ETV Bharat / sukhibhava

ପ୍ଲେଟ୍‌ଲେଟ୍ ଅଭାବକୁ ସର୍ବଦା ଡେଙ୍ଗୁ ଭାବିବା ଭୁଲ୍, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ - ଡେଙ୍ଗୁ ରୋଗର ଲକ୍ଷଣ

ପ୍ଲେଟ୍‌ଲେଟ୍ କମ୍ ହୋଇଗଲେ ତାହା ଯେ, ଡେଙ୍ଗୁ ରୋଗର ଲକ୍ଷଣ ଏପରି ସର୍ବଦା ଭାବିବା ଭୁଲ୍(Low platelet count does not always mean dengue) । ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ।

ପ୍ଲେଟ୍‌ଲେଟ୍ ଅଭାବକୁ ସର୍ବଦା ଡେଙ୍ଗୁ ଭାବିବା ଭୁଲ୍, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

author img

By

Published : Nov 3, 2022, 11:02 AM IST

ବାରଣାସୀ: ପ୍ଲେଟ୍‌ଲେଟ୍ କମ୍‌ର ଅର୍ଥ ନୁହେଁ ଡେଙ୍ଗୁ । ପ୍ଲେଟ୍‌ଲେଟ୍ କମ୍ ହୋଇଗଲେ ତାହା ଯେ, ଡେଙ୍ଗୁ ରୋଗର ଲକ୍ଷଣ ଏପରି ସର୍ବଦା ଭାବିବା ଭୁଲ୍ । ଏହା ଅନ୍ୟାନ୍ୟ ରୋଗର କାରଣ ହୋଇପାରେ ବୋଲି ଉତ୍ତରପ୍ରଦେଶ ବାରାଣାସୀର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରକ୍ତରେ ପ୍ଲେଟ୍‌ଲେଟ୍ ସଂଖ୍ୟା ହ୍ରାସ ହେବା ସାଧାରଣତଃ ଡେଙ୍ଗୁ ରୋଗର ଲକ୍ଷଣ, ଏଥିପାଇଁ ଏଲିସା ଟେଷ୍ଟ୍ ବା enzyme-linked immunoassay(ELISA) ଟେଷ୍ଟ୍ କରାଯାଏ । ମାତ୍ର ଏହାର ଅର୍ଥ ନୁହେଁ ଯେ, ଯେଉଁ ବ୍ୟକ୍ତିଙ୍କର ପ୍ଲେଟ୍‌ଲେଟ୍ କମ୍ ଥିବ, ତାଙ୍କୁ ଡେଙ୍ଗୁ ହୋଇଥିବ(Low platelet count does not always mean dengue) ।

ଏହା ଅନ୍ୟ ରୋଗ କାରଣରୁ ମଧ୍ୟ ହୋଇପାରେ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସନ୍ଦୀପ ଚୌଧରୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ଲେଟ୍‌ଲେଟ୍-ଡେଙ୍ଗୁ ସମ୍ପର୍କକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଲୋକମାନେ, ପ୍ଲେଟ୍‌ଲେଟ୍ ହ୍ରାସ ଘଟିବା ମାତ୍ରେ ଏହା ଡେଙ୍ଗୁ ବୋଲି ଭାବିନିଅନ୍ତି । କିନ୍ତୁ, ବାସ୍ତବତା ଏହିପରି ନୁହେଁ ।

ଟାଇଫଏଡ୍ ଏବଂ ଭାଇରାଲ୍ ଜ୍ୱର ଭଳି ଅନେକ ରୋଗ ଅଛି, ଯେଉଁଥିରେ ପ୍ଲେଟ୍‌ଲେଟ୍ ମଧ୍ୟ କମିଯାଏ ବୋଲି ଡ. ଚୌଧରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ଲେଟ୍‌ଲେଟ୍‌ ଗୁଡିକ ରକ୍ତ ଜମାଟ ବାନ୍ଧିବା ପାଇଁ ଉଦ୍ଦିଷ୍ଟ । ସାଧାରଣ ପ୍ଲେଟ୍‌ଲେଟ୍ ଗଣନା 1.5 ଲକ୍ଷରୁ ଚାରି ଲକ୍ଷ ମଧ୍ୟରେ ବୋଲି ବିବେଚନା କରାଯାଏ । ଯଦି ପ୍ଲାଲେଟ ଗଣନା ୧୦, ୦୦୦ରୁ କମ୍ ନଥାଏ ଏବଂ କୌଣସି ସକ୍ରିୟ ରକ୍ତସ୍ରାବ ନହୁଏ ତେବେ ରୋଗୀ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ ଆବଶ୍ୟକ କରେ ନାହିଁ ।

ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ରୋଗ ନିଶ୍ଚିତ କରିବାକୁ ELISA ପରୀକ୍ଷା କରିବାକୁ ସୁପାରିଶ କରାଯାଉ ଥିବାବେଳେ ଡେଙ୍ଗୁ ରୋଗରେ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ ପ୍ରାଥମିକ ଚିକିତ୍ସା ନୁହେଁ । ରକ୍ତରେ ଆଣ୍ଟିବଡି ଚିହ୍ନଟ କରିବା ପାଇଁ ELISA ଏକ ସାଧାରଣ ବ୍ୟବହୃତ ଲାବୋରେଟୋରୀ ପରୀକ୍ଷା । ଆଣ୍ଟିବଡି ହେଉଛି ଆଣ୍ଟିଜେନ୍ ବିରୁଦ୍ଧରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଏକ ପ୍ରୋଟିନ୍ ।

ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଶରତଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ, ଜୁଲାଇ 2022 ପରଠାରୁ 9195 ସନ୍ଦିଗ୍ଧ ଡେଙ୍ଗୁ ରୋଗର ନମୁନା ନିଆଯାଇଥିଲା, ଯେଉଁଥିରେ ଲାବୋରେଟୋରୀରେ କରାଯାଇଥିବା ELISA ଟେଷ୍ଟରେ କେବଳ 230 ରୋଗୀଙ୍କ ମଧ୍ୟରେ ଡେଙ୍ଗୁ ଚିହ୍ନଟ କରାଯାଇଥିଲା । ବାକି ମାମଲା ଗୁଡ଼ିକରେ ପ୍ଲେଟ୍‌ଲେଟ୍ ସଂଖ୍ୟା କମ୍ ଥିଲା, କିନ୍ତୁ ସେମାନଙ୍କର ଡେଙ୍ଗୁ ନଥିଲା । ଅନ୍ୟ ରୋଗ ହେତୁ ପ୍ଲେଟ୍‌ଲେଟ୍ ହ୍ରାସ ପାଇଥିଲା ବୋଲି ପାଣ୍ଡେ କହିଛନ୍ତି ।

ତେବେ ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ ଯାହା ସଂକ୍ରମିତ ଏଡିସ୍ ପ୍ରଜାତିର ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଅନୁଯାୟୀ, ଡେଙ୍ଗୁ ଲକ୍ଷଣ ମଧ୍ୟରେ ଜ୍ୱର, ଅତ୍ୟଧିକ ମୁଣ୍ଡବିନ୍ଧା ଆଦି ସମସ୍ୟା ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ଲାଗି ରହିବା । ମୌସୁମୀ ସମୟରେ ଏହି ରୋଗ ଅଧିକ ଦେଖାଦେଇଥାଏ । ଅଳିଆ, ଆବର୍ଜନା, ବାହାରେ ଜମି ରହିଥିବା ଅପରିଷ୍କାର ପାଣିରୁ ଏଡିସ୍ ମଶା ଜନ୍ମ ନେଇଥାନ୍ତି । ତେଣୁ ମୌସୁମୀ ସମୟରେ ଘର ଏବଂ ଘରର ଚତୁର୍ପାଶ୍ବକୁ ସଫା କରିବା ଆବଶ୍ୟକ । ବିଶେଷ ଯତ୍ନ ନେଇପାରିଲେ ଡେଙ୍ଗୁ ରୋଗ ହୋଇନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.