ETV Bharat / sukhibhava

Heart Disease: ଯୁବାବସ୍ଥାରେ ଏହିପରି ନିଅନ୍ତୁ ହୃଦୟ ଯତ୍ନ, ଭବିଷ୍ୟତରେ ରହିବନି ଡର

author img

By

Published : Nov 26, 2022, 7:20 PM IST

କମ୍ ବୟସରେ ହୃଦୟନୃର ଯତ୍ନ ନେଇପାରିଲେ ଭବିଷ୍ୟତରେ ନଥାଏ ହୃଦରୋଗ(Heart Disease) ସମସ୍ୟା । ଏହିପରି ନିଅନ୍ତୁ ଯତ୍ନ, ରୁହନ୍ତୁ ସୁସ୍ଥ । ଅଧିକ ପଢନ୍ତୁ

Heart Disease: ଯୁବାବସ୍ଥାରେ ଏହିପରି ନିଅନ୍ତୁ ହୃଦୟ ଯତ୍ନ, ଭବିଷ୍ୟତରେ ରହିବନି ଡର !

ହାଇଦ୍ରାବାଦ: ବୟସ ସହିତ ହୃଦରୋଗର ଆଶଙ୍କା ବଢିଥାଏ ବୋଲି ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ସମୟରେ ଅଳ୍ପ ବୟସର ଯୁବପିଢି ମଧ୍ୟ ହୃଦରୋଗର (Heart Disease)ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟକାରଣ ପରିବର୍ତ୍ତିତ ଜୀବନଶୈଳୀ । ତେଣୁ ଯୁବାବସ୍ଥାରେ ଏକ ସୁସ୍ଥ ଜୀବନଶୈଳୀ ଆପଣାଇ ପାରିଲେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ପ୍ରତିହତ କରାଯାଇ ପାରିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(World Health Organization) ଅନୁଯାୟୀ, 45% ଅଣ-ସଂକ୍ରାମକ ରୋଗ ଜନିତ ମୃତ୍ୟୁ ପାଇଁ କରୋନାରୀ ଧମନୀ ରୋଗ(Coronary Artery Disease), ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ଦାୟୀ । ଏଥିସହିତ, ୨୨ ପ୍ରତିଶତ ଲୋକ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ, ୧୨ ପ୍ରତିଶତ କର୍କଟ ରୋଗରେ ଏବଂ ୩ ପ୍ରତିଶତ ମଧୁମେହ କାରଣରୁ ପ୍ରାଣ ହରାନ୍ତି ।

ଅଳ୍ପ ବୟସରେ ହୃଦଘାତକୁ ରୋକିବେ କିପରି:-

ଅଳ୍ପ ବୟସରେ ଘଟୁଥିବା ପ୍ରାୟ ୮୦ ପ୍ରତିଶତ ହୃଦଘାତକୁ ରୋକାଯାଇପାରିବ, ଯଦି ଶୀଘ୍ର ପଦକ୍ଷେପ ନିଆଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧୂମପାନରୁ ଦୂରେଇ ରହିବା, ସୁସ୍ଥ ଖାଦ୍ୟ ଗ୍ରହଣ କରିବା, ନିୟମିତ ବ୍ୟାୟାମ କରିବା, ସଠିକ୍ ଓଜନ, ରକ୍ତଚାପ, ଶର୍କରା, କୋଲେଷ୍ଟ୍ରଲ୍ ସ୍ତର ସମତୁଲ ରଖିବା ଇତ୍ୟାଦି ପଦକ୍ଷେପ କମ୍ ବୟସରୁ ଆରମ୍ଭ ହେବା ଉଚିତ୍ ।

ହୃଦଘାତ କାହିଁକି ହୁଏ ?

ହୃଦ୍ ରୋଗ ମୁଖ୍ୟତ ଧମନୀରେ ଚର୍ବି, କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ଅଦରକାରୀ ପଦାର୍ଥର ସୃଷ୍ଟି ହେବା ଦ୍ୱାରା ହୋଇଥାଏ, ଯାହା ଆଥେରୋସ୍କ୍ଲେରୋସିସ୍(Atherosclerosis) ଭାବରେ ଜଣାଶୁଣା । ଏହା ଅଳ୍ପ ବୟସରେ ଆରମ୍ଭ ହୋଇଥାଏ ଏବଂ ସେହି ସ୍ଥାନକୁ ଅବରୋଧ କରିଦେଇଥାଏ, ଫଳରେ ହୃଦୟ ଶରୀରର ଟିସୁରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ସଞ୍ଚାଳନ ହୋଇପାରିନଥାଏ । ଏହାଦ୍ୱାରା ବିଭିନ୍ନ ହୃଦୟ ଏବଂ ରକ୍ତଭଣ୍ଡାର ସମ୍ବନ୍ଧୀୟ ରୋଗ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.