ETV Bharat / sukhibhava

Cardiac Arrest: ହୃଦଘାତର 24 ଘଣ୍ଟା ପୂର୍ବରୁ ଦେଖାଯାଏ ଏହି ଲକ୍ଷଣ

author img

By ETV Bharat Odisha Team

Published : Aug 28, 2023, 5:06 PM IST

ଗତ କିଛି ମାସ ହେବ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ ହୃଦଘାତ ପୂର୍ବରୁ କାରଣ ଜଣିବା ପାଇଁ ଏକ ରିସର୍ଚ୍ଚ କରାଯାଇଥିଲା। ତେବେ ଜାଣନ୍ତୁ କେଉଁ ଲକ୍ଷଣ ଦେଖି ପୂର୍ବାନୁମାନ କରିପାରିବେ ହୃଦଘାତ । ଅଧିକ ପଢ଼ନ୍ତୁ

Cardiac Arrest
Cardiac Arrest

ହାଇଦ୍ରାବାଦ: ହୃଦ୍‌ଘାତ ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିର ହୃଦୟ ହଠାତ୍ କାମ କରିବା ବନ୍ଦ କରିଦେଇଥାଏ ବା ସ୍ପନ୍ଦନ ବନ୍ଦ ହୋଇଯାଇଥାଏ। ଏହି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ତୁରନ୍ତ ଚିକିତ୍ସା ନ ପାଆନ୍ତି ତେବେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ। ଦିନକୁ ଦିନ ବୃଦ୍ଧି ପାଉଛି ହୃଦଘାତ ମାମଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ସାଇଲେଣ୍ଟ୍‌ କିଲର ବା ହୃଦଘାତ ରୋଗର ଲକ୍ଷଣ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ ହୋଇନଥାଏ। ତେବେ ଏନେଇ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ହୃଦଘାତର 24 ଘଣ୍ଟା ପୂର୍ବରୁ କିଛି ଲକ୍ଷଣ ଦେଖାଯାଇଥାଏ। ଯଦି ଲକ୍ଷଣକୁ ଜାଣିପାରିବା ତାହେଲେ ହୃଦଘାତକୁ କେତେକ କ୍ଷେତ୍ରରେ ରୋକିବା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି ।

ଏକ ଅଧ୍ୟୟନ ଅନୁଯାୟୀ, ପୁରୁଷ ଏବଂ ମହିଳାଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ଅଟେ । ହାର୍ଟ ପାଇଁ ହୃଦଘାତକୁ ବିପଦଜ୍ଜନକ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକଙ୍କୁ ଚିକିତ୍ସା ପୂର୍ବରୁ ଜୀବନ ହରାଇବାକୁ ପଡ଼େ। ଆମେରିକାର ସିଡର୍ସ ସିନାଇ ମେଡିକାଲ ସେଣ୍ଟରର ଶିମିଡ୍ ହାର୍ଟ ଇନଷ୍ଟିଚ୍ୟୁଟର ରିସର୍ଚ୍ଚ ଅନୁସାରେ, ହୃଦ୍‌ଘାତର ଗୋଟିଏ ଦିନ ପୂର୍ବରୁ ମହିଳା ଏବଂ ପୁରୁଷଙ୍କଠାରେ କିଛି ଲକ୍ଷଣ ଦେଖାଯାଏ । ଯଦି ମହିଳାମାନଙ୍କ କଥା ଦେଖିବା ତେବେ ସେମାନଙ୍କ ଠାରେ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ ଏବଂ ପୁରୁଷମାନଙ୍କ ଠାରେ ଛାତିରେ ଯନ୍ତ୍ରଣା ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି ।

ମହିଳାମାନଙ୍କ ହୃଦଘାତ ପୂର୍ବରୁ କାନର ପଛ ଭାଗରେ ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ । ଏହା ବ୍ୟତୀତ କାନ୍ଧ ଏବଂ ବାମ ଛାତିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଉପର ପିଠି ଏବଂ ଉପର ପେଟରେ କ୍ରମାଗତ ଯନ୍ତ୍ରଣା ହୃଦଘାତର ସଙ୍କେତ ଅଟେ । ମହିଳାଙ୍କ କ୍ଷେତ୍ରରେ ମୁଣ୍ଡ ବୁଲାଇବା, କ୍ରମାଗତ ଝାଳ ମଧ୍ୟ ବାହାରିଥାଏ । ବାହୁରେ ଯନ୍ତ୍ରଣା ମଧ୍ୟ କେତେକ କ୍ଷେତ୍ରରେ ହୃଦଘାତର ସଙ୍କେତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: Cardiac Arrest: କାହିଁକି ଦେଶରେ ହଠାତ୍‌ ବଢିଛି ହୃଦଘାତ ଜନିତ ମୃତ୍ୟୁ, ବିଶେଷଜ୍ଞ ରଖିଲେ ମତ

ହୃଦଘାତ ପୂର୍ବରୁ ଶରୀରରେ ଦେଖାଯାଏ ଏହି ଲକ୍ଷଣ

ଜର୍ନଲ ଲାନସେଟ୍ ଡିଜିଟାଲ୍ ହେଲ୍ଥ ପତ୍ରିକାରେ ଏନେଇ ରିପୋର୍ଟ ପ୍ରକାଶିତ ହୋଇଛି । ଅଂଶଗ୍ରହଣ କରିଥିବା 50 ପ୍ରତିଶତ ଲୋକ କହିଛନ୍ତି ଯେ, ହୃଦ୍‌ଘାତର କିଛି ଘଣ୍ଟା ପୂର୍ବରୁ ସେମାନେ ଶରୀରରେ କିଛି ପରିବର୍ତ୍ତନ ଅନୁଭବ କରିଥିଲେ। ମହିଳାମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲାଭଳି ଅନୁଭବ କରିଥିବାବେଳେ ପୁରୁଷମାନେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.