ETV Bharat / sukhibhava

ଘରେ ଅସରପା ପାଇଁ ସ୍ବାସ୍ଥ୍ୟବସ୍ଥା ବିଗୁଡୁଛି କି ? ଆପଣାନ୍ତୁ ଏହି ଉପାୟ

author img

By

Published : May 25, 2023, 4:25 PM IST

ଘରକୁ ଥରେ ଗୋଟିଏ ଅସରପା ପଶିଗଲେ ଏହାପରେ ବଂଶ ବୃଦ୍ଧି କରିବା ସହ ଘରେ ରହିବା ମୁସ୍କିଲ କରି ଦିଅନ୍ତି । ଏଭଳି ସ୍ଥିତିରେ ଅସରପାକୁ ହଟାଇବା ପାଇଁ ସମସ୍ତେ ଚିନ୍ତିତ ରହିଥାନ୍ତି । ଜାଣନ୍ତୁ ଘରୁ କେମିତି ହଟାଇବେ ଅସରପା...

Cockroach diseases
Cockroach diseases

ହାଇଦ୍ରବାଦ: ସାଧାରଣତଃ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ଅସରପା ଅଧିକ ଦେଖାଯାଆନ୍ତି । ରୋଷେଇ ଘର ଏବଂ ବାଥରୁମରେ ଘର କରି ରହିଥାଆନ୍ତି । କିଛି ଅସରପାଙ୍କ ଆକାର ଛେଟ ହୋଇଥିବା ବେଳେ କିଛି ବଡ ଆକାରର ମଧ୍ୟ ରହିଥାନ୍ତି । ଯଦି ଘରକୁ ଗୋଟିଏ ଅସରପା ଆସେ ସେ ସେହି ସ୍ଥାନରେ ଘରେ ବସାଇ ଦେଇଥାଏ । ଖାଇବା ଥାଳିଠୁ ଆରମ୍ଭ କରି ଶୋଇବା ସେଜ ଭିତରେ ଏମାନେ ଆସି ରହିଥାଆନ୍ତି । ଫଳରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ବେଳେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ୟା ଭୋଗିବାର ଆଶଙ୍କା ରହିଥାଏ ।

କେବଳ ଯେ ପରିମଳ ନଥିବା ସ୍ଥାନରେ ଅସରପା ରହିଥାନ୍ତି ତାହା ନୁହେଁ ବରଂ ଯେଉଁଠି ବି ରହିବାକୁ ସୁଯୋଗ ମିଳେ ସେଠାରେ ଏମାନେ ରହିଯାଇଥାନ୍ତି । ଯଦି ଆପଣଙ୍କ ଘରେ ବି ଅସରପା ହୋଇଯାଇଛି ଏବଂ ଆପଣ ନିଜ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି ତାହାଲେ ଏହି ଘୋରେଇ ଉପଚାରକୁ ଆପଣାଇ ପାରିବେ । ଏହି ଉପଚାର ଦ୍ବାରା ଶୀଘ୍ର ଘରୁ ଅସରପା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଅସରପା ପାଇଁ ହୋଇଥିବା ରୋଗ: ଘରେ ଚାରିଆଡେ ଅସରପା ବୁଲିବା ସହ ଖାଦ୍ୟ ପଦାର୍ଥରେ ମଧ୍ୟ ଚଢିଯାଇଥାନ୍ତି। ଫଳରେ ଅନେକ ପ୍ରକାର ରୋଗ ହୋଇଥାଏ

ସଲମାନେଲୋସିସ୍: ସଲମାନେଲା ନାମକ ଏକ ଜୀବାଣୁ ଦ୍ବାରା ଏହି ରୋଗ ହୋଇଥାଏ। ଏହି ଜୀବାଣୁ ପକ୍ଷୀମାନଙ୍କ ସମେତ ପଶୁମାନଙ୍କର ଅନ୍ତନଳୀରେ ରହିଥାଏ। କୌଣସି ଦୂଷିତ ଖାଦ୍ୟ ପଦାର୍ଥ କିମ୍ବା ପଶୁ, ପକ୍ଷୀମାନଙ୍କର ସଂସ୍ପର୍ଶରେ ଆସିଥିବା ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ।

ଥାଇରଏଡ ଜ୍ବର: ବ୍ୟାକ୍ଟିରିଆ ଇନ୍‌ଫେକ୍ସନ ହେଲେ ଏହି ଜ୍ବର ହୋଇଥାଏ । ଏହା ଅତ୍ୟନ୍ତ ମାରାତ୍ମକ ହୋଇଥିାଏ । କିଛି ଲୋକଙ୍କ କ୍ଷେତ୍ରରେ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅକାମୀ ହୋଇଯାଇଥାଏ । ତୁରନ୍ତ ଚିକିତ୍ସା ନକଲେ ପରବର୍ତ୍ତୀ ସମୟରେ ବଡ଼ ବିପଦ ହୋଇପାରେ ।

ଅସରପା ହଟାଇବାର ଘରୋଇ ଉପଚାର: ପ୍ରଥମ ଏକ ପାତ୍ର ନେଇ ଚାରି ଚାମଚ ଆରାରୁଟ ରଖନ୍ତୁ। ଆରରୁଟ ନଥିଲେ ଆପଣ ମଇଦା କିମ୍ବା ଅଟା ରଖିପାରିବେ। ଏହାପରେ ଏଥିରେ ଦୁଇ ଚାମକ ବୋରିକ ଏସିଡ ପାଉଡର ଏବଂ ଦୁଇ ଚାମଚ ଚିନି ମିଶାନ୍ତୁ। ଏହାପରେ ଏଥିରେ ଧୀରେଧୀରେ ପାଣି ଢାଳି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଗୋଲ ଆକୃତିକ କରି ଏହା ପରେ ଚିନି ପକାନ୍ତୁ। ଏହାପରେ ଏହାକୁ କୌଣସି ମାଟି ପାତ୍ରରେ ରଖନ୍ତୁ। ଏହାପରେ ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ଅସରପା ରହିଛି ସେହି ସ୍ଥାନରେ ଏହି ପେଷ୍ଟକୁ ରଖିଦିଅନ୍ତୁ ଶୀଘ୍ର ଅସରପା ଚାଲିଯିବେ। ତେବେ ଏହି ମିଶ୍ରଣକୁ ଗୃହପାଳିତ ପଶୁଙ୍କ ଠାରୁ ଦୂରେଇ ରଖନ୍ତୁ।

ବିଦ୍ର: ଏହି ଖବର କେବେଳ ସାଧାରଣ ସୂଚନା ପ୍ରଦାନ କରେ। ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଯୋଗ୍ୟ ପଦ୍ଧତି ଆପଣାଇବା ପାଇଁ ଏହା କୌଣସି ପ୍ରକାର ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞଙ୍କ ମତାମତ ଲୋଡନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.