ହାଇଦ୍ରାବାଦ: ସମସ୍ତେ ଉତ୍ସାହର ସହିତ ବର୍ଷାକୁ ଅପେକ୍ଷା କରନ୍ତି ଏବଂ ବର୍ତ୍ତମାନ ମୌସୁମୀ ମଧ୍ୟ ସାରା ରାଜ୍ୟକୁ ଛୁଇଁଛି । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଏହି ଋତୁରେ ସ୍କିନର ଯନ୍ତ୍ର ନେବା ସମସ୍ତଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜ ସଦୃଶ । ବାୟୁର ଆଦ୍ରତା ବଢୁଥିବା କାରଣରୁ ଚର୍ମର ଯତ୍ନ ଏକ ଚ୍ୟାଲେଞ୍ଜ ହୋଇଯାଏ, ବିଶେଷତଃ ମେକଅପ କଥା ଯଦି ଦେଖାଯାଏ, ତାହେଲେ ଏହା ଏକ ପ୍ରକାର କଷ୍ଟକର ହୋଇଥାଏ । ତେବେ ମୌସୁମୀ ବା ବର୍ଷା ଋତୁରେ କିଭଳି ମେକଅପ ନେବେ ଶିଖନ୍ତୁ ।
ବର୍ଷାଋତୁରେ ମେକଅପ ଟିପ୍ସ:
ପ୍ରାଇମର୍: ଏକ ସ୍ମୁଥ ବେସ ସୃଷ୍ଟି କରିବା ଏବଂ ଅତ୍ୟଧିକ ତେଲ ପରିଚାଳନା କରିବା ପାଇଁ ମେକଅପ୍ ପୂର୍ବରୁ ଏକ ମେଟିଫାଇଙ୍ଗ ପ୍ରାଇମର୍ ପ୍ରୟୋଗ କରନ୍ତୁ । ଏହା ମଧ୍ୟ ମେକଅପକୁ ଅଧିକ ସମୟ ରହିବାକୁ ସାହାଯ୍ୟ କରିବ।
ହାଲୁକା ଫାଉଣ୍ଡେସନ୍: ଆର୍ଦ୍ରତା କିମ୍ବା ବର୍ଷାର ମୁକାବିଲା ପାଇଁ ହାଲୁକା ଏବଂ ଓ୍ବାଟର ପ୍ରୁଫ ଫାଉଣ୍ଡେସନ ଲଗାନ୍ତୁ । ଏହା ମେକଅପକୁ ସଠିକ ଭାବେ ରଖିବାରେ ସାହାଯ୍ୟ କରିଥାଏ ।
ଆଇଶ୍ୟାଡୋ, ଆଇଲାଇନର ଏବଂ ମାସ୍କାରା: ବର୍ଷା ଋତୁ ସମୟରେ ବାକି ମେକଅପକୁ କମ କରି ଆଖି ଏବଂ ଓଠକୁ ହାଇଲାଇଟ କରିବା ଉଚିତ ଅଟେ । ଏଥିପାଇଁ ଓ୍ବାଟରପ୍ରୁଫ ଆଇସାଡୋ ବାଛନ୍ତୁ । ଏହାସହ ଆପଣ ଯଦି ଆଖିକୁ ବଡ ରଖିବାକୁ ଚାହୁଁଛନ୍ତି ତାହାଲେ ଓ୍ବାଟରପ୍ରୁଫ ମସ୍କାରା ମଧ୍ୟ ଲଗାଇପାରିବେ । ଏହାସହ ଓଠ ପାଇଁ ବୋଲ୍ଡ ସେଡ ଲିପଷ୍ଟିକ ବାଛନ୍ତୁ ।
ମ୍ୟାଟିଫିନିସ ଲିପଷ୍ଟିକ୍: ମୌସୁମୀ ପାଇଁ, କ୍ରିମି ଲିପଷ୍ଟିକ୍ ବଦଳରେ ଏକ ମ୍ୟାଟ୍ କିମ୍ବା ସେମି ମ୍ୟାଟ୍ ଫିନିସ ଲିପଷ୍ଟିକ୍ ବାଛନ୍ତୁ । ସେଗୁଡ଼ିକ ଦୀର୍ଘସ୍ଥାୟୀ ଏବଂ ସହଜରେ ଧୋଇ ହୋଇ ନଥାଏ।
ଲୁଜ ପାଉଡର ଲଗାନ୍ତୁ: ମୌସୁମୀ ସମୟରେ ଆର୍ଦ୍ରତା କିମ୍ବା ତେଲିଆ ପଣ ମୁହଁରେ ସମସ୍ୟା ହୋଇପାରେ । ଏହି କ୍ଷେତ୍ରରେ ମେକଅପ୍ ସେଟ୍ କରିବା ପାଇଁ ଏବଂ ତେଲକୁ ଶୋଷଣ କରିବା ପାଇଁ କେବଳ ଲୁଜ ପାଉଡର ବ୍ୟବହାର କରନ୍ତୁ। ଏହି କ୍ଷେତ୍ର ଅଧିକ ତେଲିଆ ହୋଇଥିବାରୁ ଆପଣଙ୍କ ଟି-ଜୋନ୍ ଉପରେ ହାଲୁକା ପାଉଡର ଲଗାନ୍ତୁ।
ସେଟିଂ ସ୍ପ୍ରେ : ଶେଷରେ ମେକଅପକୁ ଲକ୍ କରିବା ପାଇଁ ଏକ ସେଟିଂ ସ୍ପ୍ରେ ପ୍ରୟୋଗ କରବା ଆବଶ୍ୟକ । ବର୍ଷା ଋତୁରେ ମେକଅପକୁ ସେଟ କରିବା ପାଇଁ ଏକ ସ୍ପ୍ରେ ମିଳୁଛି । ଯାହା ମେକଅପରୁ ପାଣିରୁ ରକ୍ଷା କରିଥାଏ । ଏହାସହ ମୁହଁ ତେଲିଆ ହେବାରୁ ରୋକିଥାଏ ।
ବ୍ଲୋଟିଂ ପେପର: ଯଦି ମେକଅପ୍ ଲଗାଇବା ପରେ ମୁହଁରେ ତେଲ ଦେଖାଯାଏ, ତେବେ ଏଥିପାଇଁ ବ୍ଲୋଟିଂ ପେପର ବ୍ୟବହାର କରନ୍ତୁ । ମେକଅପ୍ ନଷ୍ଟ ନକରି ଅଧିକ ତେଲ ହଟାଇବା ପାଇଁ ବ୍ଲୋଟିଂ ପେପର ସହିତ ମୁହଁକୁ ଧୀରେ ଧୀରେ ପୋଛିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ