର୍ବ ଅନୁସନ୍ଧାନ ଅନୁଯାୟୀ, ପ୍ରାୟ 67% ଅଂଶଗ୍ରହଣକାରୀ ଯେଉଁମାନେ ଟାକିୱାସୀ କେନ୍ଦ୍ରରେ ନଅରୁ 12 ମାସର କାର୍ଯ୍ୟକ୍ରମ ସମାପ୍ତ କରିଥିଲେ, ସେମାନେ ପୁନର୍ବାର କୌଣସି ପ୍ରକାରର ନିଶା ସେବନ କରିନଥିଲେ । 2017-19ରୁ ଏକ ବିଶ୍ଳେଷଣ 180 ଜଣଙ୍କ ପ୍ରତିକ୍ରିୟାକୁ ମୂଲ୍ୟାଙ୍କନ କରିଛି । ସମସ୍ତ ରୋଗୀ ରିପୋର୍ଟ କରିଛନ୍ତି ଯେ, ଇକାରସ୍ ସେମାନଙ୍କର ସାଇକୋ-ଇମୋସନାଲ୍ ସ୍ଥିତିକୁ ବଦଳାଇ ଦେଇଛି ।