ETV Bharat / sukhibhava

Marburg Virus Outbreak: ଡରାଇଲାଣି ଆଉ ଏକ ଭୂତାଣୁ, ଗୋଟିଏ ଦେଶରେ 9 ମୃତ - ଆଫ୍ରିକୀୟ ଦେଶରେ ଭୂତାଣୁ ବ୍ୟାପିବା ଖବର

ମଧ୍ୟ ଆଫ୍ରିକୀୟ ଦେଶରେ ବ୍ୟାପୁଛି ମାରବର୍ଗ ଭୂତାଣୁ । ଇକ୍ୟୁଟୋରିଆଲ୍ ଗିନୀରେ 9 ଜଣଙ୍କ ମୃତ୍ୟୁ ନେଇ ସୂଚନା । ପଢନ୍ତୁ ଅଧିକ ଖବର

Marburg Virus
Marburg Virus
author img

By

Published : Feb 14, 2023, 2:19 PM IST

ମାଲାବୋ: ଡରାଇଲାଣି ଆଉ ଏକ ଭୂତାଣୁ । ମାରବର୍ଗ ଭୂତାଣୁ ସଂକ୍ରମଣରେ ଇକ୍ୟୁଟୋରିଆଲ୍ ଗିନୀରେ 9 ଜଣଙ୍କ ମୃତ୍ୟୁ ନେଇ ସୂଚନା । ଏନେଇ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେବା ପରେ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କୋରୋନା ଏବଂ ଇବୋଲା ଭଳି ମାରବର୍ଗ ଘାତକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହାସହ ଭାଇରସ୍ ସହ ମୁକାବିଲା ପାଇଁ ମଧ୍ୟ ଏକ ଜରୁରୀ ବୈଠକ ଡାକିଛି ।

ଇକ୍ୟୁଟୋରିଆଲ୍ ଗିନୀ ସ୍ୱାସ୍ଥ୍ୟମନ୍ତ୍ରୀ ମିତୋହା ଓଣ୍ଡୋ ଅୟାକାବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘ ସହ ପରାମର୍ଶ ପରେ କି-ନଟେମ ପ୍ରଦେଶ ଏବଂ ପଡୋଶୀ ଜିଲ୍ଲା ମୋଙ୍ଗୋମୋରେ ସ୍ୱାସ୍ଥ୍ୟ ସଚେତନତା ଘୋଷଣା କରାଯାଇଛି । କି-ନଟେମରେ କ୍ବାରେଣ୍ଟାଇନ୍ କାରଣରୁ 4,325 ଲୋକ ସଂକ୍ରମିତ ହୋଇଛନ୍ତି । ଜାନୁଆରୀ 7ରୁ ଫେବୃଆରୀ 7 ମଧ୍ୟରେ ଭୂତାଣୁରେ ସଂକ୍ରମିତ ଥିବା 9 ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଫେବୃଆରୀ 10ରେ ହସ୍ପିଟାଲରେ ଥିବା ସନ୍ଦିଗ୍ଧମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି, କିନ୍ତୁ ଏପର୍ଯ୍ୟନ୍ତ ଏହାର ପରୀକ୍ଷା କରାଯାଇ ନାହିଁ ।

WHO ହାଇ ଆଲର୍ଟ:- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସୋମବାର ଏକ ବିବୃତ୍ତିରେ କହିଛି ଯେ, ମାରବର୍ଗ ଭୂତାଣୁ ପ୍ରଥମେ ମଧ୍ୟ ଆଫ୍ରିକୀୟ ଦେଶରେ ସଂକ୍ରମଣ ହୋଇଥିଲା । ଏହି ଭୂତାଣୁ ଆଙ୍ଗୋଲା, ଡିଆର କଙ୍ଗୋ, ଗିନୀ, କେନିଆ, ଦକ୍ଷିଣ ଆଫ୍ରିକା ଏବଂ ଉଗାଣ୍ଡା ସମେତ ଆଫ୍ରିକାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଇକ୍ୟୁଟୋରିଆଲ୍ ଗିନୀକୁ ସ୍ୱତନ୍ତ୍ର ଟିମ୍ ପଠାଯାଇଛି ।

WHO ଆହୁରି ମଧ୍ୟ କହିଛି ଯେ, ମାରବର୍ଗ ଭୂତାଣୁ ଇବୋଲା ଶ୍ରେଣୀରେ ହୋଇଥିଲେ ମଧ୍ୟ ଅଧିକ ମାରାତ୍ମକ । 1967 ପରଠାରୁ ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ ଏଥିରେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ଏକ ଅତ୍ୟଧିକ ବିପଜ୍ଜନକ ରୋଗ ସୃଷ୍ଟି କରେ, ଯାହା ପ୍ରାୟତଃ ରକ୍ତସ୍ରାବ ସହିତ ଭୟଙ୍କର ଜ୍ୱର ଏବଂ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରେ । କେବଳ ଏତିକି ନୁହେଁ, ଏହି ଭୂତାଣୁ ଶରୀରର ନିଜସ୍ୱ କାମ କରିବାର କ୍ଷମତାକୁ ମଧ୍ୟ ହ୍ରାସ କରିଥାଏ ।

ମାରବର୍ଗ ଲକ୍ଷଣ:- ସଂକ୍ରମଣର 21 ଦିନ ପରେ ରୋଗର ଭୟାବହତା ଦେଖାଯାଏ । କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ହଠାତ୍ ଉଚ୍ଚ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଏବଂ ଝାଡ଼ା ଭଳି ଲକ୍ଷଣ ସୃଷ୍ଟି କରେ । ଏହି ଲକ୍ଷଣଗୁଡିକ ଟାଇଫଏଡ୍ ଏବଂ ମ୍ୟାଲେରିଆ ସହିତ ସମାନ, ସେଥିପାଇଁ ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରିଥାନ୍ତି । ଫଳରେ ପ୍ରାରମ୍ଭିକ ଚିକିତ୍ସା କରନ୍ତି ନାହିଁ । କିନ୍ତୁ ପରେ ଭୂତାଣୁ ଶରୀରକୁ ସମ୍ପୂର୍ଣ୍ଣ ଭାବେ ସଂକ୍ରମିତ କରି ସାରିଥାଏ । ଏହି କାରଣରୁ ରୋଗୀଙ୍କ ଅବସ୍ଥା ଗମ୍ଭୀର ହୋଇଯାଏ । ଏହି ଭୂତାଣୁ ସଂକ୍ରମଣ ଜଣେ ରୋଗୀଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିପାରେ ଏବଂ ଏହା ସ୍କିନ୍ ଟଚ୍ ମାଧ୍ୟମରେ ମଧ୍ୟ ସଂକ୍ରମିତ କରିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.