ETV Bharat / sukhibhava

Lung Cancer New Drug : ଫୁସଫୁସ କ୍ୟାନ୍ସରର ଔଷଧରେ 50% କମିବ ମୃତ୍ୟୁସଂଖ୍ୟା !

author img

By

Published : Jun 6, 2023, 10:11 AM IST

କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭାରତରେ ପ୍ରତିବର୍ଷ 8 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ବର୍ତ୍ତମାନ ପରୀକ୍ଷଣ ସଫଳ ହୋଇଥିବା ନୂତନ କର୍କଟ ଔଷଧ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ସହାୟକ ହେବ ବୋଲି କହିଛନ୍ତି ଡାକ୍ତର। ଅଧିକ ପଢନ୍ତୁ

Lung Cancer New Drug
Lung Cancer New Drug

ନ୍ୟୁୟର୍କ: ବିଶ୍ବବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କ କ୍ଷେତ୍ରରେ କର୍କଟ ଭାବରେ ଫୁସଫୁସ କ୍ୟାନ୍ସର, ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଏହି କାରଣରୁ ଅଧିକାଂଶ ପୁରୁଷ ଏବଂ ମହିଳାଙ୍କର ଜୀବନ ମଧ୍ୟ ଯାଉଛି । ତେବେ ଏହାରି ଭିତରେ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଫୁସଫୁସ କ୍ୟାନ୍ସରରୁ ମୃତ୍ୟୁ ଆଶଙ୍କା କମ କରିବା ପାଇଁ ଏକ ନୂତନ ଔଷଧର ଗବେଷଣା ସଫଳ ହୋଇଛି । ନୂତନ ବଟିକା ନୂତନ ଆଶା ଦେଇଛି । ଏକ ଦଶନ୍ଧି ଧରି ଚାଲିଥିବା ବିଶ୍ବସ୍ତରୀୟ କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ସଫଳ ହୋଇଛି ।

କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ, ଅସ୍ତ୍ରୋପଚାର ପରେ ଆଷ୍ଟ୍ରା ଜେନିକା ଦ୍ବାରା ବିକଶିତ ଓସିମେରଟିନିବ ଔଷଧ ସେବନ କରିବା ଦ୍ବାରା ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା 51 ପ୍ରତିଶତ କମିଛି । ଚିକାଗୋରେ ଆମେରିକୀୟ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜି (ASCO) ବାର୍ଷିକ ବୈଠକରେ ଏହି ପରୀକ୍ଷା ଫଳାଫଳ ଉପସ୍ଥାପିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: କର୍କଟରୋଗୀଙ୍କ ମନରେ ନୂଆ ଆଶା ସଞ୍ଚାର କରିବ ଏହି ଟେକ୍ନୋଲୋଜି

ଟାଗ୍ରିସୋ ଭାବରେ ବଜାରରେ ବିକ୍ରି ହେଉଥିବା ଓସିମର୍ଟିନିବ, ଅଣ-ଛୋଟ କୋଷ କର୍କଟକୁ ଟାର୍ଗେଟ କରେ । ଫୁସଫୁସ କର୍କଟ ହେଉଛି ବିଶ୍ବରେ କର୍କଟ ମୃତ୍ୟୁର ମୁଖ୍ୟ କାରଣ, ପ୍ରତିବର୍ଷ ପ୍ରାୟ 18 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ । ତିରିଶ ବର୍ଷ ପୂର୍ବେ, ଏହି ରୋଗୀମାନଙ୍କ ପାଇଁ ଆମେ କିଛି କରିପାରିଲୁ ନାହିଁ ବୋଲି ୟେଲ କର୍କଟ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଡ. ରୟ ହରବଷ୍ଟ କହିଛନ୍ତି । କିନ୍ତୁ ବର୍ତ୍ତମାନ ଆମ ପାଖରେ ଔଷଧ ଉପଲବ୍ଧ ବୋଲି କହିଛନ୍ତି ।

ଯେକୌଣସି ରୋଗରେ ପଚାଶ ପ୍ରତିଶତ ଆରୋଗ୍ୟ ଲାଭ କରିବା ଏକ ଗୁରୁତ୍ବପୂର୍ଣ୍ଣ କଥା ଅଟେ । ଏଭଳି ଦେଖିବାକୁ ଗଲେ ଫୁସଫୁସ କର୍କଟ ରୋଗ କ୍ଷେତ୍ରରେ 50 ପ୍ରତିଶତ ଆରୋଗ୍ୟ ଲାଭ କରିବା ବା ମୃତ୍ୟୁ ଆଶଙ୍କାକୁ କମ କରିବା ଚିକିତ୍ସା କ୍ଷେତ୍ରରେ ଏକ ବଡ ଉପଲବ୍ଧି ବୋଲି କହିପାରିବା । ଏହି ପରୀକ୍ଷଣରେ 26ଟି ଦେଶରେ 30ରୁ 86 ବର୍ଷ ବୟସର ରୋଗୀଙ୍କୁ ସାମିଲ କରାଯାଇଥିଲା । ଏଥିରେ ରୋଗୀମାନଙ୍କୁ ଔଷଧ ଦିଆଯିବା ସହ କେତେ ପ୍ରତିଶତ କାର୍ଯ୍ୟକ୍ଷମ ହେଉଛି ସେଉପରେ ଦୃଷ୍ଟି ଦିଆଯାଇଥିଲା । ପରୀକ୍ଷଣରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର EGFR ଜିନରେ ପରିବର୍ତ୍ତନ ହୋଇଥିଲା । ଯାହା ଫୁସ୍‌ଫୁସ୍‌ କର୍କଟ ରୋଗର ପ୍ରାୟ ଏକ ଚତୁର୍ଥାଂଶରେ ଦେଖାଯାଏ ।

EGFR ମ୍ୟୁଟେସନ୍ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହାସହ ଯେଉଁମାନେ କେବେ ଧୂମପାନ କରିନାହାଁନ୍ତି କିମ୍ବା ହାଲୁକା ଧୂମପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ । ରିପୋର୍ଟରେ କୁହାଯାଇଛି ଯେ 88% ରୋଗୀ ଯେଉଁମାନେ ଟ୍ୟୁମର ବାହାର କରିବା ପରେ ଦୈନିକ ବଟିକା ଗ୍ରହଣ କରିଥିଲେ ସେମାନେ ପାଞ୍ଚ ବର୍ଷ ପରେ ମଧ୍ୟ ଜୀବିତ ଥିଲେ । କହିରଖୁଛୁ କି, କିଡନୀ କେତେ ଭଲ କାମ କରୁଛି ତାହାର ଏକ ମାପ ହେଉଛି EGFR । ରକ୍ତ ପରୀକ୍ଷା, ବୟସ, ଲିଙ୍ଗ, ଶରୀର ପ୍ରକାର ଏବଂ ଜାତି ଉପରେ ଆଧାର କରିବାରେ ସାହାଯ୍ୟ କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.